ଫଟୋ ଉଜାଡ଼ି ଦେଲା ସଂସାର; ନିଜ ୫ ପିଲାଙ୍କ ତଣ୍ଟି ଚିପିଦେଲେ ମହିଳା

ଜର୍ମାନୀ: ଘାତକ ସାଜିଲା ସନ୍ଦେହ। ଅନ୍ୟ ମହିଳାଙ୍କ ସହ ସ୍ୱାମୀଙ୍କ ଫଟୋ ଦେଖି ବିଚଳିତ ହୋଇଗଲେ ମହିଳା। ଏପରିକି ନିଜ କ୍ରୋଧକୁ ନିୟନ୍ତ୍ରଣ କରିପାରିଲେନି। ଶେଷରେ ସ୍ୱାମୀଙ୍କୁ ନିଜ କର୍ମର ଶାସ୍ତି ଦେବାକୁ ଯାଇ ସାଜିଲେ ହତ୍ୟାକାରୀ। ଏପରିକି ହିତାହିତ ଜ୍ଞାନ ଭୁଲି ନିଜ ହାତରେ ହିଁ ନିଜ ୫ ପିଲାଙ୍କୁ ତଣ୍ଟି ଚିପି ମାରିଦେଲେ।  ହେଲେ ଏପରି ଭୟଙ୍କର ଘଟଣାରୁ ମହିଳାଙ୍କ ବଡ଼ ପୁଅ ବଞ୍ଚି ଯାଇଛନ୍ତି। ଏପରି ହୃଦୟ ବିଦାରକ ଘଟଣା ଜର୍ମାନୀରେ ଘଟିଥିବା […]

kids

kids

Niharika Rout
  • Published: Friday, 05 November 2021
  • Updated: 05 November 2021, 11:08 AM IST

Sports

Latest News

ଜର୍ମାନୀ: ଘାତକ ସାଜିଲା ସନ୍ଦେହ। ଅନ୍ୟ ମହିଳାଙ୍କ ସହ ସ୍ୱାମୀଙ୍କ ଫଟୋ ଦେଖି ବିଚଳିତ ହୋଇଗଲେ ମହିଳା। ଏପରିକି ନିଜ କ୍ରୋଧକୁ ନିୟନ୍ତ୍ରଣ କରିପାରିଲେନି। ଶେଷରେ ସ୍ୱାମୀଙ୍କୁ ନିଜ କର୍ମର ଶାସ୍ତି ଦେବାକୁ ଯାଇ ସାଜିଲେ ହତ୍ୟାକାରୀ। ଏପରିକି ହିତାହିତ ଜ୍ଞାନ ଭୁଲି ନିଜ ହାତରେ ହିଁ ନିଜ ୫ ପିଲାଙ୍କୁ ତଣ୍ଟି ଚିପି ମାରିଦେଲେ।  ହେଲେ ଏପରି ଭୟଙ୍କର ଘଟଣାରୁ ମହିଳାଙ୍କ ବଡ଼ ପୁଅ ବଞ୍ଚି ଯାଇଛନ୍ତି।

ଏପରି ହୃଦୟ ବିଦାରକ ଘଟଣା ଜର୍ମାନୀରେ ଘଟିଥିବା ବେଳେ ମୃତ ସମସ୍ତ ପିଲାଙ୍କ ବୟସ ୧୧ ବର୍ଷ ମଧ୍ୟରେ ବୋଲି ଜଣାଯାଇଛି। ଏହି ମାମଲାର ଶୁଣାଣି କରି କୋର୍ଟ ପକ୍ଷରୁ ଅଭିଯୁକ୍ତ ମହିଳାଙ୍କୁ  ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।

