ତାଣ୍ଡବ ପୂର୍ବରୁ ଟ୍ରେଲର ଦେଖାଇଲା ‘ନିସର୍ଗ’
ମୁମ୍ବାଇ: ବାତ୍ୟା ନିସର୍ଗର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ମହାରାଷ୍ଟ୍ର ଆଲିବାଗ ନିକଟରେ ଲ୍ୟାଣ୍ଡଫଲ୍ କରୁଛି ନିସର୍ଗ। ହରିହରେଶ୍ୱର-ଡାମନ ମଝିରେ ଆଲିବାଗ ନିକଟରେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ସାରିବାକୁ ପ୍ରାୟ ୩ ଘଣ୍ଟା ସମୟ ଲାଗିବ ବୋଲି ଆକଳନ କରାଯାଇଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୦ରୁ ୧୨୦ କିଲୋମିଟର ରହିବ ବୋଲି ଜଣାପଡ଼ିଛି।
ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ପବନ ସାଙ୍ଗକୁ ମୁମ୍ୱାଇରେ ଝଡ଼ ତୋଫାନ୍ ଦେଖିବାକୁ ମିଳିଛି। ଆଲିବାଗ, ମୁମ୍ବାଇ ଅଞ୍ଚଳରେ ପବନ ସହିତ ପ୍ରବଳ ବର୍ଷା ହୋଇଛି। ପ୍ରଭାବରେ ଗଛ ଉପାଡ଼ି ଦେଇଥିବା ଦେଖିବାକୁ ମିଳିଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ବାତ୍ୟା ନିସର୍ଗକୁ ଲ୍ୟାଣ୍ଡଫଲ କରିବାକୁ ଘଣ୍ଟାଏରୁ ଅଧିକ ସମୟ ଲାଗିବ। ତେବେ ମୁମ୍ୱାଇ ପ୍ରତି ସେତେଟା ବିପଦ ନଥିବା ସୂଚନା ରହିଛି।
ମୁମ୍ବାଇ: ବାତ୍ୟା ନିସର୍ଗର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ;ମହାରାଷ୍ଟ୍ର ଆଲିବାଗ ନିକଟରେ ଲ୍ୟାଣ୍ଡଫଲ୍ କରୁଛି ନିସର୍ଗ; ହରିହରେଶ୍ୱର-ଡାମନ ମଝିରେ ଆଲିବାଗ ନିକଟରେ ଲ୍ୟାଣ୍ଡଫଲ୍; ଲ୍ୟାଣ୍ଡଫଲ୍ ସରିବାକୁ ପ୍ରାୟ ୩ ଘଣ୍ଟା ସମୟ ଲାଗିବା ଆକଳନ; ଆଲିବାଗ, ମୁମ୍ବାଇ ଅଞ୍ଚଳରେ ପବନ ସହ ପ୍ରବଳ ବର୍ଷା #NisargaCyclone pic.twitter.com/oX9uB92lbm
— Odisha Reporter (@OdishaReporter) June 3, 2020
ସ୍ଥିତିକୁ ମୁକାବିଲା କରିବା ପାଇଁ ଦୁଇ ଦିନ ପାଇଁ ଘରୁ ନବାହାରିବାକୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆହ୍ୱାନ କରିଛନ୍ତି। ଏଥିସହ ୨୦ଟି ଏନଡିଆରଏଫ୍ ଟିମ୍ ମୁତୟନ କରାଯାଇଛି। ଲୋକମାନଙ୍କୁ ସମୁଦ୍ରକୂଳ ଯିବା ପାଇଁ ବାରଣ କରାଯାଇଛି।
ମହାରାଷ୍ଟ୍ର ପରେ ଗୁଜରାଟରେ ନିସର୍ଗ ତାଣ୍ଡବ ଦେଖାଇବ ବୋଲି ଜଣାପଡ଼ିଛି। ସକାଳୁ ଗୁଜରାଟରେ ମଧ୍ୟ ପବନ ସହିତ ବର୍ଷା ଆରମ୍ଭ ହୋଇଯାଇଛି। ୮୦ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ରହିଛି। ଉଭୟ ରାଜ୍ୟକୁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।