ଆତଙ୍କବାଦ ବିରୋଧରେ ପାକିସ୍ତାନ ଦାଖଲ କରିଥିବା ଏଫଆଇଆର୍ ଲୋକ ଦେଖାଣିଆ

ଇସଲାମାବାଦ: ଆତଙ୍କବାଦ ବିରୋଧରେ ପାକିସ୍ତାନ ନେଉଥିବା କାର୍ଯାନୁଷ୍ଠାନ ମିଛ ବା ଲୋକ ଦେଖାଣିଆ। କାରଣ କାର୍ଯ୍ୟାନୁଷ୍ଠାନ ପାଇଁ ଆତଙ୍କବାଦୀ ବିରୋଧରେ ପାକିସ୍ତାନ ଯେଉଁ ଏଫଆଇଆର୍ ଦାଖଲ କରିଛି ତାହା ନକଲି ଏବଂ ଏତେ ଦୁର୍ବଳ ଯେ ଆତଙ୍କବାଦୀଙ୍କ ବିରୋଧରେ କୌଣସି ଠୋସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ସମ୍ବାବନା ନାହିଁ। ଟେରର ଫଣ୍ଡିଙ୍ଗ ଏବଂ ମନି ଲଣ୍ଡ୍ରିଂ ମାମଲାର ତଦନ୍ତ କରୁଥିବା ସଂସ୍ଥା ଫାଇନାନସିଆଲ୍ ଆକ୍ସନ ଟାସ୍କ ଫୋର୍ସ(ଏଫଏଟିଏଫ) ପାକିସ୍ତାନକୁ ଗତ ବର୍ଷ ‘ଗ୍ରେ’ ଲିଷ୍ଟରେ ସାମିଲ କରିଥିଲା। […]

Imran-Khan (1)

Imran-Khan (1)

Subhransu Sekhar
  • Published: Sunday, 18 August 2019
  • Updated: 18 August 2019, 04:48 PM IST

Sports

Latest News

ଇସଲାମାବାଦ: ଆତଙ୍କବାଦ ବିରୋଧରେ ପାକିସ୍ତାନ ନେଉଥିବା କାର୍ଯାନୁଷ୍ଠାନ ମିଛ ବା ଲୋକ ଦେଖାଣିଆ। କାରଣ କାର୍ଯ୍ୟାନୁଷ୍ଠାନ ପାଇଁ ଆତଙ୍କବାଦୀ ବିରୋଧରେ ପାକିସ୍ତାନ ଯେଉଁ ଏଫଆଇଆର୍ ଦାଖଲ କରିଛି ତାହା ନକଲି ଏବଂ ଏତେ ଦୁର୍ବଳ ଯେ ଆତଙ୍କବାଦୀଙ୍କ ବିରୋଧରେ କୌଣସି ଠୋସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ସମ୍ବାବନା ନାହିଁ।

ଟେରର ଫଣ୍ଡିଙ୍ଗ ଏବଂ ମନି ଲଣ୍ଡ୍ରିଂ ମାମଲାର ତଦନ୍ତ କରୁଥିବା ସଂସ୍ଥା ଫାଇନାନସିଆଲ୍ ଆକ୍ସନ ଟାସ୍କ ଫୋର୍ସ(ଏଫଏଟିଏଫ) ପାକିସ୍ତାନକୁ ଗତ ବର୍ଷ 'ଗ୍ରେ' ଲିଷ୍ଟରେ ସାମିଲ କରିଥିଲା। ଚଳିତ ଥର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ବ୍ଲାକ ଲିଷ୍ଟ ବା କଳା ତାଲିକା ଭୁକ୍ତ କରିବ ବୋଲି ଜାନୁଆରୀରେ ପାକିସ୍ତାନକୁ ଏଫଏଟିଏଫ ଚେତାବନୀ ଦେଇଥିଲା। ଏବେ ସେପ୍ଟେମ୍ୱର ସୁଦ୍ଧା ପାକିସ୍ତାନକୁ ସମସ୍ତ କାର୍ଯ୍ୟାନୁଷ୍ଠାନର ହିସାବ ମାଗିଛି ଏଫଏଟିଏଫ। କାରଣ ଅକ୍ଟୋବରରେ ଏଫଟିଏଫର ବୈଠକ ବସିବ। ଏହି ବୈଠକରେ ପାକିସ୍ତାନକୁ କଳା ତାଲିକା ଭୁକ୍ତ କରାଯିବ କି ନାହିଁ, ସେ ନିଷ୍ପତ୍ତି ନିଆଯିବ। ଯଦି ପାକିସ୍ତାନ କଳା ତାଲିକା ଭୁକ୍ତ ହୋଇଯାଏ, ତା'ହେଲେ ବିଦେଶରେ ଏବଂ ନିଜ ଦେଶରେ ନାନା ଆର୍ଥିକ ମାମଲାରେ ଫସିଯିବ।

