‘ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ହନୁମାନ, ଦରକାର ପଡ଼ିଲେ ଛାତି ଚିରି ଦେଖାଇ ଦେବି’
ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ଯେତେ ପାଖେଇ ଆସୁଛି, ସେତେ ରାଜନୀତିକ ତିକ୍ତତା ବଢ଼ିବାରେ ଲାଗିଛି। ରାଜ୍ୟରେ ଏଥର ଚିରାଗ ପାଶୱାନଙ୍କ ପାର୍ଟି ଏଲଜେପି ଏକାକୀ ମଇଦାନକୁ ଓହ୍ଲାଇବ। ଏହା ସତ୍ତ୍ୱେ ଚିରାଗ ଲଗାତର କହିଆସୁଛନ୍ତି ଯେ ସେ ନିର୍ବାଚନ ପରେ ବିଜେପିକୁ ସମର୍ଥନ ଦେବା ଜାରି ରଖିବେ। ବିହାରରେ ଏଲଜେପି ଓ ବିଭିନ୍ନ ପାର୍ଟି ଦ୍ୱାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋର ବ୍ୟବହାରକୁ ନେଇ ବିଜେପି ଆପତ୍ତି ପ୍ରକାଶ କରିଛି। ପିଏମ୍ ମୋଦିଙ୍କ ଫଟୋକୁ ନେଇ ଏଲଜେପିର ଅଧ୍ୟକ୍ଷ ଚିରାଗଙ୍କୁ ପ୍ରଶ୍ନ କରାଯାଇଥିବା ବେଳେ ସେ ଏହାର ବଢ଼ିଆ ଜବାବ ଦେଇଛନ୍ତି।
#WATCH I don't need to use PM Modi's photos for campaigning. He lives in my heart, I am his Hanuman. If needed, I'll tear open my chest and show it: LJP chief Chirag Paswan#BiharElections pic.twitter.com/KhVPG4w2J2
— ANI (@ANI) October 16, 2020
ଚିରାଗ କହିଛନ୍ତି ଯେ ସେ ପିଏମ ମୋଦିଙ୍କ ହନୁମାନ, ତାଙ୍କ ହୃଦୟରେ ମୋଦିଙ୍କ ଫଟୋ ଅଛି ଏବଂ ସୁଯୋଗ ମିଳିଲେ ଛାତି ଚିରିକି ଦେଖାଇ ପାରିବି। ଚିରାଗ କହିଛନ୍ତି, ପିଏମ୍ ମୋଦିଙ୍କ ଫଟୋକୁ ନେଇ ମୁଖ୍ୟମନ୍ତ୍ରୀ ବହୁତ ଚିନ୍ତିତ ଥିଲେ ଯେ କାଳେ ଆମେମାନେ ତାଙ୍କ (ମୋଦି) ଫଟୋର ବ୍ୟବହାର କରିଦେବୁ କି? ମୁଁ କେଉଁଠି ପ୍ରଧାନମନ୍ତ୍ରୀଙ୍କର ଫଟୋ ବ୍ୟବହାର କରୁଛି, ମୋର କେଉଁ ପ୍ରାର୍ଥୀ ଏହାର ବ୍ୟବହାର କରୁଛି। ଆଗାମୀ ଦିନେ ଓ ଦୁଇଦିନ ଭିତରେ ମୁଁ ମୋର ମୋ ବ୍ୟାନର୍, ହୋର୍ଡିଂ, ପୋଷ୍ଟର୍, ମୋର ପ୍ରଚାର ସାମଗ୍ରୀ, ମୋର ମାନିଫେଷ୍ଟୋ ରିଲିଜ୍ କରିବି ଏବଂ ସେଥିରେ ଆପଣମାନେ ଦେଖିପାରିବେ ଯେ ମୁଁ କେଉଁଥିରେ ତାଙ୍କର ଫଟୋ ବ୍ୟବହାର କରିଛି।
ଚିରାଗ ଆହୁରି କହିଛନ୍ତି, ମୋତେ ପ୍ରଧାନମନ୍ତ୍ରୀ ମୋଦିଙ୍କର ଫଟୋର ବ୍ୟବହାର କରିବାର ଆବଶ୍ୟକ ନାହିଁ। ମୁଁ ତାଙ୍କର ହନୁମାନ, ମୋ ହୃଦୟରେ ତାଙ୍କ ଫଟୋଚିତ୍ର ରହିଛି। ଦିନେ ଆବଶ୍ୟକ ପଡ଼ିଲେ ମୁଁ ଛାତି ଚିରି ଦେଖାଇ ଦେବି ଯେ ମୋ ହୃଦୟରେ ମୋର ପ୍ରିୟ ପ୍ରଧାନମନ୍ତ୍ରୀ ଅଛନ୍ତି। ତେବେ ଫଟୋ ଲଗାଇବାର ଆବଶ୍ୟକ ମୋ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ରହିଛି। କାରଣ ସେ (ମୁଖ୍ୟମନ୍ତ୍ରୀ) ନିରନ୍ତରତା ଭାବେ ଆମର ପ୍ରଧାନମନ୍ତ୍ରୀ ଜୀ’ଙ୍କର ବିରୋଧ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।