ମୋଦିଙ୍କ ମୁହଁରେ ବଲିଉଡ୍ ଗୀତ ! ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
ଭୁବନେଶ୍ୱର, (ଓଡ଼ିଶା ରିପୋର୍ଟର):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିତ୍ୱକୁ କିଏ ବା ନଜାଣେ। ବିଚକ୍ଷଣ ନେତୃତ୍ୱ ଏବଂ ଉଜ୍ଜସ୍ୱନୀ ଭାଷଣ ପାଇଁ କେବଳ ଭାରତ ନୁହେଁ ସାରା ବିଶ୍ୱରେ ସେ ଚର୍ଚ୍ଚିତ। ଏପରିକି ତାଙ୍କର ପ୍ରଂଶସକଙ୍କ ସଂଖ୍ୟା ବି ଅସଂଖ୍ୟ। କେବଳ ସେ ଜଣେ ବାଗ୍ମୀ ନୁହଁ ବେଳେ ବେଳେ ସେ କବିତା ମଧ୍ୟ ବୋଲନ୍ତି। ହେଲେ ମୋଦିଙ୍କର ଦକ୍ଷତା କେବଳ ଏତିକିରେ ସୀମିତ ନାହିଁ ସେ ମଧ୍ୟ ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ତାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ।
ଏ କଥାଟି କହିବାର କାରଣ ହେଉଛି ଆଜିକାଲି ମୋଦିଙ୍କ ଫଟୋ ଥାଇ ଏକ ହିନ୍ଦୀ ଫିଲ୍ମର ଗୀତ ବୋଲା ଯାଉଥିବା ଭିଡଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତାହା ପୁଣି ବିଚିତ୍ର ଢଙ୍ଗରେ। ସଲମନ୍ ଓ କ୍ୟାଟ୍ରିନାଙ୍କ ଅଭିନୀତ ଫିଲ୍ମ ‘ମୁଜ୍ ସେ ସାଦୀ କରୁକି’ ଚଳଚ୍ଚିତ୍ରର ଗୀତ ଜିନେ କୀ ହେ ଚାରଦିନ୍ ଗୀତକୁ ମୋଦି ବାଦ୍ୟ ବଜେଇ ବୋଲୁଥିବା ଦେଖାଯାଇଛି। ଏହି ଭିଡିଟି ଏବେ ଫେସ୍ବୁକ୍ରେ ଖୁବ୍ ଳୋକପ୍ରିୟ ହୋଇପାରିଛି। ପ୍ରକୃତ କଥାଟି ହେଉଛି ମୋଦି ସେମିତି କିଛି ଗୀତ ଗାଇ ନାହାନ୍ତି। ମୋଦିଙ୍କ ଫଟୋକୁ ଏହି ଗୀତ ସହ ଯୋଡ଼ି ଏଡ଼ିଟିଂ କରି ଭିଡିଓଟି ତିଆରି ହୋଇଛି।
ଫେସ୍ବୁକ୍ରେ ଡେଲି ସୋସିଆଲ ଅକାଉଣ୍ଟରେ ଏହି ଭିଡିଓଟି ଅପଲୋଡ଼୍ ହୋଇଛି। ତେବେ ଭିଡିଓ ସହିତ ଏକ ବାର୍ତ୍ତାକୁ ସ୍ଥାନିତ କରାଯାଇଛି। ମୁଖ୍ୟତଃ ପରୀକ୍ଷାରେ ବିଫଳ ହେଉଥିବା ପିଲାମାନେ ନୈରାଶ୍ୟ ଠାରୁ ଦୂରେଇ ରହିବା ପାଇଁ ଏହି ଭିଡିଟଟି ପ୍ରେରଣାଦାୟକ ବୋଲି ମେସେଜ୍ ଦିଆଯାଇଛି। ଏହି ଭିଡିଓଟିକୁ ଏବେ ସୁଦ୍ଧା ୩ ଲକ୍ଷ ୧୮୦ ହଜାର ଦର୍ଶକ ଦେଖେସାରିଲେଣି।
PM Modi's special message to all stressed out students. Jeene ke hai 4 din, Mitrooo! #BoardResults
DailySocial यांनी वर पोस्ट केले मंगळवार, २३ मे, २०१७
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।