ଘୋଷଣା ହେବ ଦ୍ୱିତୀୟ ଆର୍ଥିକ ପ୍ୟାକେଜ, ଶାହ ଓ ସୀତାରମଣଙ୍କ ସହ ମୋଦିଙ୍କ ବୈଠକ

ନୂଆଦିଲ୍ଲୀ: କରୋନା ପାଇଁ ଦେଶରେ ଲାଗୁ ହୋଇଥିବା ଲକଡାଉନରେ ସୃଷ୍ଟି ହୋଇଥିବା ସମସ୍ୟା ଦୂର କରିବା ପାଇଁ ପୁଣିଥରେ ମୋଦି ସରକାର ଆର୍ଥିକ ପ୍ରୋତ୍ସାହନ ପ୍ୟାକେଜ ଘୋଷଣା କରିବେ। ଏଥିପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଅର୍ଥ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ଘନଘନ ବୈଠକ କରିଛନ୍ତି। କେବେ ଓ କାହା ପାଇଁ ଅର୍ଥନୀତିକ ପ୍ୟାକେଜ ଘୋଷଣା ହେବ, ସେ ବିଷୟରେ ଏହି ବୈଠକରେ ବିସ୍ତୃତ […]

re

re

Hemant Lenka
  • Published: Saturday, 02 May 2020
  • Updated: 02 May 2020, 05:43 PM IST

Sports

Latest News

ନୂଆଦିଲ୍ଲୀ: କରୋନା ପାଇଁ ଦେଶରେ ଲାଗୁ ହୋଇଥିବା ଲକଡାଉନରେ ସୃଷ୍ଟି ହୋଇଥିବା ସମସ୍ୟା ଦୂର କରିବା ପାଇଁ ପୁଣିଥରେ ମୋଦି ସରକାର ଆର୍ଥିକ ପ୍ରୋତ୍ସାହନ ପ୍ୟାକେଜ ଘୋଷଣା କରିବେ। ଏଥିପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଅର୍ଥ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ଘନଘନ ବୈଠକ କରିଛନ୍ତି।

କେବେ ଓ କାହା ପାଇଁ ଅର୍ଥନୀତିକ ପ୍ୟାକେଜ ଘୋଷଣା ହେବ, ସେ ବିଷୟରେ ଏହି ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି।

ପୂର୍ବରୁ କେନ୍ଦ୍ର ସରକାର ଗରିବ ଓ ଦିନ ମଜୁରିଆଙ୍କ ପାଇଁ ୧.୭୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ। ଖୁବଶୀଘ୍ର ଆଉ ୧ ଲକ୍ଷ କୋଟିର ପ୍ୟାକେଜ ଘୋଷଣା ହୋଇପାରେ। ଏଥିରେ ଏମଏସଏମଇ ଓ ଉଦ୍ୟୋଗୀଙ୍କ ପାଇଁ ସ୍ୱତନ୍ତ୍ର ସହାୟତାର ବ୍ୟବସ୍ଥା ରହିବ ବୋଲି ଜଣାପଡ଼ିଛି।

ଆଜିର ବୈଠକ ବେଳେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜିଏସଟି ସଂଗ୍ରହ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିସ୍ତୃତ ଭାବେ ତଥ୍ୟ ଦିଆଯାଇଛି। ଏହାପରେ କେତେ ଟଙ୍କାର ପ୍ୟାକେଜ ଘୋଷଣା କରାଯିବ, ତା’ ଉପରେ ନିଷ୍ପତ୍ତି ନିଆଯିବ।

ସୂତ୍ର ଅନୁସାରେ, ଲକଡାଉନ ଯୋଗୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀମାନେ କାମ ଅଭାବରୁ ହାତ ବାନ୍ଧି ବସିଛନ୍ତି। ସେମାନଙ୍କୁ ସହଯୋଗର ହାତ ବଢ଼ାଇବାକୁ ମୋଦି ସରକାର ଅଣ୍ଟା ଭିଡ଼ିଛନ୍ତି। ଏଥିପାଇଁ ୧ ଲକ୍ଷ କୋଟି ଟଙ୍କାର ସହାୟତା ପ୍ୟାକେଜ ଘୋଷଣା କରିବାକୁ ସରକାର ବିଚାରବିମର୍ଶ ଆରମ୍ଭ କରିଛନ୍ତି।

ଏହି ଅର୍ଥକୁ କ୍ଷୁଦ୍ର ଓ ମଧ୍ୟମ ଧରଣର ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ଖର୍ଚ୍ଚ କରାଯିବ ବୋଲି କୁହାଯାଉଛି। ନୂଆ ପ୍ୟାକେଜ ଘୋଷଣା ସହ ଜଡ଼ିତ ଜଣେ ବରିଷ୍ଠ ଅଧିକାରୀ ନିଜ ନାଁ ଗୋପନ ରଖି କହିଛନ୍ତି, “ଦ୍ୱିତୀୟ ଆର୍ଥିକ ପ୍ୟାକେଜ ମୁଖ୍ୟତଃ ଏମଏସଏମଇଙ୍କ ଉପରେ ପର୍ଯ୍ୟବେସିତ ହେବ।

ଲକଡାଉନ ଯୋଗୁ ଏହି ଶିଳ୍ପ ସହ ଜଡ଼ିତ ଲୋକମାନେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ସେମାନଙ୍କୁ ସହଯୋଗ କରିବା ପାଇଁ ଏଭଳି ବ୍ୟବସ୍ଥା କରାଯାଉଛି। ସେହିପରି ଏହି ପ୍ୟାକେଜର କିଛିଦିନ ପରେ ଲକଡାଉନ ଯୋଗୁ କ୍ଷତି ସହିଥିବା ବଡ଼ବଡ଼ କମ୍ପାନୀଙ୍କ ପାଇଁ ମଧ୍ୟ ଆର୍ଥିକ ସହାୟତା ଘୋଷଣା କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story