ନୂଆଦିଲ୍ଲୀ: ଦେଶରେ ଭିଆଇପି ସଂସ୍କୃତିକୁ ନେଇ ସମୟ ସମୟରେ ନେତାମାନେ ଜନତାଙ୍କ ଆଲୋଚନାର ପରିସରକୁ ଆସନ୍ତି। ହେଲେ ନେତା ଯେତେବେଳେ ଭିଆଇପି ସଂସ୍କୃତିରୁ ହଟି ସାଧାରଣ ଲୋକଙ୍କ ଭଳି ଚାଲିଚଳଣିରେ ବଞ୍ଚିବେ ସେତେବେଳେ ସେହି ନେତା ଆହୁରି ଆଲୋଚନାର ପରିସରକୁ ଆସିବା ସ୍ୱାଭାବିକ କଥା।
ଭିଆଇପି ସଂସ୍କୃତିରୁ ହଟି ନିକଟରେ ଏଭଳି କିଛି କରିଛନ୍ତି ମୋଦି ସରକାରଙ୍କ ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ୱତ୍। ମଙ୍ଗଳବାର ରାତିରେ ଗଜେନ୍ଦ୍ର ସିଂହ ଏକ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସାଧାରଣ ଲୋକଙ୍କ ଭଳି ମେଟ୍ରୋ ଟ୍ରେନରେ ଦିଲ୍ଲୀରୁ ହରିଆନାର ଫରିଦାବାଦକୁ ଯାତ୍ରା କରିଥିଲେ। ଏମିତିକି ସିଟ୍ ନଥିବାରୁ ଜଳଶକ୍ତି ମନ୍ତ୍ରୀ ଟ୍ରେନରେ ଥିବା ପିଲର ଧରି ଛିଡ଼ା ହୋଇଥିଲେ। କିନ୍ତୁ କିଛି ସମୟ ପରେ ଜଣେ ଓହ୍ଲାଇ ପଡ଼ିବାରୁ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ୱତ ବସିବାକୁ ସିଟ୍ ପାଇଥିଲେ।
ଏହାକୁ ଟୁଇଟରରେ ଶେୟାର କରିଛନ୍ତି ନିଜେ ମନ୍ତ୍ରୀ। ସେ କହିଛନ୍ତି ‘ମେଟ୍ରୋ ଏକ ସଫଳ ଜନ ପରିବହନ ଯୋଜନା। ମେଟ୍ରୋ ଟ୍ରେନ୍ ଏବଂ ଷ୍ଟେସନର ସ୍ୱଚ୍ଛତା ଏହି ସଫଳତାର ଏକ ଅଭିନ୍ନ ଅଙ୍ଗ’।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ସମଲିଙ୍ଗୀ ବିବାହ: ବଡ଼ ନିଷ୍ପତ୍ତି ନେଲେ ସୁପ୍ରିମକୋର୍ଟ
ପୁନଃ ସମୀକ୍ଷା କରିବାକୁ ହୋଇଥିବା ଏକାଧିକ ଆବେଦନକୁ ମଧ୍ୟ ଆଜି ସର୍ବୋଚ୍ଚ ଅଦାଲତ ଅଗ୍ରାହ୍ୟ କରିଦେଇଛନ୍ତି। ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବାକୁ ୨୦୨୩ରେ ସର୍ବୋଚ୍ଚ ନ୍ୟାୟଳୟ ସଫା ସଫା ମନା କରିଦେଇଥିଲେ।
National
‘ଆମର ଅଧା କାହାଣୀ’ ଲେଖି ଝୁଲି ପଡ଼ିଲେ ଯୁବକ
୬ ମାସ ତଳେ କୋର୍ଟରେ ବାହା ହୋଇଥିଲେ। ତଥାପି ଝିଅ ଘର ଲୋକ ଶାନ୍ତିରେ ବଞ୍ଚିବାକୁ ଦେଲେନି। ସମୟକ୍ରମେ ଝିଅ ମଧ୍ୟ ବଦଳିଗଲା। ଶେଷରେ କୌଣସି ଉପାୟ ନ ପାଇ ଜଣେ ୨୫ ବର୍ଷୀୟ ଯୁବକ ଜୀବନ ହାରି ଦେଇଛନ୍ତି।
National
ଭୁଶୁଡ଼ିଲା ପ୍ଲାଣ୍ଟର ସିଲୋ: ୪ ଶ୍ରମିକ ମୃତ, ଚାପି ହୋଇ ରହିଛନ୍ତି ଅନେକ
ସିଲୋ ହେଉଛି ଲୁହାରେ ତିଆରି ହୋଇଥିବା ବିରାଟକାୟ ସିଲଣ୍ଡର ଆକୃତିର ଷ୍ଟ୍ରକଚର। ଇଟା ଭାଟିରେ ଲାଗୁଥିବା ଚିମିନି ଭଳି ଏହା ଦେଖିବାକୁ।
Crime
ଅଫିସ ପାର୍କିଂରେ ମହିଳା ସହକର୍ମୀଙ୍କୁ ବୀଭତ୍ସ ହତ୍ୟା: ସମସ୍ତେ ଦେଖିଲେ, କିନ୍ତୁ କିଛି କଲେନି
ଯୁବକ ଜଣଙ୍କ ପାର୍କିଂ ଲଟରେ ମହିଳାଙ୍କୁ ଆକ୍ରମଣ କରୁଥିବା ବେଳେ ସମସ୍ତେ ଏହାକୁ ଦେଖିଥିଲେ। କିନ୍ତୁ କେହି ବି ଯୁବକଙ୍କୁ ଅଟକାଇବାକୁ ଚେଷ୍ଟା ନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
National
ଆପ୍ର ୫୮ରୁ ୩୨ ଓ ବିଜେପିର ୭ରୁ ୪ ବିଧାୟକଙ୍କ ନାଁରେ ରହିଛି ଗୁରୁତର ମାମଲା
ଦଳ ଦୃଷ୍ଟିରୁ ଦେଖିଲେ ଆପର ୫୮ ଜଣ ବିଧାୟକଙ୍କ ପାଖରେ ହାରାହାରି ୧୩.୩୯ କୋଟି ଟଙ୍କାର ସମ୍ପତ୍ତି ରହିଥିବାବେଳେ ବିଜେପିର ୭ ଜଣ ବିଧାୟକଙ୍କ ପାଖରେ ହାରାହାରି ୭ କୋଟି ୪୫ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି।