ନୂଆଦିଲ୍ଲୀ: ନୂଆ ଲୁକ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଉଠାଯାଇଥିବା ଏକ ଫଟୋ ଇନ୍ଷ୍ଟାଗ୍ରାମ୍ରେ ଭାଇରାଲ୍ ହୋଇଛି। ଏହି ନୂଆ ଫଟୋକୁ ପ୍ରଧାନମନ୍ତ୍ରୀ ତାଙ୍କ ଇନ୍ଷ୍ଟାଗ୍ରାମ୍ ଏକାଉଣ୍ଟରେ ପୋଷ୍ଟ୍ କରିବାର ମାତ୍ର ୬ ଘଣ୍ଟା ମଧ୍ୟରେ ୧୦ ଲକ୍ଷରୁ ଅଧିକ ଲୋକ ଲାଇକ୍ କରିଥିଲେ।
ଏହି ଫଟୋରେ ମୋଦି ଚପଲ ପିନ୍ଧିଛନ୍ତି, ହାତରେ ଏକ ନୋଟ୍ବୁକ୍ ଓ ଫାଇଲ୍ ଧରିଥିବା ଦେଖିବାକୁ ମିଳିଛି। ତା’ସହିତ ବେକରେ ଏକ ଗାମୁଛା ପକାଇଛନ୍ତି ଏବଂ ଧୋତିକୁ ଲୁଙ୍ଗି ଷ୍ଟାଇଲ୍ରେ ପିନ୍ଧିଛନ୍ତି।
ମୋଦିଙ୍କ ଏହି ନୂଆ ଲୁକ୍ ଫଟୋ ପୋର୍ଟ ବ୍ଲେୟରରେ ଉଠାଯାଇଛି। ଇନ୍ଷ୍ଟାଗ୍ରାମ୍ରେ ଫଟୋ ପୋଷ୍ଟ୍ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି- ସୁନ୍ଦର ପୋର୍ଟ ବ୍ଲେୟରରେ ଗୋଟିଏ ସକାଳ। ସୌନ୍ଦର୍ଯ୍ୟ ସମୟ ଓ ପାରଂପରିକ ପୋଷାକ। ଆମ ସ୍ୱାଧୀନତା ସଂଗ୍ରାମର ସାହସୀ ନାୟକମାନଙ୍କ ବିଷୟରେ ଚିନ୍ତା କରି, ଯେଉଁମାନେ ସ୍ୱାଧୀନତା ପାଇଁ ନିଜ ଜୀବନ ଦେଇଥିଲେ।
ଇନ୍ଷ୍ଟାଗ୍ରାମ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୧ କୋଟି ୬୦ ଲକ୍ଷ ଲୋକ ଫଲୋ କରନ୍ତି। ଏଯାବତ୍ ସେ ତାଙ୍କ ଇନ୍ଷ୍ଟାଗ୍ରାମ୍ ଏକାଉଣ୍ଟରେ ୨୪୩ଟି ଫଟୋ ଶେୟାର କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।