ବହୁ ଚର୍ଚ୍ଚିତ କେରଳ ନନ୍‌ ଦୁଷ୍କର୍ମ ମାମଲା, ନିର୍ଦ୍ଦୋଷରେ ଖଲାସ ହେଲେ ବିଶପ

ଥିରୁଅନନ୍ତପୁରମ: ନିର୍ଦ୍ଦୋଷରେ ଖଲାସ ହେଲେ ୨୦୧୪ ମସିହାରେ କେରଳରେ ହୋଇଥିବା ବହୁ ଚର୍ଚ୍ଚିତ ନନ ରେପ୍‌ କେସ୍‌ ମାମଲାର ମୁଖ୍ୟ ଅଭିଯୁକ୍ତ ବିଶପ୍‌ ଫ୍ରାଙ୍କୋ ମୁଲ୍ଲକଲ। କୋଟ୍ଟାୟମ ଆଡିସନାଲ ସେଶନ କୋର୍ଟରେ ଏହି ମାମଲାର ଶୁଣାଣି ଚାଲିଥିବା ବେଳେ କୋର୍ଟ ପକ୍ଷରୁ ତାଙ୍କୁ ସମ୍ପୂର୍ଣ୍ଣ ନିର୍ଦ୍ଦେଷରେ ଖଲାସ କରାଯାଇଛି। ପ୍ରାୟ ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ଏହି ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ବିଶପ୍‌ ଫ୍ରାଙ୍କୋ  କୋର୍ଟଙ୍କ  ରାୟ ପରେ ଖୁବ୍‌ ଖୁସି ବ୍ୟକ୍ତି […]

bishop-franco-mulakkal

bishop-franco-mulakkal

Niharika Rout
  • Published: Friday, 14 January 2022
  • Updated: 14 January 2022, 02:35 PM IST

Sports

Latest News

ଥିରୁଅନନ୍ତପୁରମ: ନିର୍ଦ୍ଦୋଷରେ ଖଲାସ ହେଲେ ୨୦୧୪ ମସିହାରେ କେରଳରେ ହୋଇଥିବା ବହୁ ଚର୍ଚ୍ଚିତ ନନ ରେପ୍‌ କେସ୍‌ ମାମଲାର ମୁଖ୍ୟ ଅଭିଯୁକ୍ତ ବିଶପ୍‌ ଫ୍ରାଙ୍କୋ ମୁଲ୍ଲକଲ। କୋଟ୍ଟାୟମ ଆଡିସନାଲ ସେଶନ କୋର୍ଟରେ ଏହି ମାମଲାର ଶୁଣାଣି ଚାଲିଥିବା ବେଳେ କୋର୍ଟ ପକ୍ଷରୁ ତାଙ୍କୁ ସମ୍ପୂର୍ଣ୍ଣ ନିର୍ଦ୍ଦେଷରେ ଖଲାସ କରାଯାଇଛି। ପ୍ରାୟ ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ଏହି ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ବିଶପ୍‌ ଫ୍ରାଙ୍କୋ  କୋର୍ଟଙ୍କ  ରାୟ ପରେ ଖୁବ୍‌ ଖୁସି ବ୍ୟକ୍ତି କରିଛନ୍ତି। ଏପରିକି ରାୟ ପ୍ରକାଶ ପାଇବା ସମୟରେ ସେ କୋର୍ଟରେ ଉପସ୍ଥିତ ଥିବା ବେଳେ  କୋର୍ଟରୁ ବାହାରି ଭଗବାନଙ୍କୁ ଧନ୍ୟବାଦ ଜଣାଇଥିଲେ।

ନନ୍‌ଜଣକ ନିଜ ଅଭିଯୋଗରେ ଦର୍ଶାଇଥିଲେ ଯେ, ୨୦୧୪ ମସିହା ମେ ୫ ତାରିଖରେ ବିଶପ୍‌ ଫ୍ରାଙ୍କୋ କୁରଭିଲାଙ୍ଗ କନଭେଣ୍ଟ ପରିଦର୍ଶନରେ ଆସିଥିଲେ। ସେଠାରେ ନିଜ ରାତ୍ର ରହଣି ସମୟରେ ସେ  ନିଜ ରୁମ୍‌କୁ ଡାକି ତାଙ୍କୁ ଦୁଷ୍କର୍ମ କରିଥିଲେ। ୨୦୧୪ରୁ ୨୦୧୬ ମସିହା ମଧ୍ୟରେ ବିଶପଜଣକ ତାଙ୍କୁ ୧୬ ଥର ଦୁଷ୍କର୍ମ କରିଥିବା ନନ୍‌ଜଣକ ନିଜ ଅଭିଯୋଗରେ ଦର୍ଶାଇଥିଲେ। ଏନେଇ ନନ୍‌ଜଣକ ଅଭିଯୋଗ କରିବା ପରେ ସମଗ୍ର ଦେଶରେ ହଇଚଇ ସୃଷ୍ଟି ହୋଇଥିଲା । ଏପରିକି ବିଭିନ୍ନ ମହଲରୁ ଏହି ଘଟଣାକୁ ତୀବ୍ର ନିନ୍ଦା କରାଯିବା ପରେ ୨୦୧୮ ମସିହାରେ ସମ୍ପୃକ୍ତ ବିଶପଙ୍କୁ ଗିରଫ କରାଯାଇଥିଲା।

