ମୋଦିଙ୍କୁ ମଗଣା ବିମାନ ସେବା ଦିଆଯାଇ ନାହିଁ : ଗୌତମ ଅଦାନୀ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଉଦ୍ୟୋଗପତି ଗୌତମ ଅଦାନୀଙ୍କ ଉପରେ ଲଗାଇଥିବା ଆରୋପର ସେ ମୁହଁତୋଡ଼ ଜବାବ ଦେଇଛନ୍ତି। ସେ କହିଛନ୍ତି, “ଜୟରାମ ମୋ  ବିରୋଧରେ ଦେଇଥିବା ମନ୍ତବ୍ୟରେ କୌଣସି ସତ୍ୟତା ନାହିଁ।” ଅଦାନୀ କହିଛନ୍ତି, “ଜୟରାମ ରାଜନୈତିକ ସୁବିଧା ପାଇଁ ଏପରି ମନ୍ତବ୍ୟ ଦେଇଛନ୍ତି। ନରେନ୍ଦ୍ର ମୋଦିଙ୍କୁ ମୁଁ କେବେ ବି ମାଗଣା ବିମାନ ସେବା ଦେଇନାହିଁ।” ଲୋକସଭା ନିର୍ବାଚନ ପ୍ରଚାର ପାଇଁ ମୋଦି ଅଦାନୀଙ୍କ ବିମାନ ମାଗଣାରେ ପାଉଥିଲେ ବୋଲି ଜୟରାମ […]

gautam-adani

gautam-adani

Rakesh Mallick
  • Published: Monday, 11 July 2016
  • Updated: 11 July 2016, 06:06 PM IST

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଉଦ୍ୟୋଗପତି ଗୌତମ ଅଦାନୀଙ୍କ ଉପରେ ଲଗାଇଥିବା ଆରୋପର ସେ ମୁହଁତୋଡ଼ ଜବାବ ଦେଇଛନ୍ତି। ସେ କହିଛନ୍ତି, “ଜୟରାମ ମୋ  ବିରୋଧରେ ଦେଇଥିବା ମନ୍ତବ୍ୟରେ କୌଣସି ସତ୍ୟତା ନାହିଁ।”

ଅଦାନୀ କହିଛନ୍ତି, “ଜୟରାମ ରାଜନୈତିକ ସୁବିଧା ପାଇଁ ଏପରି ମନ୍ତବ୍ୟ ଦେଇଛନ୍ତି। ନରେନ୍ଦ୍ର ମୋଦିଙ୍କୁ ମୁଁ କେବେ ବି ମାଗଣା ବିମାନ ସେବା ଦେଇନାହିଁ।”

ଲୋକସଭା ନିର୍ବାଚନ ପ୍ରଚାର ପାଇଁ ମୋଦି ଅଦାନୀଙ୍କ ବିମାନ ମାଗଣାରେ ପାଉଥିଲେ ବୋଲି ଜୟରାମ ରମେଶ ଅଭିଯୋଗ କରିଥିଲେ।

ଅଦାନୀ ଆହୁରି କହିଛନ୍ତି, “ମୋ କର୍ପୋରେଟ୍‌ ହାଉସ୍‌ ପାଖରେ ୪ଟି ବିମାନ ଅଛି। ହେଲେ କେହି ବି ଏହାକୁ ମାଗଣା ବ୍ୟବହାର କରନ୍ତିନାହିଁ। ”

ଏକ ଇଂରାଜୀ ଗଣମାଧ୍ୟମ ସୂତ୍ରକୁ  ଉଦ୍ଧାର କରି ଅଦାନମ ପ୍ରଶ୍ନ କରିଛନ୍ତି ଯେ କଂଗ୍ରେସ କ’ଣ ବ୍ୟବସାୟିକ ଭିତ୍ତିରେ ଜିଏମଆର ବିମାନ ମାଗଣାରେ ବ୍ୟବହାର କରୁନାହିଁ କି? । ସେ କହିଛନ୍ତି ଯେ କେବଳ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଷୟରେ କାହିଁକି ଆଲୋଚନା କରାଯାଉଛି। ସେ କେବେ ମାଗଣାରେ ବିମାନ ବ୍ୟବହାର କରି ନ ଥାନ୍ତି।

ସେ ଆହୁରି କହିଛନ୍ତି, “ମୋତେ ଲାଗୁଛି କଂଗ୍ରେସ ଭୁଲବଶତଃ ନୁହେଁ, ଜାଣିଶୁଣି ଏପରି ଆରୋପ ଲଗାଉଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos