ଅଗଷ୍ଟ ୨୯ରେ ଆରମ୍ଭ ହେବ ‘ଫିଟ୍ ଇଣ୍ଡିଆ ଅଭିଯାନ, ୨ରୁ ପ୍ଲାଷ୍ଟିକ ବର୍ଜନ’

ନୂଆଦିଲ୍ଲୀ: ଅଗଷ୍ଟ ୨୯ ତାରିଖକୁ ‘ଜାତୀୟ କ୍ରୀଡ଼ାଦିବସ’ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଅବସରରେ ସାରା ଦେଶରେ କେନ୍ଦ୍ର ସରକାର ‘ଫିଟ୍ ଇଣ୍ଡିଆ ଅଭିଯାନ’ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ଏହି ସୂଚନା ଦେଇଛନ୍ତି। ଦେଶବାସୀ କିଭଳି ସୁସ୍ଥ ରହିବେ, ଏହା ହିଁ ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି। ଆବାଳ ବୃଦ୍ଧ ବନିତା, ସମସ୍ତଙ୍କୁ ଏହି ଅଭିଯାନରେ ସାମିଲ୍ […]

modi man ki baat

modi man ki baat

Subhransu Sekhar
  • Published: Sunday, 25 August 2019
  • Updated: 25 August 2019, 04:10 PM IST

Sports

Latest News

ନୂଆଦିଲ୍ଲୀ: ଅଗଷ୍ଟ ୨୯ ତାରିଖକୁ ‘ଜାତୀୟ କ୍ରୀଡ଼ାଦିବସ’ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଅବସରରେ ସାରା ଦେଶରେ କେନ୍ଦ୍ର ସରକାର ‘ଫିଟ୍ ଇଣ୍ଡିଆ ଅଭିଯାନ’ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ଏହି ସୂଚନା ଦେଇଛନ୍ତି। ଦେଶବାସୀ କିଭଳି ସୁସ୍ଥ ରହିବେ, ଏହା ହିଁ ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି। ଆବାଳ ବୃଦ୍ଧ ବନିତା, ସମସ୍ତଙ୍କୁ ଏହି ଅଭିଯାନରେ ସାମିଲ୍ କରାଇବା ପାଇଁ ପ୍ରୟାସ କରାଯିବ।
ଏଥିସହ ‘ପୋଷଣ ଅଭିଯାନ’ ୧୧ ସେପ୍ଟେମ୍ବରରୁ ଆରମ୍ଭ ହେବ ବୋଲି ସେ କହିଛନ୍ତି। କୁପୋଷଣ ବିରୋଧୀ ଲଢେଇରେ ଯୋଗଦେବାକୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଛନ୍ତି। ଏହାପରେ ଅକ୍ଟୋବର୨ ଯାଏ ସ୍ୱଚ୍ଛତା ଅଭିଯାନ ପାଇଁ ଏବଂ ଅକ୍ଟୋବର ୨ରୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ ବର୍ଜନ ପାଇଁ ଦେଶବାସୀ ସମର୍ପିତ ହେବା ଦରକାର ବୋଲି ସେ କହିଛନ୍ତି।
ସେ କହିଛନ୍ତି, "ପ୍ଲାଷ୍ଟିକ୍ ଆବର୍ଜନାର ସଂଗ୍ରହ ଏବଂ ସଂରକ୍ଷଣ ପାଇଁ ଉପଯୁକ୍ତ ବ୍ୟବସ୍ଥା ହେଉ। କର୍ପୋରେଟ ସେକ୍ଟରକୁ ମଧ୍ୟ ଏହି ଅବସରରେ ସେ ଅନୁରୋଧ କରୁଛନ୍ତି ଯେ, ଯେତେବେଳେ ଏହି ସମସ୍ତ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଏକାଠି ହେବ, ସେତେବେଳେ ଏହାର ଉଚିତ ନିସ୍ତାରଣ ପାଇଁ ସେମାନେ ଆଗେଇ ଆସିବା ଦରକାର, ଏହାର ଉପଯୁକ୍ତ ଡିସପୋଜାଲ ପାଇଁ ବ୍ୟବସ୍ଥା ହେଉ। ଏହାକୁ ପୁନଃଚକ୍ରଣ ( ରିସାଇକ୍ଲିଂ) କରାଯାଇପାରେ।" ଏଥିରୁ ଇନ୍ଧନ ପ୍ରସ୍ତୁତ କରାଯାଇପାରେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos