ନୂଆଦିଲ୍ଲୀ: ପାକିସ୍ତାନର ଏଫ୍-୧୬ ବିମାନ କୁଆଡ଼େ ଭାରତର ମିଗ୍ ଖସାଇ ଦେଇଛି। ଏଭଳି ମିଛ ଖବର ଏବେ ପାକିସ୍ତାନୀ ଗଣମାଧ୍ୟମରେ ସ୍ଥାନ ପାଇ ଚର୍ଚ୍ଚାରେ ଅଛି। ଆଉ ସବୁଠାରୁ ବଡ଼ କଥା ହେଉଛି ସେଠାକାର ସରକାର ମଧ୍ୟ ଏହି ମିଛ ଫଟୋ ଏବଂ ଭିଡିଓକୁ ଏବେକାର ଏବଂ ଆଜିର ଦର୍ଶାଇ ଆସୁଛନ୍ତି। ହେଲେ ସତ କେବେ ଲୁଚି ରହେନା ଉକ୍ତି ସତ ପ୍ରମାଣିତ ହେବା ସହିତ ପ୍ରକୃତ ଘଟଣା ବାବଦରେ ତୁରନ୍ତ ସ୍ପଷ୍ଟ ହୋଇସାରିଛି।
୨୦୧୬ ମସିହାରେ ଦୁର୍ଭାଗ୍ୟବଶତଃ ଯୋଧପୁରଠାରେ ଏକ ମିଗ୍-୨୧ ବିମାନ ଦୁର୍ଘଟଣାର ଶିକାର ହୋଇଥିଲା। ସେହି ଫଟୋକୁ ବ୍ୟବହାର କରି ଏହାର ୩ ବର୍ଷ ପରେ ପାକିସ୍ତାନ ଦର୍ଶାଇବାକୁ ଚାହୁଁଛି ଏହି ବିମାନ ପାକିସ୍ତାନ ସେନା ହିଁ ଖସାଇଛି। ଏପରିକି ପାକିସ୍ତାନୀ ମିଡିଆ ଏବଂ ସରକାର ଏହି ପୁରୁଣା ଫଟୋକୁ ତାଙ୍କ ବାୟୁସେନାର ସଫଳତା ବୋଲି ଦର୍ଶାଇ ଆସୁଛନ୍ତି।
ବୁଧବାର ଏଲଓସି ଆରପାଖରେ ପାକିସ୍ତାନରେ ଥିବା ଜୈଶ-ଇ-ମହମ୍ମଦ କ୍ୟାମ୍ପରେ ବୋମାବର୍ଷଣ କରିବା ପରେ ପାକିସ୍ତାନ ସରକାର ବ୍ୟାକ୍ଫୁଟ୍ରେ ଅଛନ୍ତି। ଏହାର ପ୍ରତିଫଳନ ତାଙ୍କ ସଂସଦରେ ମଧ୍ୟ ଦେଖିବାକୁ ମିଳିଥିଲା ଏବଂ ବର୍ତ୍ତମାନ ପାକ୍ ସରକାର ମିଛ ଖବରର ସହୟତା ନେଉଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
‘କେରଳ ମିନି ପାକିସ୍ତାନ’ ବୟାନ ପାଇଁ ବିବାଦରେ ମନ୍ତ୍ରୀ ରାଣେ
କଂଗ୍ରେସର ରାହୁଲ ଗାନ୍ଧି ଓ କେରଳର ୱାୟନାଡରୁ ସାଂସଦ ହୋଇଥିବା ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଟାର୍ଗେଟ କରିବା ବେଳେ ନୀତେଶ ରାଣେ କେରଳକୁ ମିନି ପାକିସ୍ତାନ କହିବାକୁ ମଧ୍ୟ ପଛାଇ ନାହାନ୍ତି।
National
୧୧ କୋଟି ଟଙ୍କା ଓ ୫୨ କେଜି ସୁନା ଜବତର ମାଷ୍ଟର ମାଇଣ୍ଡ ସୌରଭ ଶର୍ମା କିଏ? ଖୋଜୁଛନ୍ତି ୩ ତଦନ୍ତକାରୀ ସଂସ୍ଥା
କାର ଭିତରୁ ୧୧ କୋଟି ଟଙ୍କା ଓ ୫୨ କେଜି ଓଜନର ସୁନା ବିସ୍କୁଟ ଜବତ କରିଥିଲା। କୁହାଯାଉଛି ଏହି ଆଖି ଖୋସି ହେବା ଭଳି ସମ୍ପତ୍ତି ପଛର ମାଷ୍ଟରମାଇଣ୍ଡ ହେଉଛନ୍ତି ସୌରଭ ଶର୍ମା। ୩ ତଦନ୍ତକାରୀ ସଂସ୍ଥା ତାଙ୍କୁ ଖୋଜୁ ଥିଲେ ହେଁ ଏଯାଏ ତାଙ୍କ ସମ୍ପର୍କରେ କୌଣସି ଟେର୍ ପାଇନାହାନ୍ତି।
Politics
ହାଇଦ୍ରାବାଦ ଦଳାଚକଟା ଘଟଣା: 'ଆଇନ ଆଗରେ ସମସ୍ତେ ସମାନ' କହିଲେ ପୱନ କଲ୍ୟାଣ
ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ଉଚିତ ବୋଲି ଦର୍ଶାଇଛନ୍ତି ପୱନ କଲ୍ୟାଣ। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କୁ କଲେ ପ୍ରଶଂସା।
Politics
ରାହୁଲ ଗାନ୍ଧିଙ୍କ ଭିଏତନାମ ଟ୍ରିପକୁ ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ
ମନମୋହନ ସିଂହଙ୍କ ଅସ୍ତିକୁ ସଂଗ୍ରହ ପାଇଁ ଗାନ୍ଧି ପରିବାରର କେହି ଉପସ୍ଥିତ ନଥିବାରୁ ଦିନକ ତଳେ ବିଜେପି ଏହା ଉପରେ ପ୍ରଶ୍ନ ଉଠାଇଥିଲା।
Politics
କେଜ୍ରିୱାଲଙ୍କ ବଡ଼ ଘୋଷଣା; ଆପ୍ ଜିତିଲେ ମନ୍ଦିର ପୂଜକଙ୍କୁ ଦେବ ମାସିକ ୧୮ ହଜାର ଦରମା
ଆମ୍ ଆଦମୀ ପାର୍ଟି ସରକାରକୁ ଫେରିଲେ ଦିଲ୍ଲୀର ସମସ୍ତ ମନ୍ଦିର ପୂଜକ ଓ ଗୁରୁଦ୍ୱାର ଗ୍ରନ୍ଥିମାନଙ୍କୁ ମାସିକ ୧୮ ହଜାର ଟଙ୍କା ଲେଖାଏଁ ଦରମା ଦେବାକୁ ଘୋଷଣା କରିଛନ୍ତି ଅରବିନ୍ଦ କେଜ୍ରିୱାଲ। ୩୧ ଡିସେମ୍ବରରୁ ନିଜେ ଆରମ୍ଭ କରିବେ ପଞ୍ଜିକରଣ।