ଏବେ ପାକିସ୍ତାନ ଏଫଏଟିଏଫକୁ ଦେଖାଇବା ପାଇଁ ଚାହୁଁଛି ଯେ ସେ ଆତଙ୍କବାଦ ବିରୋଧରେ କାର୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। କିନ୍ତୁ ଆତଙ୍କବାଦୀଙ୍କ ବିରୋଧରେ ପାକିସ୍ତାନ ଦାୟର କରିଥିବା ଏଫଆଇଆର୍ ବହୁତ ଦୁର୍ବଳ ହୋଇଥିବାରୁ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର ସମ୍ଭାବନା ବହୁତ କମ୍।

ଖବର ସରବରାହ ସଂସ୍ଥା ଏଏନଆଇର ରିପୋର୍ଟ ଅନୁଯାୟୀ ୧ ଜୁଲାଇରେ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଇବା ବିରୋଧରେ ଜମି ବିବାଦକୁ ନେଇ ପାକିସ୍ତାନ ସରକାର ମାମଲା ଦାୟର କରିଥିଲା। ଯେଉଁଥିରେ କେବଳ ସଂଗଠନର ନାମ ରହିଛି ହେଲେ ଆତଙ୍କବାଦୀଙ୍କ ନାମ ଉଲ୍ଲେଖ ହୋଇନାହିଁ। କିନ୍ତୁ ଅସଲରେ ଏହି ବିବାଦିତ ଜମିର ମାଲିକ ହେଉଛନ୍ତି ଆତଙ୍କବାଦୀ ହାଫିଜ୍ ସୟିଦ୍, ଅବଦୁଲ୍ଲ ଗଫର, ଅମିକ ହମଜା ଏବଂ ମଲିକ ଜଫର ଇକବାଲ୍। ଏଥିସହ ଏଫଆଇଆରରେ ଆତଙ୍କବାଦୀ ସଂଗଠନ ଦାଓ୍ୱତ-ବଲ୍-ଇରଶାଦର ନାମ ଉଲ୍ଲେଖ ରହିଛି ଯାହାକି ଜାମାତ୍-ଉଦ୍-ଦାୱାର ପୁରୁଣା ନାମ। ଅନ୍ୟପଟେ ସେମାନଙ୍କୁ ଆତଙ୍କବାଦୀ କାହିଁକି କୁହାଯାଉଛି  ଓ ତାଙ୍କର ଅପରାଧ କଣ, ସେ ବାବଦରେ ମଧ୍ୟ ଏଫଆଇଆରରେ ଉଲ୍ଲେଖ ହୋଇନାହିଁ।

ପାକିସ୍ତାନ ସରକାର ଏହି ଏଫଆଇଆର ଜରିଆରେ ଦେଖାଇବାକୁ ଚାହୁଁଛନ୍ତି ଯେ ଆତଙ୍କବାଦୀଙ୍କ ସମ୍ପତ୍ତି ଜବତ କରାଯାଇଛି ଏବଂ ଆର୍ଥିକ ନେଣଦେଣ ଉପରେ ରୋକ୍ ଲଗାଯାଇଛି। କିନ୍ତୁ ଅସଲରେ ଦାୟର ହୋଇଥିବା ଏଫଆଇଆର ବୁହତ ଦୁର୍ବଳ। ଏହାକୁ ଆଧାର କରି କୋର୍ଟ କେବେ ବି ଆତଙ୍କବାଦୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ନାହିଁ। ଏମିତିକି ଏଫଆଇଆର ଅନୁଯାୟୀ ଆତଙ୍କବାଦୀଙ୍କ ବିରୋଧରେ ସେମିତି କିଛି ପଦକ୍ଷେପ ନିଆଯାଇ ନାହିଁ। ଯାହା ପାକିସ୍ତାନର ଅସଲ ମୁଖା ଖୋଲି ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos