ଚୋର ଭାବି ଛେଚିଲେ ଗାଁ ଲୋକେ, ଉଦ୍ଧାର କଲା ପୁଲିସ

ଜୟପୁର: ରାଜସ୍ଥାନ୍ ଅଲଓ୍ୱର ଜିଲ୍ଲାରେ ମବ୍ ଲିଞ୍ଚିଙ୍ଗ୍। ଗତକାଲି ବିଳମ୍ୱିତ ରାତିରେ ଚୋର ଭାବି କିଶନଗଢ଼ବାସୀ ଅଞ୍ଚଳର ମୁଶଖେଡ଼ା ଗାଁ’ର ଲୋକେ ଜଣେ ଯୁବକକୁ ପ୍ରବଳ ମାଡ଼ ମାରିଥିବା ଜଣାପଡ଼ିଛି। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ସୂଚନା ମୁତାବକ୍ ଚୋର ଭାବି କିଶନଗଢ଼ବାସୀ ଜଣେ ଯୁବକକୁ ଧରିଥିଲେ। ପରେ ଗ୍ରାମବାସୀ ତାଙ୍କୁ ବାନ୍ଧି ଭୀଷଣ ମାଡ଼ ମାରିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ପୁଲିସ ଆସି ମବ୍ ଲିଞ୍ଚିଙ୍ଗର ଶିକାର ହୋଇଥିବା ଯୁବକକୁ ଗୁରୁତର ଆହତ […]

stop lynching

stop lynching

Subhransu Sekhar
  • Published: Saturday, 17 August 2019
  • Updated: 17 August 2019, 03:39 PM IST

Sports

Latest News

ଜୟପୁର: ରାଜସ୍ଥାନ୍ ଅଲଓ୍ୱର ଜିଲ୍ଲାରେ ମବ୍ ଲିଞ୍ଚିଙ୍ଗ୍। ଗତକାଲି ବିଳମ୍ୱିତ ରାତିରେ ଚୋର ଭାବି କିଶନଗଢ଼ବାସୀ ଅଞ୍ଚଳର ମୁଶଖେଡ଼ା ଗାଁ'ର ଲୋକେ ଜଣେ ଯୁବକକୁ ପ୍ରବଳ ମାଡ଼ ମାରିଥିବା ଜଣାପଡ଼ିଛି। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

ସୂଚନା ମୁତାବକ୍ ଚୋର ଭାବି କିଶନଗଢ଼ବାସୀ ଜଣେ ଯୁବକକୁ ଧରିଥିଲେ। ପରେ ଗ୍ରାମବାସୀ ତାଙ୍କୁ ବାନ୍ଧି ଭୀଷଣ ମାଡ଼ ମାରିଥିବା ଜଣାପଡ଼ିଛି।

ଘଟଣାସ୍ଥଳରେ ପୁଲିସ ଆସି ମବ୍ ଲିଞ୍ଚିଙ୍ଗର ଶିକାର ହୋଇଥିବା ଯୁବକକୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରି ପଚରାଉଚରା କରିଛି। ପଚରାଉଚରା କରିବା ବେଳେ ମାଡ଼ ଖାଇଥିବା ଯୁବକ ଜଣଙ୍କ ନିଜର ନାମ ମୁବାରକ୍ ଖାନ୍ ବୋଲି ପୁଲିସକୁ କହିଛି। ଜଣେ ସମ୍ପର୍କୀୟଙ୍କ ଘରକୁ ସେ ଆସିଥିଲେ ବୋଲି ପୁଲିସ ଆଗରେ କହିଛି।

ତେବେ ଏ ନେଇ ଥାନାରେ କେହି ମାମଲା ଦାୟର କରିନାହାନ୍ତି। କିନ୍ତୁ ପୁଲିସ ନିଜ ଆଡ଼ୁ ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos