ବାପାମା’ଙ୍କଠାରୁ ୧୧ ହଜାର କିମି ଦୂରରେ ୨ ବର୍ଷର ଶିଶୁ, ବାଧକ ସାଜିଛି ଆଇନ୍‌

ୱାଶିଂଟନ: ଯେଉଁ ବୟସରେ ବାପାମା’ ପାଖ ଛାଡ଼େନି ପିଲା, ବାପାମା’ ବିନା ଦଣ୍ଡେ କାଟିବା ମୁସ୍କିଲ ସେ ସମୟରେ ୨ ବର୍ଷର ହଞ୍ଜାଲା ନିଜ ପିତାମାତାଙ୍କଠାରୁ ୧୧ ହଜାର କିଲୋମିଟର ଦୂରରେ ରହିଛି। ପିତାମାତା ଆମେରିକାରେ ଥିବା ବେଳେ ପୁଅ ରହିଯାଇଛି ଆଫଗାନିସ୍ତାନରେ । ତାଲିବାନ ଆଫଗାନିସ୍ତାନକୁ ନିଜ କବଳକୁ ନେବା ସମୟରେ ପ୍ରାୟ ୪ ମାସ ହେବ ନିଜ ପିତାମାତାଙ୍କଠୁ ଦୂରେଇ ଯାଇଛି  ହଞ୍ଜାଲା । ନିଜ ପିତାମାତାଙ୍କ ପାଖକୁ ଯିବାକୁ ପିଲାଟି କାନ୍ଦୁଥିବା ବେଳେ […]

little-boy

little-boy

Niharika Rout
  • Published: Friday, 24 December 2021
  • Updated: 24 December 2021, 12:31 PM IST

Sports

Latest News

ୱାଶିଂଟନ: ଯେଉଁ ବୟସରେ ବାପାମା’ ପାଖ ଛାଡ଼େନି ପିଲା, ବାପାମା’ ବିନା ଦଣ୍ଡେ କାଟିବା ମୁସ୍କିଲ ସେ ସମୟରେ ୨ ବର୍ଷର ହଞ୍ଜାଲା ନିଜ ପିତାମାତାଙ୍କଠାରୁ ୧୧ ହଜାର କିଲୋମିଟର ଦୂରରେ ରହିଛି। ପିତାମାତା ଆମେରିକାରେ ଥିବା ବେଳେ ପୁଅ ରହିଯାଇଛି ଆଫଗାନିସ୍ତାନରେ । ତାଲିବାନ ଆଫଗାନିସ୍ତାନକୁ ନିଜ କବଳକୁ ନେବା ସମୟରେ ପ୍ରାୟ ୪ ମାସ ହେବ ନିଜ ପିତାମାତାଙ୍କଠୁ ଦୂରେଇ ଯାଇଛି  ହଞ୍ଜାଲା । ନିଜ ପିତାମାତାଙ୍କ ପାଖକୁ ଯିବାକୁ ପିଲାଟି କାନ୍ଦୁଥିବା ବେଳେ ବାପାମା’ ବି ଥୟ ଧରି ପାରୁ ନାହାନ୍ତି। ହେଲେ ମଝିରେ ବାଧା ସାଜୁଛି ଆମେରିକାର ନୂଆ ପାସପୋର୍ଟ ନିୟମ । ଏପରି ସ୍ଥିତିରେ ପୁଅକୁ ଫେରି ପାଇବାକୁ ଆମେରିକା ସରକାରଙ୍କ ନିକଟରେ ଶିଶୁଟିର ପିତାମାତା ଆକୁଳ ନିବେଦନ କରୁଛନ୍ତି।

୨୦୨୧ ମସିହା ଅଗଷ୍ଟ ୧୬ ତାରିଖରେ ନୁରୁଲହକ ହାଦି ନିଜ ପରିବାର ସହ କାବୁଲ ଏୟାରପୋର୍ଟରେ ପହଞ୍ଚିଥିଲେ। ଉକ୍ତ ସମୟରେ ଆମେରିକା ସୈନ୍ୟ ନିଜ ଦେଶକୁ ଫେରି ଯାଉଥିବା ବେଳେ ତାଲିବାନ ଆଫଗାନକୁ କବଳିତ କରିବାକୁ ପାଦ ଆଗକୁ ବଢ଼ାଉଥିଲା। ଏପରି ସ୍ଥିତିରେ ପରିବାର ସହ ସୁରକ୍ଷିତ ଭାବେ ନିଜ ଦେଶ ଛାଡ଼ିବାକୁ ହଜାର ହଜାର ଲୋକ ଏୟାରପୋର୍ଟରେ ଅପେକ୍ଷା କରୁଥିବା ବେଳେ ନୁରୁଲହକ ମଧ୍ୟ ଲାଇନ୍‌ରେ ଥିଲେ।