ମାତ୍ର ନନ୍‌ଙ୍କ ସମସ୍ତ ଅଭିଯୋଗକୁ ବିଶପ୍‌ ମୁଲ୍ଲକଲ ସମ୍ପୂର୍ଣ୍ଣ ଖଣ୍ଡନ କରିଥିଲେ। ଏପରିକି ଉକ୍ତ ରାତିରେ କୁରଭିଲାଙ୍ଗ କନଭେଣ୍ଟରେ ରହିବା ଖବରକୁ ମଧ୍ୟ ସେ ମିଥ୍ୟା ବୋଲି କହିଥିଲେ। ଏପରିକି ସେ ଉକ୍ତ କନଭେଣ୍ଟ ପରିଦର୍ଶନ କରିବାକୁ ଯାଇଥିବା ବେଳେ ରାତିରେ ଅନ୍ୟ ଏକ କନଭେଣ୍ଟରେ ରହିଥିବା କହିଥିଲେ।

ଏହାପଛର କାରଣ କହିବାକୁ ଯାଇ ବିଶପ କହିଥିଲେ, ସମ୍ପୃକ୍ତ ନନ୍‌ଙ୍କର ଅନ୍ୟ ଜଣେ ମହିଳାଙ୍କ ସ୍ୱାମୀଙ୍କ ସହ ସମ୍ପର୍କ ଥିବା ବେଳେ ଏନେଇ ମହିଳାଜଣକ ଅଭିଯୋଗ କରିଥିଲେ। ଫଳରେ ଏହାର ଆଭ୍ୟନ୍ତରିଣ ତଦନ୍ତ ନିର୍ଦ୍ଦେଶ ଦେଇଥିବାରୁ ନନ୍‌ଜଣକ ଆକ୍ରୋଶମୂଳକ ଭାବେ ତାଙ୍କୁ ଏପରି ମିଥ୍ୟା ଫସାଇଥିବା ସେ ନିଜ ସଫେଇରେ କହିଥିଲେ।

ବିଶପ୍‌ ଫ୍ରାଙ୍କୋ ମୁଲ୍ଲକଲ କେରଳର ତ୍ରିଶୁର ଜିଲ୍ଲାର ବାସିନ୍ଦା ହୋଇଥିବା ବେଳେ ୨୦୧୩ ମସିହାରେ ବିଶପ ଭାବେ ନିଯୁକ୍ତ ହୋଇଥିଲେ। ଏହି ସମୟରେ ତାଙ୍କ ନାମରେ ବଳାତ୍କାର ପରି ସାଂଘାତିକ ଅଭିଯୋଗ ଆସିବା ପରେ କେରଳ ପୁଲିସ୍‌ ପକ୍ଷରୁ ତାଙ୍କୁ ପଚରାଉଚରା ପାଇଁ ଡକା ଯାଇଥିଲା। ଏହାପରେ ସେ ନିଜ ପଦରୁ ଓହରି ଯାଇଥିଲେ।  ୨୦୧୮ ସେପ୍ଟେମ୍ବରରେ ତାଙ୍କୁ  ଗିରଫ କରାଯାଇଥିବା ବେଳେ ଏହାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଟିମ୍‌ ଗଠିତ ହୋଇଥିଲା।

୨୦୧୯ ନଭେମ୍ବର ମାସରେ ଏହାର ଶୁଣାଣି ଆରମ୍ଭ ହୋଇଥିଲା। ମାମଲାର ରାୟ ପ୍ରକାଶ ପାଇବା ପରେ ବିଶପ କୋର୍ଟରୁ ବାହାରି ଚାଲିଯାଇଥିଲେ। ଏହି ସମୟରେ ଗଣମାଧ୍ୟମ ପ୍ରତିନିଧୀ ପଚାରିବାରୁ ହାତ ଯୋଡ଼ି ଭଗବାନଙ୍କୁ ଧନ୍ୟବାଦ ଜଣାଇ ପଳାଇଥିଲେ।

ପ୍ରାୟ ୩ ବର୍ଷ ପୂର୍ବରୁ ଏହି ମାମଲାରେ ଚାର୍ଜସିଟ୍‌ ଦାଖଲ ହୋଇଥିଲା। ସେତେବେଳେ ୮୩ ଜଣଙ୍କ ବୟାନ ରେକର୍ଡ ହୋଇଥିବା ବେଳେ ଲାପଟପ, ମୋବାଇଲ ସମେତ ୩୦ ସାମଗ୍ରୀ ଜବତ ହୋଇଥିଲା।

ବିଶପ୍‌ ଫ୍ରାଙ୍କୋ ମୁଲ୍ଲକଲ ଭାରତର ପ୍ରଥମ କ୍ୟାଥୋଲିକ ବିଶପ ଯାହାଙ୍କୁ ଜଣେ ନନଙ୍କୁ ଦୁଷ୍କର୍ମ ମାମଲାରେ ଗିରଫ କରାଯାଇଥିଲା। କୋଟ୍ଟାୟମ ଅଦାଲତରେ ୧୦୦ ଦିନରୁ ଅଧିକ ସମୟ ଧରି ଏହି ମାମଲା ଚାଲିଥିବା ବେଳେ ସବୁ ଅଭିଯୋଗରୁ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି। କୋର୍ଟଙ୍କ ରାୟ ପରେ ସମ୍ପୃକ୍ତ ନନ୍‌ଙ୍କୁ ଏକ ଶକ୍ତ ଧକ୍କା ଲାଗିଥିବା ଜଣାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story