ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬୯ ତମ ଜନ୍ମଦିନ। ଏହି ଅବସରରେ ୧୪ରୁ ୨୦ ତାରିଖ ପର୍ଯ୍ୟନ୍ତ ବିଜେପି ପକ୍ଷରୁ ଦେଶବ୍ୟାପୀ ‘ସେବା ସପ୍ତାହ’ ଭାବେ ପାଳନ କରାଯାଉଛି। ରାଜ୍ୟ ବିଜେପି ପକ୍ଷରୁ ଓଡ଼ିଶାରେ ମଧ୍ୟ ସେବା ସପ୍ତାହ ପାଳିତ ହେଉଛି।
ଆଜି ପ୍ରଧାନମନ୍ତ୍ରୀ ନିଜ ଘର ଗୁଜରାଟର ଅହମ୍ମଦାବାଦ ଯିବା କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସେ ମାଆ ହୀରାବେନଙ୍କଠାରୁ ଆଶୀର୍ବାଦ ନେବେ। ତା’ପରେ ନର୍ମଦା ଜିଲ୍ଲାର କାଭାଡିଆ ଯାଇ ସେଠାରେ ଏକ ରାଲିକୁ ସମ୍ବୋଧନ କରିବେ। ଏଥିସହ ସର୍ଦ୍ଦାର ସରୋବର ଡ୍ୟାମର ଏକ ପ୍ରକଳ୍ପର ବି ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି।
ତେବେ ଗତକାଲି ସୁରତରେ ମୋଦିଙ୍କ ଜନ୍ମ ଦିନ ବଡଧରଣର ଆୟୋଜନ କରାଯାଇଥିଲା। କେକ୍ କଟାଯିବା ସହ ଆତସବାଜିର ଆୟୋଜନ ହୋଇଥିଲା। ପ୍ରାୟ ୭୦କେଜି ଓଜନର କେକ୍କୁ ଗରିବ ପିଲାମାନେ କାଟି ମୋଦିଙ୍କ ଜନ୍ମଦିନ ପାଳନ କରିଥିଲେ। ୧୯୫୦ ମସିହାର ଆଜିର ଦିନରେ ନରେନ୍ଦ୍ର ମୋଦି ଜନ୍ମଗ୍ରହଣ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
କାରରେ ଯାଉଥିବା ବେଳେ ଅନୀଲ ଦେଶମୁଖଙ୍କୁ ପଥର ମାଡ଼, ମୁଣ୍ଡ ଫାଟିଲା
ପଥର ମାଡ଼ରେ ତାଙ୍କ ମୁଣ୍ଡ ଫାଟି ଯାଇଛି। ଏଥିପାଇଁ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
National
ଭାରତୀୟ ମତ୍ସ୍ୟଜୀବୀଙ୍କୁ ନେଇ ପଳାଉଥିଲା ପାକିସ୍ତାନ
ନୋ-ଫିଶିଂ ଜୋନରେ ମାଛ ଧରୁଥିବାବେଳେ ଧରିନେଉଥିଲା ପାକିସ୍ତାନ। ସମୁଦ୍ରରେ ପାକିସ୍ତାନୀ ଜାହାଜକୁ ଦୀର୍ଘ ଦୁଇ ଘଣ୍ଟା ପିଛା କରି ମତ୍ସ୍ୟଜୀବୀଙ୍କୁ ମୁକୁଳାଇଲା ଭାରତୀୟ କୋଷ୍ଟଗାର୍ଡ।
Politics
କ୍ଷମତାରେ ଥିବା ବେଳେ ୟୁପିଏ ଭୁଲ କରିଥିବା କଥା ସ୍ୱୀକାର କଲେ ରାହୁଲ ଗାନ୍ଧି
କ୍ଷମତାରେ ଥିବା ବେଳେ ୟୁପିଏ ଜାତିଗତ ଜନଗଣନା କରି ନଥିଲା। ୟୁପିଏ ପ୍ରଥମେ ଜାତିଗତ ଜନଗଣନା ପ୍ରସଙ୍ଗ ଉଠାଇଥିଲେ ହେଁ ଏହାକୁ କାର୍ଯ୍ୟକାରୀ ନ କରିବା ଭୁଲ ଥିଲା ବୋଲି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି କହିଛନ୍ତି।
National
ପ୍ରବେଶ ନିଷେଧ: ମୁସଲିମ ବ୍ୟବସାୟୀମାନଙ୍କୁ ମେଳାରୁ ତଡ଼ି ଦେଲେ
ସ୍ୱଦେଶୀ ମେଳାକୁ ମୁସଲିମଙ୍କ ପ୍ରବେଶ ନିଷେଦ୍ଧ ବୋଲି ମଧ୍ୟ ଆୟୋଜନକମାନେ କହିଥିବା ଅଭିଯୋଗ ହୋଇଛି। ମୁସଲିମ ବ୍ୟବସାୟୀମାନେ ଷ୍ଟଲ ବୁକ କରିବା ସହ ଆବଶ୍ୟକ ଫି’ ଦେଇଥିଲେ।
National
ଅମିତ ଶାହଙ୍କ ବୈଠକ: ଅଶାନ୍ତ ମଣିପୁର ଗଲେ ଅତିରିକ୍ତ ୫୦ ପ୍ଲାଟୁନ କେନ୍ଦ୍ରୀୟ ଫୋର୍ସ
ମଣିପୁରରେ ହିଂସା ବଢ଼ୁଥିବାରୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ବ୍ୟାପକ କରିବାକୁ କହିଛି। ବୈଠକ ବେଳେ ସ୍ୱରାଷ୍ଟ୍ର ମନ୍ତ୍ରୀ ମଣିପୁରରେ ମୁତୟନ ହୋଇଥିବା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।