୧୬ରେ ଟିକାକରଣର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସାରା ଦେଶରେ ଜାନୁଆରୀ ୧୬ରେ ଟିକାକରଣ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସକାଳ ୧୦ଟା ୩୦ରେ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଟିକାକରଣ ଅଭିଯାନ ଆରମ୍ଭ କରିବେ। ଏହି ସମୟରେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ମୋଟ୍ ୨୦୦୬ଟି କରୋନା ଟିକା ସେଣ୍ଟର ଯୋଡ଼ି ହେବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ କୋ-ୱିନ୍ (କୋଭିଡ୍ ଭ୍ୟାକ୍ସିନ୍ ଇଣ୍ଟେଲିଜେନ୍ସ ନେଟୱାର୍କ) ଆପର ଶୁଭାରମ୍ଭ କରିବେ। ଯେଉଁମାନେ ଏହି ଟିକା ନେବେ ସେମାନେ ଏହି ଆପ୍ […]

modi

modi

Subhransu Sekhar
  • Published: Thursday, 14 January 2021
  • Updated: 14 January 2021, 10:07 PM IST

Sports

Latest News

ନୂଆଦିଲ୍ଲୀ: ସାରା ଦେଶରେ ଜାନୁଆରୀ ୧୬ରେ ଟିକାକରଣ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସକାଳ ୧୦ଟା ୩୦ରେ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଟିକାକରଣ ଅଭିଯାନ ଆରମ୍ଭ କରିବେ। ଏହି ସମୟରେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ମୋଟ୍ ୨୦୦୬ଟି କରୋନା ଟିକା ସେଣ୍ଟର ଯୋଡ଼ି ହେବେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କୋ-ୱିନ୍ (କୋଭିଡ୍ ଭ୍ୟାକ୍ସିନ୍ ଇଣ୍ଟେଲିଜେନ୍ସ ନେଟୱାର୍କ) ଆପର ଶୁଭାରମ୍ଭ କରିବେ। ଯେଉଁମାନେ ଏହି ଟିକା ନେବେ ସେମାନେ ଏହି ଆପ୍ ଜରିଆରେ ପ୍ରଥମେ ପଞ୍ଜିକରଣ କରିବେ। ଆଧାର କାର୍ଡ, ପାନ କାର୍ଡ, ଡ୍ରାଇଭିଂ ଲାଇସେନ୍ସ ଭଳି ୧୨ଟି ଦଲିଲ ମାଧ୍ୟମରେ ପଞ୍ଜିକରଣ କରାଯିବ। ଏହି ଟିକା ଜରିଆରେ ସରକାର ଷ୍ଟକ ବାବଦରେ ତଦାରଖ କରିବେ।

ଜାନୁଆରୀ ୧୬ ଟିକାକରଣ ଅଭିଯାନର ପ୍ରଥମ ଦିନରେ ପ୍ରାୟ ତିନି ଲକ୍ଷ ସ୍ୱାସ୍ଥ୍ୟ କର୍ମୀଙ୍କୁ ୨,୯୩୪ କେନ୍ଦ୍ରରେ ଟିକାକରଣ କରାଯିବ। ପ୍ରତ୍ୟେକ ଟିକାକରଣ ଅଧିବେଶନରେ ସର୍ବାଧିକ ୧୦୦ ଜଣ ଟିକା ନେବେ। ଡାକ୍ତରଙ୍କ ପରିସଂଖ୍ୟାନ ଅନୁଯାୟୀ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ କୋଭିଶିଲ୍ଡ ଏବଂ କୋଭାକ୍ସିନ ଟିକା ୧.୬୫ କୋଟି ଡୋଜ ବଣ୍ଟନ କରାଯାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଜାନୁଆରୀ ୧୬ରେ ଦେଶବ୍ୟାପୀ କୋଭିଡ ଟିକାକରଣ ଅଭିଯାନ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ଏହାର ଉଦଘାଟନ କରିବେ। ସେହିପରି ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ସହିତ ପରାମର୍ଶ କରିବା ପରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ 'ପୋଲିଓ ' ଟିକାକରଣ ଜାନୁଆରୀ ୩୧କୁ ସ୍ଥାନାନ୍ତର କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos