ପାକିସ୍ତାନ ସାମ୍ୱାଦିକଙ୍କ ମୁହଁ ବନ୍ଦ କଲେ ଭାରତୀୟ ରାଷ୍ଟ୍ରଦୂତ ସୟିଦ ଆକବରୁଦ୍ଦିନ

ନୂଆଦିଲ୍ଲୀ: ଜାତିସଂଘ ସୁରକ୍ଷା ପରିଷଦରେ ଗତକାଲି କଶ୍ମୀର ପ୍ରସଙ୍ଗରେ ପାକିସ୍ତାନର କୂଟନୀତି ଫେଲ୍ ମାରିଛି। ଏହା ପରେ ସାମ୍ୱାଦିକ ସମ୍ମିଳନୀରେ ପାକିସ୍ତାନ ଗଣମାଧ୍ୟମର ଜଣେ ସାମ୍ୱାଦିକଙ୍କ ପ୍ରଶ୍ନ ଉତ୍ତର ଦେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଜାତିସଂଘରେ ଭାରତର ସ୍ଥାୟୀ ରାଷ୍ଟ୍ରଦୂତ ସୟିଦ ଆକବରୁଦ୍ଦିନ। ପ୍ରେସ୍ କନଫରେନସ ଟେବୁଲ ପାଖକୁ ସୟିଦ ଆକବରୁଦ୍ଦିନ ଆସିବା ମାତ୍ରେ ପାକିସ୍ତାନର ସାମ୍ୱାଦିକ ପଚାରିଥିଲେ ‘କେବେ ପାକିସ୍ତାନ ସହ ଭାରତ ଦ୍ୱିପାକ୍ଷିକ ଆଲୋଚନା କରିବ’ ? ସୟିଦ ଆକବରୁଦ୍ଦିନ ତତକ୍ଷଣାତ୍ ତାଙ୍କ (ପାକିସ୍ତାନ […]

Syed-akbaruddin

Syed-akbaruddin

Subhransu Sekhar
  • Published: Saturday, 17 August 2019
  • Updated: 17 August 2019, 03:32 PM IST

Sports

Latest News

ନୂଆଦିଲ୍ଲୀ: ଜାତିସଂଘ ସୁରକ୍ଷା ପରିଷଦରେ ଗତକାଲି କଶ୍ମୀର ପ୍ରସଙ୍ଗରେ ପାକିସ୍ତାନର କୂଟନୀତି ଫେଲ୍ ମାରିଛି। ଏହା ପରେ ସାମ୍ୱାଦିକ ସମ୍ମିଳନୀରେ ପାକିସ୍ତାନ ଗଣମାଧ୍ୟମର ଜଣେ ସାମ୍ୱାଦିକଙ୍କ ପ୍ରଶ୍ନ ଉତ୍ତର ଦେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଜାତିସଂଘରେ ଭାରତର ସ୍ଥାୟୀ ରାଷ୍ଟ୍ରଦୂତ ସୟିଦ ଆକବରୁଦ୍ଦିନ।

ପ୍ରେସ୍ କନଫରେନସ ଟେବୁଲ ପାଖକୁ ସୟିଦ ଆକବରୁଦ୍ଦିନ ଆସିବା ମାତ୍ରେ ପାକିସ୍ତାନର ସାମ୍ୱାଦିକ ପଚାରିଥିଲେ 'କେବେ ପାକିସ୍ତାନ ସହ ଭାରତ ଦ୍ୱିପାକ୍ଷିକ ଆଲୋଚନା କରିବ' ? ସୟିଦ ଆକବରୁଦ୍ଦିନ ତତକ୍ଷଣାତ୍ ତାଙ୍କ (ପାକିସ୍ତାନ ସାମ୍ୱାଦିକ) ପାଖକୁ ଯାଇ କହିଥିଲେ 'ମୁଁ ଆପଣଙ୍କ ପାଖକୁ ଆସିଯାଇଛି। ଏବେ ଆରମ୍ଭ କରିବା କଥାବାର୍ତ୍ତା। ଦିଅନ୍ତୁ, ଆପଣଙ୍କ ହାତ ବଢ଼ାନ୍ତୁ (ହ୍ୟାଣ୍ଡଶେକ୍ କରିବା ପାଇଁ)'।

ଏହାପରେ ସୟିଦ ଆକବରୁଦ୍ଦିନ କହିଥିଲେ କଶ୍ମୀର ପ୍ରସଙ୍ଗରେ ଭାରତ ସବୁବେଳେ ଶିମଲା ଚୁକ୍ତିକୁ ନେଇ ପ୍ରତିବଦ୍ଧ। ଏ ନେଇ ପାକିସ୍ତାନ ସହ କଥା ହେବା ପାଇଁ ଭାରତ ପାକିସ୍ତାନକୁ ପ୍ରଥମେ ହାତ ବଢ଼ାଇ ସାରିଛି ବୋଲି ସୟିଦ କହିଥିଲେ।

ଏହାପରେ ପାକିସ୍ତାନର ସାମ୍ୱାଦିକ ଟିକିଏ ଅଟକି କହିଥିଲେ 'ହଉ ଠିକ୍ ଅଛି। ମୁଁ ଏବେ ପାକିସ୍ତାନର ପ୍ରତିକ୍ରିୟାକୁ ଅପେକ୍ଷା କରିଛି'। ଏହାପରେ ପାକିସ୍ତାନ ସାମ୍ୱାଦିକ ଚୁପ୍ ହୋଇଯାଇଥିଲେ। ପାଖରେ ଥିବା ଅନ୍ୟ ଦେଶର ସାମ୍ୱାଦିକ ମଧ୍ୟ ସୟିଦ ଆକବରୁଦ୍ଦିନଙ୍କ ଏପରି କଥାବାର୍ତ୍ତା ଶୈଳୀ ଦେଖି ଆମୋଦିତ ହୋଇଥିଲେ।

ଏହି ଅବସରରେ ସେ ତାଙ୍କର ଚାଇନା ଏବଂ ପାକିସ୍ତାନ ପ୍ରତିପକ୍ଷଙ୍କ ଉପରେ ମଧ୍ୟ ଟିପ୍ପଣୀ ଦେଇଥିଲେ। କହିଥିଲେ, ସେ ଜଣେ ଖୋଲା ଗଣତନ୍ତ୍ର ରାଷ୍ଟ୍ରର ଜାତିସଂଘର ସ୍ଥାୟୀ ରାଷ୍ଟ୍ରଦୂତ ଭାବରେ ଏଠି ଉପସ୍ଥିତ ଅଛନ୍ତି। ଆପଣ ଯାହା ପଚାରିବେ ସମସ୍ତ ପ୍ରଶ୍ନର ଉତ୍ତର ରଖିବାକୁ ମୁଁ ପ୍ରସ୍ତୁତ ଅଛି ବୋଲି ସେ ସାମ୍ବାଦିକଙ୍କୁ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story