ପାମ୍ପୋରରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳିବିନିମୟ, ଜଣେ ଆତଙ୍କବାଦୀ ମୃତ

ଜମ୍ମୁ: ଜମ୍ମୁ-କାଶ୍ମୀରର ପାମ୍ପୋରରେ ତୃତୀୟ ଦିନରେ ସୁରକ୍ଷାକର୍ମୀ ଓ ଏଣ୍ଟରପ୍ରିନ୍ୟୁୟର୍‌ ଡେଭଲମେଣ୍ଟ ଇନ୍‌ଷ୍ଟିଚ୍ୟୁଟ୍‌ (ଇଡିଆଇ) କୋଠାରେ ଲୁଚି ରହିଥିବା ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ସୁରକ୍ଷାକର୍ମୀ କୋଠା ଭିତରେ ପଶି ଗୁଳିମାଡ଼ କରୁଥିବା ଜଣାପଡ଼ିଛି। ଏହି ଆକ୍ରମଣରେ ଆଉ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ସୂଚନା ଆସିଛି।

ଗତକାଲି ସନ୍ଧ୍ୟାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା। ଇଡିଆଇ କୋଠାରେ ଆଉ ୨ ଜଣ ଆତଙ୍କବାଦୀ ଲୁଚି ରହିଥିବା ଆଶଙ୍କା କରାଯାଉଛି। ଅଞ୍ଚଳରେ ସେନା ପକ୍ଷରୁ ତଲାସୀ ଅଭିଯାନ ଜରି ରହିଛି।

ଜମ୍ମୁ-କାଶ୍ମୀରେ ଆତଙ୍କବାଦୀ ଆକ୍ରମଣ ଥମିବାର ନାଁ ନେଉନାହିଁ। ଗତ ଦୁଇଦିନ ହେବ ପାମ୍ପୋରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି।

ସୂଚନାଯୋଗ୍ୟ, ଗତ ସୋମବାର ପାମ୍ପୋର ସ୍ଥିତ ଇଡିଆଇ କୋଠା ଭିତରକୁ କିଛି ଆତଙ୍କବାଦୀ ପଶି ଆସିଥିଲେ। ଜମ୍ମୁ-ଶ୍ରୀନଗର ହାଇୱେରେ ଏହି କୋଠା ଥିବାରୁ ଏହି ରାସ୍ତାକୁ ବନ୍ଦ କରିବା ସହ ଅଞ୍ଚଳକୁ ସୁରକ୍ଷାକର୍ମୀମାନେ ଘେରାବନ୍ଦୀ କରି ରଖିଛନ୍ତି।

ଆହୁରି ପଢ଼ନ୍ତୁ

ରିୟାଙ୍କ ପାଇଁ ବେଙ୍ଗଲି ଝିଅ ଓ ମହିଳାଙ୍କୁ ଟାର୍ଗେଟ, ତଦନ୍ତ ଆରମ୍ଭ କଲା କୋଲକାତା ପୁଲିସ୍‌

ଭୟଙ୍କର ଘଟଣା: ୧୩ ବର୍ଷର ଝିଅକୁ ଦୁଷ୍କର୍ମ ପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ

ଦିଶାଙ୍କ ମୃତ୍ୟୁ ପରେ ସୁଶାନ୍ତଙ୍କଠାରୁ ଦୂରେଇ ଯାଇଥିଲେ ରିୟା, କିନ୍ତୁ କାହିଁକି?

କରୋନା ନେଲା ବରିଷ୍ଠ ସିପିଆଇଏମ ନେତାଙ୍କ ଜୀବନ

ସୁଶାନ୍ତଙ୍କୁ ମେଣ୍ଟାଲ ହସ୍ପିଟାଲରେ ଭର୍ତ୍ତି କରିବାକୁ ଚାହୁଁଥିଲେ ରିୟା, ୫ ଦିନରେ କରିଥିଲେ ୨୫ କଲ୍‌

ଭୟଙ୍କର ବର୍ଷାରେ ମୁମ୍ବାଇ ସ୍ଥିତି ଅସମ୍ଭାଳ, ୪୬ ବର୍ଷର ରେକର୍ଡ ଭାଙ୍ଗିଲା କୋଲାବା

ପୁଣି ଚାଇନାକୁ ଜାତିସଂଘରେ ଦୃଢ଼ ଜବାବ ଦେଲା ଭାରତ

ଭାରତୀୟ ସୀମାରେ ପଶି ଯାଇଥିଲା ଚାଇନା, ତଥ୍ୟ ପ୍ରକାଶ କରି ଡିଲିଟ କରିଦେଲା ପ୍ରତିରକ୍ଷା ମନ୍ତ୍ରଣାଳୟ

କାହିଁକି ଇସ୍ତଫା ଦେଲେ ଗିରୀଶ ମୁର୍ମୁ, ଜାଣନ୍ତୁ ପୂରା କାରଣ

କରୋନା ଟୀକାକୁ ନେଇ ଚେତନଙ୍କ ଭବିଷ୍ୟବାଣୀ!

ରେକର୍ଡ ଭାଙ୍ଗିଲା କରୋନା: ଦିନକରେ ୫୬ ହଜାରରୁ ଅଧିକ ପଜିଟିଭ,୯୦୪ ମୃତ

ଜମ୍ମୁ-କଶ୍ମୀରରେ ପୁଣି ଜଣେ ବିଜେପି ନେତାଙ୍କ ହତ୍ୟା