ବଜେଟକୁ ନେଇ କ'ଣ କହିଲେ ପ୍ରଧାନମନ୍ତ୍ରୀ?

ନୂଆଦିଲ୍ଲୀ: ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଚଳିତ ବର୍ଷର ବଜେଟ୍ ଉପସ୍ଥାପନା କରିଛନ୍ତି। ୨୦୨୧-୨୨ର ଏହି ସାଧାରଣ ବଜେଟକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ମୋଦି ଏହି ବଜେଟକୁ ପ୍ରଶଂସନୀୟ କହିବା ସହ ଏହି ବଜେଟ୍ ଆଗାମୀ ଦିନରେ ସକାରାତ୍ମକ ପରିବର୍ତ୍ତନ ଆଣିବ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଅସାଧାରଣ ପରିସ୍ଥିତି ଭିତରେ ଏହି ବଜେଟ୍ ଉପସ୍ଥାପନା କରାଯାଇଛି। କରୋନା ମହାମାରୀ ସାରା ଦୁନିଆରେ ଯେଉଁ ପ୍ରଭାବ ପକାଇଛି, ତାହା ପୂରା […]

modi

modi

Ranjit Kumar Jena
  • Published: Monday, 01 February 2021
  • Updated: 01 February 2021, 04:37 PM IST

Sports

Latest News

ନୂଆଦିଲ୍ଲୀ: ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଚଳିତ ବର୍ଷର ବଜେଟ୍ ଉପସ୍ଥାପନା କରିଛନ୍ତି। ୨୦୨୧-୨୨ର ଏହି ସାଧାରଣ ବଜେଟକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ମୋଦି ଏହି ବଜେଟକୁ ପ୍ରଶଂସନୀୟ କହିବା ସହ ଏହି ବଜେଟ୍ ଆଗାମୀ ଦିନରେ ସକାରାତ୍ମକ ପରିବର୍ତ୍ତନ ଆଣିବ ବୋଲି କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଅସାଧାରଣ ପରିସ୍ଥିତି ଭିତରେ ଏହି ବଜେଟ୍ ଉପସ୍ଥାପନା କରାଯାଇଛି। କରୋନା ମହାମାରୀ ସାରା ଦୁନିଆରେ ଯେଉଁ ପ୍ରଭାବ ପକାଇଛି, ତାହା ପୂରା ମାନବଜାତିକୁ ଦୋହଲାଇ ଦେଇଛି। ଏଭଳି କଠିନ ପରିସ୍ଥିତିରେ ଆଜିର ବଜେଟ୍ ଭାରତର ଆତ୍ମବିଶ୍ୱାସକୁ ବଢ଼ାଇବ ଏବଂ ସାରା ଦୁନିଆରେ ଏକ ନୂଆ ଆତ୍ମବିଶ୍ୱାସ ଭରିବ। ଭାରତ ମଧ୍ୟ କରୋନା ଲଢ଼େଇରେ ରିଆକ୍ଟିଭ୍ ହେବା ବଦଳରେ ପ୍ରୋଆକ୍ଟିଭ୍ ରହିଆସିଛି।

ପିଏମ୍ ମୋଦି କହିଛନ୍ତି, ଏହି ବଜେଟ୍ ସମସ୍ତଙ୍କ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିବ। ଏହାଛଡ଼ା ଯୁବକଙ୍କ ପାଇଁ ନୂଆ ସୁଯୋଗ ଆଣିବା ସହ ମାନବ ସମ୍ବଳକୁ ମଧ୍ୟ ନୂଆ ସ୍ତରକୁ ନେବ। ଏହି ବଜେଟରେ ନିୟମ ଓ ପ୍ରକ୍ରିୟାକୁ ସରଳ କରି ଇନ୍ ଅଫ୍ ଲିଭିଂକୁ ବଢ଼ାଇବା ଉପରେ ଜୋର୍ ଦିଆଯାଇଛି। ଏହା ଇଣ୍ଡିଜିଭୁଆଲ୍ସ, ଇନଭେଷ୍ଟର୍ସ, ଇଣ୍ଡଷ୍ଟ୍ରୀ ଏବଂ ଏହାସହ ଇନଫ୍ରାଷ୍ଟ୍ରକର୍ ସେକ୍ଟରରେ ସକାରାତ୍ମକ ପରିବର୍ତ୍ତନ ଆଣିବ। ଏଥିପାଇଁ ମୁଁ ଦେଶର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଓ ସାଥୀ ମନ୍ତ୍ରୀ ଅନୁରାଗ ଠାକୁର ଏବଂ ତାଙ୍କର ପୂରା ଟିମକୁ ବଧେଇ ଜଣାଉଛି।