ନୁରୁଲହକଙ୍କ ପତ୍ନୀ  ଗେଟ୍‌ ପ୍ରବେଶ କରିଥ ସାରିଥିବା ବେଳେ ପୁଅ ହଞ୍ଜାଲା ସହ ବାହାରେ ରହି ଯାଇଥିଲେ ନୁରୁଲହକ । ଉକ୍ତ ସମୟରେ ତାଲିବାନୀ ସୈନ୍ୟ ସେଠାରେ ପହଞ୍ଚି ଗୁଳି ବର୍ଷ କରିବା ଆରମ୍ଭ କରିଦେଇଥିଲେ। ଏପରି ସମୟରେ  ପୁଅ ଜୀବନ ବଞ୍ଚାଇବାକୁ ନୁରୁଲହକ ପୁଅକୁ ନିଜ ଭାଇ ହାତକୁ ଟେକି ଦେଇଥିଲେ।

ଏହାପରେ ନୁରୁଲହକ ଏୟାରପୋର୍ଟରେ ପଶି ଯାଇଥିଲେ ମଧ୍ୟ ତାଙ୍କ ପୁଅ ବାହାରେ ରହିଗଲା। ଏନେଇ ଏୟାରପୋର୍ଟ ଅଧିକାରୀଙ୍କୁ ଗୁହାରୀ କଲେବି ଆଉ କିଛି ହୋଇପାରିବନି ବୋଲି ଶୁଣାଇ ଦେଲେ। ଏହାପରେ ସେ ଦେଶ ଛାଡ଼ି ଦେଇଥିବା ବେଳେ ପୁଅ କିନ୍ତୁ ଆଫଗାନିସ୍ତାନରେ ଭାଇ ପାଖରେ ଦୀର୍ଘ ୪ ମାସ ହେବ ରହିଯାଇଛି।

ଏବେ ଆଫଗାନରୁ ଆମେରିକା ଯାଉଥିବା ସମସ୍ତଙ୍କ ନିମନ୍ତେ ପାସପୋର୍ଟ ରଖିବା ଆଇନ୍‌କୁ କଡ଼ାକଡ଼ି କରାଯାଇଛି। ଏପରି ସ୍ଥିତିରେ ହଞ୍ଜାଲାକୁ ନିଜ ପାଖକୁ ନେବାକୁ ବହୁ ବାଧାବିଘ୍ନର ସମ୍ମୁଖୀନ ହେଉଥିବା ତାଙ୍କ ବାପା ବାଇଡେନ ସରକାରଙ୍କ ନିକଟରେ ଗୁହାରୀ ଜଣାଇଛନ୍ତି। ହେଲେ ତାଲିବାନ କ୍ଷମତାକୁ ଆସିବା ପରଠୁ ପାସପୋର୍ଟ ହାସଲ କରିବା ବହୁତ କଷ୍ଟକର ହୋଇପଡ଼ୁଛି।

ଆଫଗାନ ରାଷ୍ଟ୍ରୀୟ ପୁଲିସ୍‌ ସହ କାମ କରିଥିବା ନୁରୁଲହକଙ୍କ ନିକଟରେ ୟୁ.ଏସ୍‌ର ବିଶେଷ  ଅପ୍ରବାସୀ ଭିସା ଥିବା ବେଳେ ଏହାଦ୍ୱାରା କତାର ପର୍ଯ୍ୟନ୍ତ ଆସିବାକୁ ସେମାନଙ୍କୁ ଶରଣାର୍ଥୀ ଅଧିକାରୀ କହିଛନ୍ତି।  ଏପରି ଶୁଣିବା ପରେ  ସେ ପୁଅକୁ  ବିମାନ ଯୋଗେ କତାର ପଠାଇବାକୁ  ନିଜ ଭାଇଙ୍କୁ କହିଛନ୍ତି। କିନ୍ତୁ ହଞ୍ଜାଲାର ପାସପୋର୍ଟ ନ ଥିବା ବେଳେ ତାକୁ ବିମାନରେ ପଠାଇବା ଅସମ୍ଭବ ହୋଇପଡ଼ୁଛି।

ପୁଅଠୁ ଦୂରେଇ ହଞ୍ଜାଲାର ପିତାମାତା ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ବେଳେ ପୁଣି କେବେ ପୁଅ କୋଳକୁ ଫେରିବ ସେହି ମୁହୂର୍ତ୍ତକୁ ଅନାଇ ବସିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story