୮୦ ବର୍ଷ ପୁରୁଣା ହନୁମାନ ମନ୍ଦିର ଭାଙ୍ଗିଦେଲା ବିଲଡର

ଇସଲାମାବାଦ: ପାକିସ୍ତାନର କରାଚିରେ ଥିବା ଏକ ପୁରୁଣା ହନୁମାନ ମନ୍ଦିରକୁ ଭାଙ୍ଗି ଦିଆଯାଇଛି। ଏହି ମନ୍ଦିରଟି ପ୍ରାୟ ୮୦ ବର୍ଷ ପୁରୁଣା। ଅର୍ଥାତ୍ ସ୍ୱାଧୀନତା ପୂର୍ବରୁ ବୋଲି କୁହାଯାଏ। ମନ୍ଦିରଟି ଲିୟାରି ଅଞ୍ଚଳରେ ରହିଛି। କେବଳ ଏତିକି ନୁହେଁ ଏହି ମନ୍ଦିର ନିକଟରେ ଥିବା ପ୍ରାୟ ୨୦ ହିନ୍ଦୁ ପରିବାରର ଘର ମଧ୍ୟ ଭାଙ୍ଗିଯାଇଛି।

ଏହି ପୁରୁଣା ହନୁମାନ ମନ୍ଦିର ଭଙ୍ଗାଯିବା ବେଳେ ସେଠାରେ ରହୁଥିବା ହିନ୍ଦୁ ମାନେ ବିରୋଧ କରିଥିଲେ। ତେବେ ପୁଲିସ ସଂପୃକ୍ତ ଅଞ୍ଚଳକୁ ସିଲ୍ କରି କରିଦେଇଥିଲା। ପାକିସ୍ତାନର ଦୈନିକ ଖବରକାଗଜ ଦି ଏକ୍ସପ୍ରେସ ଟ୍ରିବ୍ୟୁନରେ ଏହି ରିପୋର୍ଟ ପ୍ରକାଶ ପାଇଛି। ଏହି ମନ୍ଦିରକୁ ଏକ ବିଲଡର ଭାଙ୍ଗିଥିବା ଜଣାପଡ଼ିଛି। ଲିୟାରିର ସହକାରୀ କମିଶନର ଅବଦୁଲ କରିମ ମେମୋନ ବିଲଡରଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଇଥିବା ସୂଚନା ରହିଛି।

ସ୍ଥାନୀୟ ଲୋକ କହିଛନ୍ତି ଯେ ଜଣେ ବିଲଡର ମନ୍ଦିର ଚାରି ପାଖରେ ଜମି କିଣିଥିଲେ ଏବଂ ଏଠାରେ ଏକ କଲୋନୀ ନିର୍ମାଣ କରିବାକୁ ଚାହୁଁଥିଲେ। ତେବେ ଜମି କିଣିବା ବେଳେ ମନ୍ଦିରକୁ କଲୋନୀ ଛୁଇଁବ ନାହିଁ ବିଲଡର ପ୍ରତିଶୃତି ଦେଇଥିଲେ। ହେଲେ ପରବର୍ତ୍ତୀ ସମୟରେ ବିଲଡର ପ୍ରତିଶ୍ରୁତି ପାଳନ କରି ନଥିବା ଜଣାପଡ଼ିଛି। ତେବେ ବିଲଡର ମନ୍ଦିର ସହିତ ପାଖରେ ରହୁଥିବା ହିନ୍ଦୁମାନଙ୍କ ଘର ମଧ୍ୟ ଭାଙ୍ଗି ଦେଇଛନ୍ତି। ଯାହାକୁ ନେଇ ଅସନ୍ତୋଷ ତେଜିଛି।

ଆହୁରି ପଢ଼ନ୍ତୁ

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ କରୋନା ସହିତ ଡେଙ୍ଗୁରେ ଆକ୍ରାନ୍ତ

ଶୁକ୍ରବାର ଏନସିବି ଆଗରେ ହାଜର ହେବେନି ଦୀପିକା

କୃଷି ବିଲକୁ ଜୋରଦାର ବିରୋଧ, ପଞ୍ଜାବରେ ରେଳ ରୋକ୍

କଙ୍ଗନାଙ୍କ ଯାଚିକା ନେଇ ସଞ୍ଜୟଙ୍କୁ ଜବାବ ମାଗିଲେ ହାଇକୋର୍ଟ

ବିଭିନ୍ନ ଠିକଣାରେ ରେଡ୍, ୭୦ କୋଟି ଟଙ୍କାର ବେଆଇନ୍ ସମ୍ପତ୍ତି ଠାବ

ପୂର୍ବତନ କ୍ରିକେଟର ଡିନ୍ ଜୋନ୍ସଙ୍କ ପରଲୋକ

ବିବାହକୁ ମାସେ ନ ପୁରୁଣୁ ପୁନମ ପାଣ୍ଡେଙ୍କ ବଡ଼ ନିଷ୍ପତ୍ତି

ଆଶ୍ଚର୍ଯ୍ୟଜନକ ଭାବେ ଟ୍ରେନ୍‌ ଟ୍ରାକ୍‌ରୁ ବର୍ତ୍ତିଗଲା ଦୁଇ ବର୍ଷ ବୟସ୍କ ବାଳକ!

ଲକଡାଉନ୍ ବେଳେ ନଦୀ ପାଣିର ମାନ ସେତେଟା ବୃଦ୍ଧି ପାଇନି

କରୋନା ପାଇଁ ଭାରତରେ ପ୍ରାୟ ୨ କୋଟି ଚାକିରି ହରାଇଲେଣି

ଅକ୍ଟୋବର ୨୨ ଯାଏ ବିଚାର ବିଭାଗୀୟ ହେପାଜତକୁ ଗଲେ ଉମର ଖାଲିଦ

ସମନ ପାଇବା ପରେ ଗୋଆ ଛାଡ଼ିଲେ ସାରା