ନୂଆଦିଲ୍ଲୀ: ପାକିସ୍ଥାନ କୋର୍ଟରେ ବନ୍ଦି ଜୀବନ ବିତାଉଥିବା କୁଲଭୁଷଣ ଯାଦବଙ୍କ ପତ୍ନୀ ତାଙ୍କୁ ଭେଟିପାରିବେ ବୋଲି ନୈତିକତା ଭିତ୍ତିରେ ପାକିସ୍ଥାନ ପକ୍ଷରୁ କୁହାଯାଉଥିବା ବେଳେ ଭାରତ ଏ ନେଇ ସର୍ତ୍ତ ଲାଗାଇଛି । ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ପୂର୍ବରୁ ଯାଦବଙ୍କ ମା’ ତାଙ୍କୁ ଭେଟିଯିବାକୁ ଆଶା ରଖିଥିବା ବେଳେ ଏ ନେଇ ପାକିସ୍ଥାନ ପକ୍ଷରୁ କୌଣସି ମତ ରଖାଯାଇ ନ ଥିଲା । ଏଣେ ଏବେ ପତ୍ନୀ ତାଙ୍କୁ ଦେଖା କରିପାରିବେ ବୋଲି କୁହାଯାଉଛି । ଏଭଳି ସ୍ଥିତିରେ ଯଦି ପାକ୍ ଯାଦବଙ୍କ ପରିବାର ସଦସ୍ୟଙ୍କ ସୁରକ୍ଷାର ଗ୍ୟାରେଣ୍ଟି ଦେବ ତା ହେଲେ କିଛି ଚିନ୍ତା କରାଯାଇପାରେ ।
ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ରବିଶ କୁମାର କହିଛନ୍ତି, କୁଳଭୁଷରଙ୍କ ମା’ ପୁଅକୁ ଏ ଯାଏଁ ଭେଟିପାରି ନ ଥିବା ବେଳେ ଏବେ ପତ୍ନୀଙ୍କୁ ଅନୁମତି ଉପରେ ଆମ ପକ୍ଷରୁ ସକାରାତ୍ମକ ପ୍ରତିକ୍ରିୟା ଦିଆଯାଇଛି। ଭାରତ ପକ୍ଷରୁ ଏ କଥା ସ୍ପଷ୍ଟ କରିଦିଆ ଯାଇଛି ଯେ, କୁଲଭୁଷଣଙ୍କ ପତ୍ନୀ ତାଙ୍କ ଶାଶୁଙ୍କ ସହ ମିଶି ପାକିସ୍ଥାନ ଯିବାକୁ ଚାହୁଁଛନ୍ତି। ଏଣୁ ଯଦି ପାକିସ୍ଥାନ ଏହି ଶାଶୁ ବୋହୂ ଦୁହିଁଙ୍କର ସୁରକ୍ଷାର ଗ୍ୟରେଣ୍ଟି ଦେବ ଓ ସେମାନେ ପାକିସ୍ଥାନରେ ରହିଥିବା ସମୟରେ କୌଣସି ପ୍ରକାରର ପ୍ରଶ୍ନଉତ୍ତର କରା ନ ଯିବ, ତା ହେଲେ ଏ ସମ୍ପର୍କରେ ଭାରତ ନିଶ୍ଚିତ ଭାବେ ଚିନ୍ତା କରିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।