ସଂଗୀତ କିମ୍ବଦନ୍ତୀ ପଣ୍ଡିତ ଯଶରାଜଙ୍କ ପରଲୋକ

ୱାଶିଂଟନ: ମ୍ୟୁଜିକ କିମ୍ବଦନ୍ତୀ ତଥା ଭାରତୀୟ ଶାସ୍ତ୍ରୀୟ ସଂଗୀତର ବିଶାରଦ ପଣ୍ଡିତ ଯଶରାଜଙ୍କର ଆଜି ଦେହାନ୍ତ ହୋଇଛି। ଆମେରିକାରେ ରହୁଥିବା ଯଶରାଜ ମୃତ୍ୟୁ ସମ୍ପର୍କରେ ତାଙ୍କ ଝିଅ ଦୁର୍ଗା ଯଶରାଜ ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ହେଲା ଆମେରିକାର ନ୍ୟୁ ଜର୍ସିରେ ସେ ରହୁଥିଲେ। ତାଙ୍କର ମୃତ୍ୟୁର କାରଣ ହୃଦଘାତ ଜନିତ ବୋଲି କୁହାଯାଉଛି।

ହରିଆଣାରେ ଜନ୍ମ ଗ୍ରହଣ କରିଥିବା ଯଶରାଜ ତାଙ୍କ ସଂଗୀତ ପାଇଁ ଅନେକ ସମ୍ମାନ ପାଇଛନ୍ତି। ଏଗୁଡ଼ିକ ମଧ୍ୟରେ ପଦ୍ମଶ୍ରୀ(୧୯୭୫), ପଦ୍ମ ଭୂଷଣ(୧୯୯୦) ଓ ପଦ୍ମ ବିଭୂଷଣ(୨୦୦୦) ରହିଛି। ତାଙ୍କ ସଂଗୀତ କ୍ୟାରିୟର ପ୍ରାୟ ୮୦ ବର୍ଷରୁ ଅଧିକ ସମୟ ଧରି ଚାଲିଥିଲା। ସେ ପ୍ରସ୍ତୁତ କରିଥିବା ଶାସ୍ତ୍ରୀୟ ସଂଗୀତ ଗୁଡ଼ିକ ଅନେକ ଫିଲ୍ମରେ ଟ୍ରାକ ବନି ସୁପର ହିଟ ହୋଇଛି। ସେ ଭାରତ, କ୍ୟାନାଡା ଓ ଆମେରିକାରେ ଅନ୍ୟ ମାନଙ୍କୁ ସଂଗୀତ ଶିକ୍ଷା ପ୍ରଦାନ କରିଛନ୍ତି।

ପଣ୍ଡିତ ଯଶରାଜଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି। ଗତବର୍ଷ ମଙ୍ଗଳ ଓ ବୃହଷ୍ପତ୍ତି ମଧ୍ୟରେ ଥିବା ଗୋଟିଏ ଗ୍ରହକୁ ପଣ୍ଡିତ ଯଶରାଜଙ୍କ ନାଁରେ ନାମିତ କରାଯାଇଥିଲା। International Astronomical Union (IAU) ୨୦୦୬ ନଭେମ୍ବର ୧୧ରେ ପ୍ଲାନେଟ ୨୦୦୬ ଭିପି ୩୨କୁ ଠାବ କରିଥିଲା। ଏହାକୁ ପଣ୍ଡିତ ଯଶରାଜଙ୍କ ନାଁରେ ନାମିତ କରାଯାଇଥିଲା।

ଆହୁରି ପଢ଼ନ୍ତୁ

ଅତିରିକ୍ତ ୧୦୦ ମିଲିୟନ କରୋନା ଟିକା ପାଇଁ ସେରମର ଚୁକ୍ତି, କେତେ ଟଙ୍କା ନେବ ଜାଣନ୍ତୁ

ବଗଲା ନେଇ ହାଇକୋର୍ଟରେ ଜବାବ ରଖିଲେ ସରକାର

ଅନୁରାଗଙ୍କ ଅଡ଼ୁଆ ବଢ଼ିଲା, ପାୟଲଙ୍କୁ ମିଳିଲା କେନ୍ଦ୍ରମନ୍ତ୍ରୀଙ୍କ ସମର୍ଥନ

କେନ୍ଦ୍ରର କୃଷି ଆଇନ, ପୋଲ୍ ଖୋଲିଲା ଶିବସେନା ଏବଂ କଂଗ୍ରେସର

ଅକ୍ଚୋବର ଏକରେ ଦେଶବ୍ୟାପୀ ରେଳ ରୋକ୍ କରିବେ ଚାଷୀ

ଅଣପରିବହନ ଗାଡ଼ିକୁ ଭଡ଼ାରେ ଲଗାଉଛନ୍ତି, କଟିବ ଇ-ଚାଲାଣ

ଆସନ୍ତାକାଲିଠୁ ବିଧାନସଭା: ଆସିବ ୯ଟି ଅଧ୍ୟାଦେଶ ସମେତ ୧୬ ବିଲ୍‌

କରୋନା ଭାଇରସ ଉପରେ ଏହି ଔଷଧ ୧୦ଗୁଣା ଅଧିକ ପ୍ରଭାବଶାଳୀ!

ଅନଲକ-୫ରେ ଖୋଲିବ ସିନେମା ହଲ୍‌, ଆହୁରି କୋହଳ ହେବ କଟକଣା!

ଆଇପିଏଲରେ କମବ୍ୟାକ୍ କରିବେ କି ନାମୀ ଦଳ ଓ ଦାମୀ ଖେଳାଳି

କୃଷି ବିଲ୍‌ ବିରୋଧରେ ଲଢ଼େଇ ଜୋରଦାର: ଧାରଣାରେ ବସିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ, ଚାଷୀଙ୍କ ବିରୋଧ ଜାରି

ଲତାଙ୍କୁ ମାରିବାକୁ ବିଷ ଦିଆଯାଇଥିଲା