ନୂଆଦିଲ୍ଲୀ: କଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ଆସିଆ ଅନ୍ଦ୍ରାବୀଙ୍କ ଶ୍ରୀନଗର ଘର ଏନଆଇଏ ଆଜି ସିଲ୍ କରିଛି। ବେଆଇନ କାମରେ ଏହି ନେତା ଏବଂ ତାଙ୍କ ଘରେ ଆତଙ୍କବାଦୀ କାର୍ଯ୍ୟକଳାପ ଚାଲୁଥିବା ଦର୍ଶାଇ ଏନଆଇଏ ଆଜି ରେଡ୍ କରିଥିଲା। ଏହାପରେ ସୃପ୍ତକ୍ତ ଘରକୁ ସିଲ୍ କରିଛି।
ଏହି ରେଡ୍ ବେଳେ ଘର ଭିତରେ କୌଣସି ସର୍ଚ୍ଚ କରାଯାଇନାହିଁ ବୋଲି ଏନଆଇଏ ସ୍ପଷ୍ଟ କରିଛି। ଆତଙ୍କବାଦୀ କାର୍ଯ୍ୟକଳାପ ଚାଲୁଥିବା ଦର୍ଶାଇ ଏହି ଘରକୁ ସିଲ୍ କରାଯାଇଛି ବୋଲି ଏନଆଇଏ କହିଛି। ଏବଂ ବିଦେଶରୁ ଆସୁଥିବା ଟଙ୍କାରେ ଅନ୍ଦ୍ରାବୀ ନିଜ ପାରିବାରିକ ଖର୍ଚ୍ଚ କରୁଥିବା ବେଳେ ବିଛିନ୍ନତାବାଦୀ ଆନ୍ଦୋଳନ ପାଇଁ ପଇସା ଲଗାଉଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଗତ ମାସରେ ଏନଆଇଏ ବିଚ୍ଛିନ୍ନତାବାଦୀ ନେତାଙ୍କୁ ନେଇ ଏକ ରିପୋର୍ଟ ଖୁଲାସା କରିଥିଲା। ଯେଉଁଥିରେ ଏହି ବିଚ୍ଛିନ୍ନତାବାଦୀ ନେତା ବିଦେଶରୁ ଟଙ୍କା ଆଣି ନିଜ ପାରିବାରିକ ଖର୍ଚ୍ଚରେ ଲଗାଉଥିଲେ। ଏଥିସହ କଶ୍ମୀରରେ ବିଭିନ୍ନ ସମୟରେ ହେଉଥିବା ବିଚ୍ଛିନ୍ନତାବାଦୀ ଆନ୍ଦୋଳନ ପାଇଁ ପଇସା ଯୋଗାଉଥିଲେ ବୋଲି ଏନଆଇଏ କହିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
କାୟା ମେଲାଉଛି HMPV ଭାଇରସ୍, ଭାରତରେ ଚିହ୍ନଟ ହେଲା ପ୍ରଥମ କେସ୍
ବେଙ୍ଗାଲୁରୁର ଏକ ହସ୍ପିଟାଲରେ ୮ ମାସର ଛୁଆ ଦେହରେ HMPV ଜୀବାଣୁ ଚିହ୍ନଟ ହୋଇଛି।
National
ହୃଦୟ ବିଦାରକ, ଘର ଭିତରେ ଶ୍ୱାସରୁଦ୍ଧ ହୋଇ ୫ ମୃତ
ମୃତକଙ୍କ ମଧ୍ୟରେ ସ୍ୱାମୀ, ସ୍ତ୍ରୀ ଓ ସେମାନଙ୍କ ତିନି ପିଲା ଅଛନ୍ତି।
National
ଅନଶନରେ ବସିଥିଲେ PK, ରାତି ଅଧରେ ଉଠାଇ ନେଲା ପୁଲିସ
ବିହାର ଜନସେବା ଆୟୋଗ (ବିପିଏସସି) ର ୭୦ତମ ପ୍ରାଥମିକ ବା ପ୍ରିଲିମ ପରୀକ୍ଷା ବାତିଲ କରିବା ଦାବିରେ ପ୍ରଶାନ୍ତ କିଶୋର ପାଟନା ସ୍ଥିତ ଗାନ୍ଧୀ ମୈଦାନରେ ଅନଶନରେ ବସିଥିଲେ। ଏହାପରେ ପୁଲିସ ତାଙ୍କୁ ସେଠାରୁ ଉଠାଇ ନେଇ ଗିରଫ କରିଛି।
National
ପ୍ରେମରେ କଣ୍ଟା! ପ୍ରେମୀ ଯୁଗଳଙ୍କୁ OYO ମନା
ଓୟୋରେ କେବଳ ଆଇନ ସମ୍ମତ ଦମ୍ପତିଙ୍କୁ ରହିବାକୁ ମିଳିବ ଅନୁମତି। ହୋଟେଲ ବୁକିଂ କଂପାନୀ ଓୟୋ ସହଭାଗୀ ହୋଟେଲ ଗୁଡ଼ିକ ପାଇଁ ଚେକ୍ ଇନ୍ ନିୟମରେ ସଂଶୋଧନ କରିଛି।
Special
ଆମେରିକା ଝିଅ ହେଲେ ଓଡ଼ିଆ ବୋହୂ: ବଖାଣିଲେ କେମିତି ବଦଳିଲା ଜୀବନଶୈଳୀ
ଓଡ଼ିଆ ଯୁବକଙ୍କୁ ବବାହ କରି ବେଙ୍ଗାଲୁରୁରେ ରହୁଛନ୍ତି ଆମେରିକାର ହାନ୍ନା। କହିଲେ ସବୁ ବୋହୁ ମୋ ଭଳି ଭାଗ୍ୟବତୀ ନୁହନ୍ତି।