https://twitter.com/narendramodi/status/1356171585875415044?s=20

ମୋଦି କହିଛନ୍ତି, ଏଭଳି ବଜେଟ୍ ବହୁତ କମ୍ ଦେଖିବାକୁ ମିଳେ, ଯାହାର ପ୍ରଥମ ଘଣ୍ଟାଏ ଦୁଇଘଣ୍ଟା ଭିତରେ ଏତେ ସକାରାତ୍ମକ ପ୍ରତିକ୍ରିୟା ଆସିଛି। କରୋନା ଯୋଗୁ ଏକ୍ସପର୍ଟ ଭାବୁଥିଲେ ଯେ ସରକାର ସାଧାରଣ ଲୋକଙ୍କ ଉପରେ ବୋଝ ବଢ଼ାଇ ଦେବେ, କିନ୍ତୁ ଫିସକାଲ୍ ସଷ୍ଟେନେବିଲିଟୀ ପ୍ରତି ନିଜର ଦାୟିତ୍ୱକୁ ଆଖି ଆଗରେ ରଖି ସରକାର ବଜେଟର ସାଇଜକୁ ବଢ଼ାଇବା ଉପରେ ଜୋର୍ ଦେଇଛନ୍ତି। ଆମ ସରକାର ନିରନ୍ତର ପ୍ରୟାସ କରିଛି ଯେ ବଜେଟ୍ ଟ୍ରାନ୍ସପରେଣ୍ଟ ହେବା ଦରକାର। ମୁଁ ଖୁସି ଯେ ଅନେକ ବିଦ୍ୱାନ ବଜେଟର ପାରଦର୍ଶିତାକୁ ପ୍ରଶଂସା କରିଛନ୍ତି।

ମୋଦି ଆହୁରି କହିଛନ୍ତି, ଏହି ବଜେଟରେ MSMEକୁ ଗୁରୁତ୍ୱ ଦିଆଯାଇଛି। ଏହା ଦ୍ୱାରା ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଅଧିକ ଚାକିରି ମିଳିଲେ, ରୋଜଗାର ମଧ୍ୟ ବଢ଼ିବ। ବଜେଟ୍ ଦେଶର ସର୍ବାଙ୍ଗୀନ ବିକାଶର ବାର୍ତ୍ତା ଦେଇଛି। ଏହି ବଜେଟ୍ ଯେଉଁଭଳି ଭାବେ ସ୍ୱାସ୍ଥ୍ୟକ୍ଷେତ୍ରକୁ ଗୁରୁତ୍ୱ ଦେଇଛି, ତାହା ଅଭୁତପୂର୍ବ। ବଜେଟ୍ ଦେଶର ପ୍ରତିଟି କ୍ଷେତ୍ରରେ ବିକାଶର କଥା କହିଛି। ବିଶେଷକରି ଦକ୍ଷିଣ, ପୂର୍ବାତ୍ତୋର ରାଜ୍ୟ ତଥା ଲେହ ଲଦାଖ ଭଳି ରାଜ୍ୟର ବିକାଶକୁ ଫୋକସ୍ କରାଯିବା ଖୁସିର କଥା। ଏହି ବଜେଟ୍ କୋଷ୍ଟାଲ୍ ରାଜ୍ୟର ବିଜନେସ୍ ପାୱାରହାଉସ୍ ହେବା ଅଭିମୁଖେ ବଡ଼ ପଦକ୍ଷେପ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story