ପୁଟିନଙ୍କ ସିକ୍ରେଟ ରାଜମହଲ ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ

ମସ୍କୋ: ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଆଲିଶାନ ରାଜମହଲକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ଗୁପ୍ତ ଭାବେ ପୁଟିନ ଏମିତି ଏକ ରାଜପ୍ରାସାଦ ତିଆରି କରିଛନ୍ତି ଯେ ଯେଉଁଠି ପହଞ୍ଚିବା ସାଧାରଣ ଲୋକଙ୍କ ପକ୍ଷରେ ଅସମ୍ଭବ। ରୁଷର ଦକ୍ଷିଣ କୃଷ୍ଣ ସାଗର କୂଳରେ ଥିବା ପୁଟିନଙ୍କ ଏହି ବଙ୍ଗଳା ସମ୍ପର୍କରେ ତାଙ୍କ ବିରୋଧୀ ଆଲେକ୍ସି ନବଲୀନଙ୍କ ଟିମ୍‌ ଯାଞ୍ଚ କରି ପୂରା ତଥ୍ୟ ଭିଡିଓ ଆକାରରେ ଉପସ୍ଥାପନ କରିଛି। ଦୁଇ ଦିନ ତଳେ ନବଲୀନଙ୍କୁ ମସ୍କୋର ଶେରେମେଟୱେଭୋ […]

d

d

Hemant Lenka
  • Published: Saturday, 23 January 2021
  • Updated: 23 January 2021, 04:47 PM IST

Sports

Latest News

ମସ୍କୋ: ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଆଲିଶାନ ରାଜମହଲକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ଗୁପ୍ତ ଭାବେ ପୁଟିନ ଏମିତି ଏକ ରାଜପ୍ରାସାଦ ତିଆରି କରିଛନ୍ତି ଯେ ଯେଉଁଠି ପହଞ୍ଚିବା ସାଧାରଣ ଲୋକଙ୍କ ପକ୍ଷରେ ଅସମ୍ଭବ। ରୁଷର ଦକ୍ଷିଣ କୃଷ୍ଣ ସାଗର କୂଳରେ ଥିବା ପୁଟିନଙ୍କ ଏହି ବଙ୍ଗଳା ସମ୍ପର୍କରେ ତାଙ୍କ ବିରୋଧୀ ଆଲେକ୍ସି ନବଲୀନଙ୍କ ଟିମ୍‌ ଯାଞ୍ଚ କରି ପୂରା ତଥ୍ୟ ଭିଡିଓ ଆକାରରେ ଉପସ୍ଥାପନ କରିଛି।

ଦୁଇ ଦିନ ତଳେ ନବଲୀନଙ୍କୁ ମସ୍କୋର ଶେରେମେଟୱେଭୋ ଏୟାରପୋର୍ଟରୁ ଗିରଫ କରାଯାଇଥିଲା। ଏବେ ସେ ଜେଲରେ ରହିଛନ୍ତି। ତାଙ୍କ ଟିମ୍‌ କରିଥିବା ତଦନ୍ତରୁ ଜଣାପଡ଼ିଛି ଯେ ପୁଟିନଙ୍କ ଆଲିଶାନ ବଙ୍ଗଳାର ମୂଲ୍ୟ ପ୍ରାୟ ୧୩୫ କୋଟି ଡଲାର। ଏଠାରେ ମଉଜ ମସ୍ତି କରିବାକୁ ସବୁ ପ୍ରକାରର ବ୍ୟବସ୍ଥା ହୋଇଛି।

ବଙ୍ଗଳା ମଧ୍ୟରେ ଗୁପ୍ତ କୋଠରୀ ସହ ପୋଲ ଡ୍ୟାନ୍ସ ପାଇଁ ବ୍ୟବସ୍ଥା ହୋଇଛି। ସେହିପରି ଦୁଇଟି ହେଲିପ୍ୟାଡ ମଧ୍ୟ ରହିଛି। ଏହି ବଙ୍ଗଳାଟି ମୋନାକୋଠାରୁ ୩୯ ଗୁଣ ଅଧିକ ବଡ଼। ଏହା ମଧ୍ୟରେ ସିନେମା ହଲ ଓ କ୍ୟାସିନୋର ବ୍ୟବସ୍ଥା କରାଯାଇଛି। ବିଶ୍ୱର ସବୁଠାରୁ ମହଙ୍ଗା ବଙ୍ଗଳା ମଧ୍ୟରୁ ଅନ୍ୟତମ ହେଉଛି ପୁଟିନଙ୍କ ରାଜପ୍ରାସଦ। ଏହି ରାଜକୀୟ ବଙ୍ଗଳା ମୋଟ ୧୯,୩୦୦ ଏକର ଜମିରେ ଠିଆ ହୋଇଛି।

ବଙ୍ଗଳା ଭିତରେ ଗୋଟିଏ ଚର୍ଚ୍ଚ, ଟି ହାଉସ ଓ ବଡ଼ବଡ଼ ପଡ଼ିଆ ରହିଛି। ଖାଲି ସେତିକି ନୁହେଁ, ପୁଟିନ ନିଜର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଏଠାରେ ସବୁ ପ୍ରକାରର ବ୍ୟବସ୍ଥା କରିଛନ୍ତି। ଏଠାରେ ସ୍ୱତନ୍ତ୍ର ପୋର୍ଟ, ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା, ଗୋଟିଏ ନନ୍‌ ଫ୍ଲାଏ ଜୋନ ଓ ନିଜସ୍ୱ ବର୍ଡର ଚେକ୍‌ ପଏଣ୍ଟ ରହିଛି। ତେଣୁ ଜଣେ ସାଧାରଣ ଲୋକ ଏହି ଅଞ୍ଚଳରେ ପ୍ରବେଶ କରିପାରିବ ନାହିଁ।

୧୯,୩୦୦ ଏକର ଜମିରେ ଥିବା ଏହି ପ୍ରାସାଦ ଓ ଏହାର ଆଖପାଖ ଅଞ୍ଚଳ ରୁଷର ସବୁଠାରୁ ବଡ଼ ବ୍ୟକ୍ତିଗତ ସମ୍ପତ୍ତି। ଏଠାରେ  ଅଣ୍ଡରଗ୍ରାଉଣ୍ଡ ହକି ପଡ଼ିଆ ସହ ବଡ଼ ବଡ଼ ଉଦ୍ୟାନ ତିଆରି କରାଯାଇଛି। ଏହି ଉଦ୍ୟାନରେ ପ୍ରାଚୀନ ମୂର୍ତ୍ତି ସବୁ ରଖାଯାଇଛି। ଏସବୁ ବ୍ୟତୀତ ଏହି ଜମିରେ ୨୬୦ ଫୁଟର ଫୁଟ ଓଭର ବ୍ରିଜ୍ ମଧ୍ୟ ଅଛି। ଏହାକୁ ଅତିକ୍ରମ କରିବା ପରେ ବିଶାଳ ଗେଷ୍ଟ ହାଉସ୍ ପଡ଼ିବ। ମୁଖ୍ୟ ଭବନରେ ୧୧ଟି ଶୋଇବା ଘର ଓ ଅତ୍ୟାଧୁନିକ ଜିମ୍ ଅଛି।

ଭିଡିଓରେ ନବଲୀନ କହିଛନ୍ତି, ଏହା ଦେଶର କୋଟେଜ କିମ୍ବା ଘର ନୁହେଁ। ସେହିପରି ଏହା ଏକ ବାସଭବନ ମଧ୍ୟ ନୁହେଁ। ଏଠାରେ ଗୋଟିଏ ସହର ରହିଛି ବା କିଙ୍ଗଡମ ତିଆରି କରାଯାଇଛି। ଏହାକୁ ଦେଖିଲେ ଲାଗିବ ଯେମିତି ରୁଷ ମଧ୍ୟରେ ଗୋଟିଏ ସ୍ୱତନ୍ତ୍ର ରାଜ୍ୟ ରହିଛି। ଆଉ ଏହି ରାଜ୍ୟର ରାଜା ହେଉଛନ୍ତି ନିଜେ ପୁଟିନ। ପୁଟିନ ଦୁର୍ନୀତି କରି ପାଇଥିବା ଅର୍ଥରେ ଏପରି ବିଶାଳ ଓ ରାଜକୀୟ ବଙ୍ଗଳା ତିଆରି କରିଥିବା ନବଲୀନ ଅଭିଯୋଗ କରିଛନ୍ତି। ଏହି ଭିଡିଓରେ ସେ ରୁଷବାସୀଙ୍କୁ ଏହା ବିରୋଧରେ ଛିଡ଼ା ହେବାକୁ ମଧ୍ୟ ଅନୁରୋଧ କରିଛନ୍ତି।

ଅନ୍ୟପକ୍ଷରେ ରାଷ୍ଟ୍ରପତି ଭବନ ପକ୍ଷରୁ ଏହି ସବୁ ଅଭିଯୋଗକୁ ଖଣ୍ଡନ କରାଯାଇଛି। ମୁଖପାତ୍ର ଦିମିତ୍ରୀ ପେସ୍କୋଭ କହିଛନ୍ତି, ଏପରି ଅଭିଯୋଗ ବହୁ ପୁରୁଣା। Gelendzhikର ରିଜର୍ଟ ଟାଉନରେ ଥିବା ବଙ୍ଗଳା ପୁଟିନଙ୍କର ନୁହେଁ। ୨୦୧୦ରେ ସେରଗେଇ କୋଲେନସିକଭୋ ନାମକ ଜଣେ ବ୍ୟବସାୟୀ ରାଜନୀତି କରିବା ବେଳେ ସମାନ କଥା ଉଠାଇଥିଲେ।

ଆପଣ ଯଦି ଉକ୍ତ ବଙ୍ଗଳାର ଦଲିଲ ଦେଖିବେ, ତା’ହେଲେ ଏହା ବ୍ୟବସାୟୀ ଆଲେକ୍ସଜାଣ୍ଡର ପୋନୋମାରେନକୋଙ୍କ ନାଁରେ ରହିଛି ବୋଲି ସେ କହିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ପୁଟିନଙ୍କ ବିରୋଧୀ ନବଲୀନଙ୍କୁ ବିଷ ଦେଇ ହତ୍ୟା ଉଦ୍ୟମ କରାଯିବା ପରେ ସେ ଜର୍ମାନୀ ଚାଲି ଯାଇଥିଲେ। ତେବେ ଦୁଇ ଦିନ ତଳେ ସେ ରୁଷ ଫେରିବା କ୍ଷଣି ତାଙ୍କୁ ଗିରଫ କରାଯାଇଥିଲା। ତାଙ୍କୁ ୩୦ ଦିନର ଜେଲଦଣ୍ଡ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story