ମିରର ୟୁକେରେ ବାହାରିଥିବା ରିପୋର୍ଟ ଅନୁଯାୟୀ, ୨୮ ବର୍ଷୀୟା  କ୍ରିଷ୍ଟିୟାନ ନାମ୍ନୀ ମହିଳା ଜର୍ମାନୀରେ ସ୍ୱାମୀ ଓ ନିଜ ୬ ପିଲାଙ୍କ ସହ ରହୁଥିଲେ। କ୍ରିଷ୍ଟିୟାନଙ୍କ ବଡ଼ ପୁଅ ବୟସ ୧୧ ବର୍ଷ ।  ସବୁ କିଛି ସୁରଖୁରରେ ଚାଲିଥିବା ବେଳେ ଥରେ ଏକ ଫଟୋ କ୍ରିଷ୍ଟିୟାନଙ୍କ ସଂସାର ଉଜାଡ଼ି ଦେଲା।  ଅନ୍ୟ ମହିଳାଙ୍କ ସହ ସ୍ୱାମୀଙ୍କ ଫଟୋ ଦେଖି ନିଜ ହିତାହିତ ଜ୍ଞାନ ଭୁଲି ବସିଲେ କ୍ରିଷ୍ଟିୟାନ । ଏପରିକି   ଆଉ କେବେ ନିଜ ଛୁଆଙ୍କୁ ଦେଖିପାରିବନି ବୋଲି ସ୍ୱାମୀଙ୍କ ପାଖକୁ ମେସେଜ ବି ପଠାଇଦେଲେ।

ଏହାପରେ ୨୦୨୦ ମସିହା ସେପ୍ଟେମ୍ବର ୩ ତାରିଖରେ ପ୍ରଥମେ  କ୍ରିଷ୍ଟିୟାନ ନିଜ ପିଲାମାନଙ୍କୁ ନିଶା ଦ୍ରବ୍ୟ ଖୁଆଇଦେଲେ । ଏହାପରେ ସେମାନେ ଅଚେତ ହୋଇପଡ଼ିବାରୁ ସେମାନଙ୍କୁ ବାଥଟବ୍‌ରେ ବୁଡ଼ାଇ ଅଣନିଶ୍ୱାସ କରି ହତ୍ୟା କଲେ। ଏହାପରେ ସବୁ ମୃତଦେହକୁ କପଡ଼ାରେ ଗୁଡ଼ାଇ ବେଡ ଉପରେ ଶୁଆଇଦେଲେ। ଉକ୍ତ ସମୟରେ କ୍ରିଷ୍ଟଲଙ୍କ ବଡ଼ ପୁଅ ଘର ବାହାରେ ଥିବାରୁ ବଞ୍ଚି ଯାଇଥିଲା।

ଏହାପରେ ନିଜ ଜୀବନ ହାରିବାକୁ କ୍ରିଷ୍ଟିୟାନ ଘର ନିକଟରେ ଥିବା ଷ୍ଟେଶନକୁ ଯାଇଥିଲେ। ସେଠାରେ ଟ୍ରେନ୍‌ ଆଗକୁ ଡେଇଁ ପଡ଼ିଥିଲେ ମଧ୍ୟ ସୌଭାଗ୍ୟବଶଃତ ସେ ବଞ୍ଚି ଯାଇଥିଲେ।

ଏହାପରେ ଏ ନେଇ ମାମଲା ରୁଜୁ ହୋଇଥିବା ବେଳେ କ୍ରିଷ୍ଟିୟାନଙ୍କୁ ଗିରଫ କରାଯାଇଥିଲା।  ୪୦ରୁ ଊର୍ଦ୍ଧ୍ୱଜଣକ ବୟାନ ଶୁଣିବା ପରେ କୋର୍ଟ ପକ୍ଷରୁ  ସମ୍ପୃକ୍ତ ମହିଳାଙ୍କୁ ଦୋଷୀ ଘୋଷଣା କରାଯାଇ   ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।  କ୍ରିଷ୍ଟିୟାନ ଏବେ ଜେଲ୍‌ ହାଜତରେ ଥିବା ବେଳେ ତାଙ୍କ ବଡ଼ ପୁଅକୁ  ଜେଜମା’ ହେପାଜତରେ ଛଡ଼ା ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos