ରିଭ୍ୟୁ ପିଟିସନ ଦାଖଲ କରିବାକୁ କୁଳଭୂଷଣ ମନା କରିଥିବା କହିଲା ପାକିସ୍ତାନ

ଇସଲାମାବାଦ: ଭାରତର ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ମାମଲାରେ ପାକିସ୍ତାନ ନୂଆ ଗୋଟି ଚାଳନା କରିଛି। ବେଆଇନ ଭାବେ କୁଳଭୂଷଣଙ୍କୁ ପାକିସ୍ତାନରେ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇଛି। ଏହା ବିରୋଧରେ ଭାରତ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ ଜଷ୍ଟିସ୍‌(ଆଇସିଜେ) ଯାଇଥିଲା।

ଆଇସିଜେ ପାକିସ୍ତାନକୁ ମୃତ୍ୟଦଣ୍ଡର ପୁର୍ନବିଚାର କରିବା ପାଇଁ କହିଥିଲେ। ଏହିକ୍ରମରେ କୁଳଭୂଷଣ ଯାଦବ ମୃତ୍ୟୁଦଣ୍ଡ ବିରୋଧରେ ରିଭ୍ୟୁ ପିଟିସନ ଦାଖଲ କରିବାର ଥିଲା। ହେଲେ ଆଜି ପାକିସ୍ତାନ କହିଛି ଯେ କୁଳଭୂଷଣ ରିଭ୍ୟୁ ପିଟିସନ ଦାଖଲ କରିବାକୁ ଚାହୁଁନାହାନ୍ତି।

ପାକିସ୍ତାନର ଆଟର୍ଣ୍ଣି ଜେନେରାଲ ଦାବି କରିଛନ୍ତି ଯେ “୨୦୨୦ ମସିହା ଜୁନ୍‌ ୧୭ରେ ଭାରତୀୟ ନାଗରିକ କୁଳଭୂଷଣଙ୍କୁ ରିଭ୍ୟୁ ପିଟିସନ ଦାଖଲ କରିବାକୁ କୁହାଯାଇଥିଲା। କିନ୍ତୁ ସେ କୌଣସି ରିଭ୍ୟୁ ପିଟିସନ ଦାଖଲ କରିବେ ନାହିଁ ବୋଲି କହିଛନ୍ତି। ତେବେ ତାଙ୍କ ପାଖରେ ଥିବା କ୍ଷମା ଆବେଦନ ବିକଳ୍ପକୁ ସେ ବାଛିଛନ୍ତି। ପାକିସ୍ତାନ ଏବେ ଦ୍ୱିତୀୟ ଥର ପାଇଁ କୁଳଭୂଷଣ ଯାଦବଙ୍କୁ କନସୁଲାର ଆସେସ ଯୋଗାଇ ଦେବ। ଆମେ ଆଇସିଜେ ଦେଇଥିବା ରାୟ ଅନୁଯାୟୀ କାର୍ଯ୍ୟ କରୁଛୁ।”

୨୦୧୭ ଏପ୍ରିଲ ମାସରେ ପାକିସ୍ତାନ ମିଲିଟାରୀ କୋର୍ଟ ଏକପାଖିଆ ଭାବେ କୁଳଭୂଷଣ ଯାଦବଙ୍କ ମାମଲାର ଶୁଣାଣି କରିଥିଲା। ଏହାପରେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ଗୁଇନ୍ଦାଗିରି ଓ ଆତଙ୍କବାଦ ଭଳି ଚାର୍ଜ ତାଙ୍କ ନାଁରେ ଲାଗିଛି।

ପାକିସ୍ତାନ କହିଥିଲା ଯେ ଇରାନ ଦେଇ ପାକିସ୍ତାନର ବାଲୋଚିସ୍ତାନରେ ଯାଦବ ପ୍ରବେଶ କରିଥିଲେ। ଏଥିପାଇଁ ୨୦୧୬ ମାର୍ଚ୍ଚ ୩ରେ ତାଙ୍କୁ ଗିରଫ କରାଯାଇଥିଲା। ହେଲେ ଭାରତ ଏହି ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛି।

ଆହୁରି ପଢ଼ନ୍ତୁ

ରୁଷ ଟିକାର ସୁରକ୍ଷା ଯାଞ୍ଚ କରିବା ଦରକାର ବୋଲି କହିଲା ଏମ୍ସ

ମୁଁ ଶୀଘ୍ର ଫେରିବି କହି ବ୍ରେକ ନେଲେ ସଞ୍ଜୟ ଦତ୍ତ

ଦେଶରେ ମୃତ୍ୟୁହାର ୨% ତଳକୁ ଖସିଲା, ଜାଣନ୍ତୁ ଏବେ କେତେ ପ୍ରତିଶତ ରହିଛି

ରାସ୍ତା କଡ଼ ଦୋକାନୀଙ୍କ ଠେଲା ଗାଡ଼ି ଓଲଟାଇ ଦେଲେ ପୁଲିସ ବାବୁ, ଭିଡିଓ ଭାଇରାଲ

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ଘଟଣା: ପୁଲିସର ଦ୍ୱାରସ୍ଥ ହେଲେ ସୁରଜ ପାଞ୍ଚୋଲି

୧୦୨ ଦିନ ପରେ ନ୍ୟୁଜିଲ୍ୟାଣ୍ଡକୁ ଫେରିଲା କରୋନା

ମାସ୍କ ନ ପିନ୍ଧି ଯୁକ୍ତି କଲେ ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଅବସ୍ଥା ଏବେ ବି ସଙ୍କଟାପନ୍ନ

ବାପାପୁଅଙ୍କ ହାଜତ ମୃତ୍ୟୁ ମାମଲାର ଅଭିଯୁକ୍ତ ପୁଲିସ୍‌ ଅଧିକାରୀ କରୋନାରେ ମୃତ

ଗେହଲଟଙ୍କ ନିକମା ଶବ୍ଦରେ ଆଘାତ ପାଇଥିବା କହିଲେ ସଚିନ ପାଇଲଟ

ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ନୂଆ ଆଇନ ପ୍ରଣୟନ ପୂର୍ବରୁ ବାପାଙ୍କ ମୃତ୍ୟୁ ହୋଇଥିଲେ ବି ଝିଅକୁ ମିଳିବ ସମ୍ପତ୍ତିର ଭାଗ

ବର୍ଷକ ପରେ ଜମ୍ମୁ-କଶ୍ମୀରକୁ ଫେରିବ ୪ଜି ଇଣ୍ଟରନେଟ ସେବା