ଅଗଷ୍ଟ ୨୦୧୮-ଅଗଷ୍ଟ ୨୦୧୯, ୧୨ ମାସରେ ୧୨ରୁ ଅଧିକ ପ୍ରମୁଖ ନେତାଙ୍କୁ ହରାଇଛି ଦେଶ

ନୂଆଦିଲ୍ଲୀ: ୯ ଅଗଷ୍ଟରେ ଅସୁସ୍ଥତା ପାଇଁ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିବା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ଆଜି ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଗତକାଲି ଦିନ ୧୨ଟା ୭ ମିନିଟ୍ ସମୟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ନିକଟରେ ପୂର୍ବତନ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କର ମଧ୍ୟ ପରଲୋକ ହୋଇଥିଲା। ଯଦି ଗତ ଅଗଷ୍ଟ ୨୦୧୮ରୁ ଚଳିତ ଅଗଷ୍ଟ ମାସ ଯାଏ ଦେଖିବା, ୧୨ ମାସ ଭିତରେ ଦେଶ ୧୨ରୁ ଅଧିକ ପ୍ରମୁଖ ନେତାଙ୍କୁ […]

sushama jaitley vajpayee

sushama jaitley vajpayee

Subhransu Sekhar
  • Published: Sunday, 25 August 2019
  • Updated: 25 August 2019, 05:48 PM IST

Sports

Latest News

ନୂଆଦିଲ୍ଲୀ: ୯ ଅଗଷ୍ଟରେ ଅସୁସ୍ଥତା ପାଇଁ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିବା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ଆଜି ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଗତକାଲି ଦିନ ୧୨ଟା ୭ ମିନିଟ୍ ସମୟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ନିକଟରେ ପୂର୍ବତନ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କର ମଧ୍ୟ ପରଲୋକ ହୋଇଥିଲା। ଯଦି ଗତ ଅଗଷ୍ଟ ୨୦୧୮ରୁ ଚଳିତ ଅଗଷ୍ଟ ମାସ ଯାଏ ଦେଖିବା, ୧୨ ମାସ ଭିତରେ ଦେଶ ୧୨ରୁ ଅଧିକ ପ୍ରମୁଖ ନେତାଙ୍କୁ ହରାଇ ସାରିଛି। ଏଥିରୁ ଅଧିକାଂଶ ନେତା କଂଗ୍ରେସ ଏବଂ ବିଜେପିର।

୧୬ ଅଗଷ୍ଟ ୨୦୧୮ ଭାରତରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ବିୟୋଗ ହୋଇଥିଲା। ଏହାପରେ ମଦନ ଲାଲ ଖୁରାନା, ଶୀଲା ଦୀକ୍ଷିତ, ମନୋହର ପାରିକର, ଜୟପାଲ ରେଡ୍ଡୀ, ସୁଷମା ସ୍ୱରାଜ, ନାରାୟଣ ଦତ୍ତ ତିଓ୍ୱାରୀ, ଜଗନ୍ନାଥ ମିଶ୍ର, ବାବୁ ଲାଲ୍ ଗୌର ଏବଂ ଅରୁଣ ଜେଟଲୀ ରହିଛନ୍ତି।

ବିଜେପିର ତିନି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏବଂ ଜଣେ ମୁଖ୍ୟମନ୍ତ୍ରୀଙ୍କର ଅଗଷ୍ଚ ମାସରେ ନିଧନ ହୋଇଥିଲା

ଚଳିତ ବର୍ଷ ଅଗଷ୍ଟରେ ଦୁଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁଷମା ସ୍ୱରାଜ, ଅରୁଣ ଜେଟଲୀଙ୍କର ନିଧନ ହୋଇଥିବା ବେଳେ ଗତବର୍ଷ ଅଗଷ୍ଟରେ ଅଟଳ ବିହାରୀ ବାଜପେୟୀଙ୍କର ନିଧନ ହୋଇଥିଲା। ସେହିପରି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ବାବୁ ଲାଲ ଗୌରଙ୍କର ବିୟୋଗ ମଧ୍ୟ ଚଳିତ ଅଗଷ୍ଟରେ ହୋଇଛି। ସେହିପରି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରାଙ୍କର ଅଗଷ୍ଟ ୧୯ରେ ଦିଲ୍ଲୀରେ ଚିକିତ୍ସିତ ହେଉଥିବାବେଳେ ଦେହାନ୍ତ ହୋଇଥିଲା। ସେ ବିହାରର ତିନି ଥର ମୁଖ୍ୟମନ୍ତ୍ରୀ ତଥା ଅନ୍ତିମ କଂଗ୍ରେସ ନେତା ଭାବେ ବିହାରର ମୁଖ୍ୟମନ୍ତ୍ରୀ ଥିଲେ।

୨୮ ଜୁଲାଇରେ ଜୟପାଲ ରେଡ୍ଡୀଙ୍କ ବିୟୋଗ

JaipalReddy

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଜୟପାଲ ରେଡ୍ଡୀଙ୍କର ଗତମାସ ୨୮ ତାରିଖରେ ଦେହାନ୍ତ ହୋଇଥିଲା। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିବାରୁ ତାଙ୍କର ଦେହାନ୍ତ ହୋଇଥିଲା। ରାଜ୍ୟସଭାରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଶ୍ରଦ୍ଧାଞ୍ଜଳି ଦେବା ଅବସରରେ ଜୟପାଲ ରେଡ୍ଡୀଙ୍କୁ ମନେପକାଇବାକୁ ଯାଇ କାନ୍ଦି ପକାଇଥିଲେ।

୭ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କର ଗୋଟିଏ ବର୍ଷରେ ଦେହାନ୍ତ

ନାରାୟଣ ଦତ୍ତ ତିଓ୍ୱାରୀ, ମଦନ ଲାଲ ଖୁରାନା, ଶୀଲା ଦୀକ୍ଷିତ, ସୁଷମା ସ୍ୱରାଜ (ଦିଲ୍ଲୀ), ଜଗନ୍ନାଥ ମିଶ୍ର (ବିହାର) ଏବଂ ବାବୁ ଲାଲ ଗୌର (ମଧ୍ୟ ପ୍ରଦେଶ)ର ମୁଖ୍ୟମନ୍ତ୍ରୀ ରହି ସାରିଛନ୍ତି। ଏମାନଙ୍କ ମଧ୍ୟରୁ ନାରାୟଣ ତିଓ୍ୱାରୀ ଦୁଇ ରାଜ୍ୟ (ଉତ୍ତର ପ୍ରଦେଶ ଏବଂ ଉତ୍ତରାଖଣ୍ଡ)ର ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ପାଇଥିଲେ। ଏଯାଏ ଏହି ରେକର୍ଡ କେହି ଭାଙ୍ଗି ନାହାନ୍ତି।

ସେହିପରି ୨୭ ମାର୍ଚ୍ଚ ୨୦୧୯ରେ ଗୋଆର ମୁଖ୍ୟମନ୍ତ୍ରୀ ରହିଥିବା ବେଲେ ମନୋହର ପାରିକରଙ୍କର ଦେହାନ୍ତ ହୋଇଥିଲା। ଦେଶର ପ୍ରତିରକ୍ଷା ମନ୍ତ୍ରୀ ଭାବରେ ପ୍ରମୁଖ ଭୂମିକା ଲିଭାଇଥିଲେ। ସେ ପ୍ରତିରକ୍ଷାମନ୍ତ୍ରୀ ଥିବା ବେଳେ ମୋଦି ସରକାର ରାଫେଲ୍ ଜେଟ୍ ବିମାନର ଚୁକ୍ତି ଫ୍ରାନ୍ସ ସରକାର ସହ କରିଥିଲେ।

ଦିଲ୍ଲୀର ୪ ପ୍ରମୁଖ ନେତାଙ୍କ ବିୟୋଗ

ଦିଲ୍ଲୀ ସହିତ ଜଡ଼ିତ ତିନି ନେତା ଶୀଲା ଦୀକ୍ଷିତ୍ (୨୦ ଜୁଲାଇ), ସୁଷମା ସ୍ୱରାଜ ( ୬ ଅଗଷ୍ଟ) ଏବଂ ଅରୁଣ ଜେଟଲୀ (୨୪ ଅଗଷ୍ଟ)ଙ୍କର ବିୟୋଗ ହୋଇଛି। ଏହି ନେତାଙ୍କ ମଧ୍ୟରେ ଶୀଲା ଦିକ୍ଷୀତ ଓ ସୁଷମା ସ୍ୱରାଜ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରହି ସାରିଛନ୍ତି। ସେହିପରି ଜେଟଲୀ ୧୯୯୯ରୁ ୨୦୧୨ ଯାଏ ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ୍ ସଂଘର ସଭାପତି ରହିଥିଲେ। ସେହିପରି ଦିଲ୍ଲୀର ଆଉ ଜଣେ ପ୍ରମୁଖ ନେତା ମଦନ ଲାଲ ଖୁରାନାଙ୍କର ମଧ୍ୟ ବିୟୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story