କିମ୍ ଜଙ୍ଗଙ୍କ ଭଉଣୀ ଚେତାବନୀ ଦେବା ପରେ ରାଜି ହୋଇଗଲା ଦ.କୋରିଆ

ସିଓଲ: ଉତ୍ତର କୋରିଆର ରାଷ୍ଟ୍ରପତି କିମ୍ ଜଙ୍ଗ ଉନଙ୍କ ଭଉଣୀ କିମ୍ ୟୋ ଜଙ୍ଗ୍ ପୁଣି ଥରେ ଚର୍ଚ୍ଚାରେ। କିମ୍ ୟୋ ଜଙ୍ଗଙ୍କ ଚେତାବନୀ ପରେ ପଡ଼ୋଶୀ ଦକ୍ଷିଣ କୋରିଆ ସୀମାରେ ବେଲୁନ୍ ଉଡ଼ାଇବା ଉପରେ କଟକଣା ଜାରି କରିଛି। ବେଲୁନ ଜରିଆରେ ବିରୋଧୀ ନିଜ ନିଜର ବାର୍ତ୍ତା ଜାରି କରି କିମ୍ ଜଙ୍ଗ ଉନଙ୍କୁ ବିରୋଧ କରୁଥିଲେ। ଦ.କୋରିଆ ସୀମାରେ କିମଙ୍କ ବିରୋଧୀ ଏଭଳି କରୁଥିବା ଦଖି କିମ୍ ୟୋ ଜଙ୍ଗ୍ ସହଜରେ ଗ୍ରହଣ କରିପାରିନଥିଲେ। […]

kim jong sister

kim jong sister

Subhransu Sekhar
  • Published: Friday, 05 June 2020
  • Updated: 05 June 2020, 05:02 PM IST

Sports

Latest News

ସିଓଲ: ଉତ୍ତର କୋରିଆର ରାଷ୍ଟ୍ରପତି କିମ୍ ଜଙ୍ଗ ଉନଙ୍କ ଭଉଣୀ କିମ୍ ୟୋ ଜଙ୍ଗ୍ ପୁଣି ଥରେ ଚର୍ଚ୍ଚାରେ। କିମ୍ ୟୋ ଜଙ୍ଗଙ୍କ ଚେତାବନୀ ପରେ ପଡ଼ୋଶୀ ଦକ୍ଷିଣ କୋରିଆ ସୀମାରେ ବେଲୁନ୍ ଉଡ଼ାଇବା ଉପରେ କଟକଣା ଜାରି କରିଛି। ବେଲୁନ ଜରିଆରେ ବିରୋଧୀ ନିଜ ନିଜର ବାର୍ତ୍ତା ଜାରି କରି କିମ୍ ଜଙ୍ଗ ଉନଙ୍କୁ ବିରୋଧ କରୁଥିଲେ। ଦ.କୋରିଆ ସୀମାରେ କିମଙ୍କ ବିରୋଧୀ ଏଭଳି କରୁଥିବା ଦଖି କିମ୍ ୟୋ ଜଙ୍ଗ୍ ସହଜରେ ଗ୍ରହଣ କରିପାରିନଥିଲେ।

ଏହାପରେ ଏକଛତ୍ରବାଦ ଶାସକ କିମ୍ ଜଙ୍ଗଙ୍କ ଭଉଣୀ ଦକ୍ଷିଣ କୋରିଆକୁ ଧମକ ଦେଇଥିଲେ, ଯଦି ବେଲୁନ୍ ଉଡ଼ଇବା ପ୍ରକ୍ରିୟାକୁ ଦକ୍ଷିଣ କୋରିଆ ନ ରୋକିବ ତା'ହେଲେ ଦୁଇ ଦେଶ ମଧ୍ୟରେ ସାମରିକ ଚୁକ୍ତି ବାତିଲ ହେବ। ଏହାପରେ ୟୋ ଜଙ୍ଗଙ୍କ ଦାବିକୁ ଦୃଷ୍ଟିରେ ରଖି ଦକ୍ଷିଣ କୋରିଆ ଏପରି କାର୍ଯ୍ୟକଳାପକୁ ରୋକିବା ପାଇଁ ନୂଆ ଆଇନ ଆଣିବ ବୋଲି ଘୋଷଣା କରିଛି।

ଏହି ନିୟମ ଦ୍ୱାରା ଉତ୍ତର କୋରିଆ ସହିତ ଭଲ ସମ୍ପର୍କ ଆଗରୁ ରହିବ ବୋଲି ଦକ୍ଷିଣ କୋରିଆ ଆଶା ରଖିଛି। ଏହାପୂର୍ବରୁ ଦକ୍ଷିଣ କୋରିଆ ଏଭଳି ବେଲୁନ୍ ଉଡ଼ାଇବା ପ୍ରକ୍ରିୟାକୁ ବନ୍ଦ କରିବାକୁ ପୁଲିସକୁ ଅନେକ ଥର ପଠାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos