ବ୍ରିଟେନରେ ଅକ୍ସଫୋର୍ଡ ଟିକାକୁ ମିଳିଲା ଅନୁମତି, ଭାରତରେ କେବେ

ଲଣ୍ଡନ: ସବୁ ଅପେକ୍ଷାର ଅନ୍ତ ଘଟିଛି। ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନେକା ପ୍ରସ୍ତୁତ କରିଥିବା କରୋନା ଟିକାକୁ ବହୁ ପରୀକ୍ଷାନିରୀକ୍ଷା କରିବା ପରେ ଶେଷରେ ବ୍ରିଟେନ ସରକାର ବ୍ୟବହାର ପାଇଁ ଅନୁମୋଦନ କରିଛନ୍ତି। ଖୁବଶୀଘ୍ର ବ୍ରିଟେନରେ ଏହାର ଟିକାକରଣ ଆରମ୍ଭ ହେବ। ବିଶ୍ୱର ପ୍ରଥମ ଦେଶ ଭାବେ ବ୍ରିଟେନ ଅକ୍ସଫୋର୍ଡ ଟିକାକୁ ବ୍ୟବହାର ପାଇଁ ଅନୁମତି ଦେଇଛି। ବ୍ରିଟେନରେ ଅକ୍ସଫୋର୍ଡ ଟିକାକୁ ଅନୁମୋଦନ ମିଳିଥିବାରୁ ଭାରତରେ ଉତ୍କଣ୍ଠା ବଢ଼ି ଯାଇଛି। କାରଣ ଭାରତରେ ଏହି ଟିକାର ପରୀକ୍ଷା ଚୂଡ଼ାନ୍ତ […]

h

h

Hemant Lenka
  • Published: Wednesday, 30 December 2020
  • Updated: 30 December 2020, 01:08 PM IST

Sports

Latest News

ଲଣ୍ଡନ: ସବୁ ଅପେକ୍ଷାର ଅନ୍ତ ଘଟିଛି। ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନେକା ପ୍ରସ୍ତୁତ କରିଥିବା କରୋନା ଟିକାକୁ ବହୁ ପରୀକ୍ଷାନିରୀକ୍ଷା କରିବା ପରେ ଶେଷରେ ବ୍ରିଟେନ ସରକାର ବ୍ୟବହାର ପାଇଁ ଅନୁମୋଦନ କରିଛନ୍ତି। ଖୁବଶୀଘ୍ର ବ୍ରିଟେନରେ ଏହାର ଟିକାକରଣ ଆରମ୍ଭ ହେବ। ବିଶ୍ୱର ପ୍ରଥମ ଦେଶ ଭାବେ ବ୍ରିଟେନ ଅକ୍ସଫୋର୍ଡ ଟିକାକୁ ବ୍ୟବହାର ପାଇଁ ଅନୁମତି ଦେଇଛି।

ବ୍ରିଟେନରେ ଅକ୍ସଫୋର୍ଡ ଟିକାକୁ ଅନୁମୋଦନ ମିଳିଥିବାରୁ ଭାରତରେ ଉତ୍କଣ୍ଠା ବଢ଼ି ଯାଇଛି। କାରଣ ଭାରତରେ ଏହି ଟିକାର ପରୀକ୍ଷା ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି ଓ ଖୁବଶୀଘ୍ର ଏହାକୁ ବ୍ୟବହାରିକ ଅନୁମୋଦନ ମିଳିବ ବୋଲି କୁହାଯାଇଛି।

ଟିକାର ବ୍ୟବହାର ପାଇଁ ଆଷ୍ଟ୍ରାଜେନେକା ପକ୍ଷରୁ ବ୍ରିଟିଶ ସରକାରଙ୍କ ନିକଟରେ ଆବେଦନ କରାଯାଇଥିଲା। ଏହାପରେ Medicines and Healthcare products Regulatory Agency (MHRA) ଟ୍ରାଏଲ ବେଳେ ମିଳିଥିବା ତଥ୍ୟକୁ ଗୁଡ଼ିକୁ ସମୀକ୍ଷା କରିଥିଲା। ଶେଷରେ MHRA ଅକ୍ସଫୋର୍ଡ ଟିକା ସୁରକ୍ଷିତ ବୋଲି କହିବା ସହ ଏହାର ବ୍ୟବହାର କରିବାକୁ ଅନୁମତି ପ୍ରଦାନ କରିଛି।

MHRA କହିଛି ଯେ ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନେକାର ଦୁଇଟି ଡୋଜ ଜଣେ ବ୍ୟକ୍ତି ନେବେ। ୪ରୁ ୧୨ ସପ୍ତାହ ମଧ୍ୟରେ ଏହି ଦୁଇଟି ଯାକ ଡୋଜ ନେବାକୁ ପଡ଼ିବ। କ୍ଲିନିକାଲ ଟ୍ରାଏଲ ବେଳେ ଜଣାପଡ଼ିଛି ଯେ ଏହି ଟିକା ସୁରକ୍ଷିତ। ଏହା ଦ୍ୱାରା କୌଣସି ଗୁରୁତର ପାର୍ଶ୍ୱପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ। ଅନୁମୋଦନ ପରେ ବ୍ରିଟେନ ସରକାର ଅକ୍ସଫୋର୍ଡ ଟିକାର ୧୦ କୋଟି ଡୋଜ୍‌ ମଗାଇଛନ୍ତି।

ଏହାପୂର୍ବରୁ ବ୍ରିଟେନ ସରକାର ଫାଇଜର ପ୍ରସ୍ତୁତ କରିଥିବା କରୋନା ଟିକାକୁ ଦେଶରେ ବ୍ୟବହାର ପାଇଁ ଅନୁମତି ଦେଇଥିଲେ।

ବ୍ରିଟେନରେ ଟିକାକୁ ଅନୁମତି ମିଳିଥିବାରୁ ଭାରତରେ ମଧ୍ୟ ଖୁବଶୀଘ୍ର ଏହାକୁ ଗ୍ରୀନ ସିଗ୍ନାଲ ମିଳିବ ବୋଲି କୁହାଯାଉଛି। କାରଣ ପୂର୍ବରୁ ବିଶେଷଜ୍ଞମାନେ କହିଥିଲେ ଯେ ବ୍ରିଟେନରେ ଟିକାକୁ ଅନୁମୋଦନ ମିଳିବା ପରେ ଯାଇ ଭାରତରେ ଟିକାକୁ ବ୍ୟବହାର ପାଇଁ ଅନୁମତି ଦିଆଯିବ ବୋଲି କହିଥିଲେ।

ଭାରତରେ ଅକ୍ସଫୋର୍ଡ ଟିକାର ଉତ୍ପାଦନ ଦାୟିତ୍ୱ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ନେଇଛି। ସେରମ କହିଥିଲା ଯେ ବ୍ରିଟେନରେ ଅନୁମୋଦନ ମିଳିବାର ମାତ୍ର କିଛି ଦିନ ମଧ୍ୟରେ ଭାରତରେ ଏହାକୁ ଜରୁରୀ କାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ମିଳିବ। ଆଜି ବ୍ରିଟେନରେ ଟିକାକୁ ଅନୁମୋଦନ ମିଳିଥିବାରୁ ୨୦୨୧ ପ୍ରଥମ ସପ୍ତାହରେ ଭାରତରେ ମଧ୍ୟ ଏହାକୁ ମଞ୍ଜୁରୀ ମିଳିବ ବୋଲି କୁହାଯାଉଛି।

ଭାରତ ସରକାର ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଓ କରୋନା ସଂକ୍ରମିତ ହେବାର ଅଧିକ ଆଶଙ୍କା ଥିବା ଲୋକଙ୍କୁ ଏହି ଟିକା ଦେବାକୁ ଲକ୍ଷ୍ୟ ରଖିଛନ୍ତି। ଟିକା ଆସିବା ପୂର୍ବରୁ ହିଁ ଡ୍ରାଏ ରନ୍‌ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରସ୍ତୁତି ଶେଷ ହୋଇ ଯାଇଛି। ତେଣୁ ଖୁବଶୀଘ୍ର ଭାରତରେ ମଧ୍ୟ ଅକ୍ସଫୋର୍ଡ ଟିକାକୁ ଅନୁମୋଦନ ମିଳିବ ବୋଲି ସମ୍ଭାବନା ସୃଷ୍ଟି ହୋଇଛି। ସେରମ ବି ୪ରୁ ୫ କୋଟି ଡୋଜ୍‌ ପ୍ରସ୍ତୁତ କରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story