୩୪୦ କିମି ପୂର୍ବାଞ୍ଚଳ ଏକ୍ସପ୍ରେସୱେକୁ ଉଦଘାଟନ କଲେ ମୋଦି

ଲକ୍ଷ୍ନୌ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଉତ୍ତରପ୍ରଦେଶର ଦୀର୍ଘ ୩୪୦ କିଲୋମିଟର ଲମ୍ବ  ପୂର୍ବାଞ୍ଚଳ ଏକ୍ସପ୍ରେସୱେକୁ ଉଦଘାଟନ କରିଛନ୍ତି। IAF C-130 Hercules ପ୍ଲେନ୍‌ରେ ଏହି ଏକସପ୍ରେସ୍‌ ହାଇ ୱେରେ ମୋଦି  ଅବତରଣ କରିବା ପରେ ସେ ଏହାକୁ ଉଦ୍‌ଘାଟନ କରିଥିଲେ। ଘଣ୍ଟାଏରୁ ଊର୍ଦ୍ଧ୍ୱ ଧରି ଭାଷଣ ଦେଇଥିବା ମୋଦି ଉକ୍ତ ଏକ୍ସପ୍ରେସ୍‌ ହାଇୱେର ଫାଇଦା ଏବଂ ଏହାର ବିକାଶର ଦିଗକୁ ନେଇ ବର୍ଣ୍ଣନା କରିଥିଲେ। ୨୨,୫୦୦ କୋଟି ଟଙ୍କାରେ ନିର୍ମିତ ଏହି ମେଗା ପ୍ରକଳ୍ପକୁ  ମୋଦି ଦେଶ […]

Modi

Modi

Tapas Behera
  • Published: Tuesday, 16 November 2021
  • Updated: 16 November 2021, 04:19 PM IST

Sports

Latest News

ଲକ୍ଷ୍ନୌ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଉତ୍ତରପ୍ରଦେଶର ଦୀର୍ଘ ୩୪୦ କିଲୋମିଟର ଲମ୍ବ  ପୂର୍ବାଞ୍ଚଳ ଏକ୍ସପ୍ରେସୱେକୁ ଉଦଘାଟନ କରିଛନ୍ତି। IAF C-130 Hercules ପ୍ଲେନ୍‌ରେ ଏହି ଏକସପ୍ରେସ୍‌ ହାଇ ୱେରେ ମୋଦି  ଅବତରଣ କରିବା ପରେ ସେ ଏହାକୁ ଉଦ୍‌ଘାଟନ କରିଥିଲେ। ଘଣ୍ଟାଏରୁ ଊର୍ଦ୍ଧ୍ୱ ଧରି ଭାଷଣ ଦେଇଥିବା ମୋଦି ଉକ୍ତ ଏକ୍ସପ୍ରେସ୍‌ ହାଇୱେର ଫାଇଦା ଏବଂ ଏହାର ବିକାଶର ଦିଗକୁ ନେଇ ବର୍ଣ୍ଣନା କରିଥିଲେ। ୨୨,୫୦୦ କୋଟି ଟଙ୍କାରେ ନିର୍ମିତ ଏହି ମେଗା ପ୍ରକଳ୍ପକୁ  ମୋଦି ଦେଶ ପାଇଁ ଉତ୍ସର୍ଗ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଭାଷଣ ‘ଭାରତ ମାତା କି ଜୟ’ରୁ  ଆରମ୍ଭ କରିଥିଲେ। ଏହି ଅବସରରେ ମୋଦି ପୂର୍ବତନ ସରକାରଙ୍କ ଉପରେ ବର୍ଷିଥିଲେ।  ୟୁପି ବିକାଶଠାରୁ ପଛରେ ପଡ଼ିବା ପାଇଁ ପୂର୍ବତନ ସରକାର ଦାୟୀ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏଥିସହ ବଂଶବାଦ ରାଜନୀତି ଦୁର୍ନିତୀକୁ ପ୍ରଶ୍ରୟ ଦେଇ ବିକାଶରେ ବାଧକ  ସାଜିଥିଲା ବୋଲି ମୋଦି କହିଥିଲେ।  ମୋଦି କହିଥିଲେ ଯେ, ଏହି ଏକ୍ସପ୍ରେସୱେ ​​କେବଳ ଲକ୍ଷ୍ନୌ, ବାରବାଙ୍କି, ଅମେଠି, ସୁଲତାନପୁର, ଅଯୋଧ୍ୟା, ଆମ୍ବେଦକରନଗର, ମଉ, ଆଜମଗଡ ଏବଂ ଗାଜିପୁରକୁ ଯୋଡ଼ିବନି  ବରଂ  ଏହି ସହରଗୁଡ଼ିକୁ ଲକ୍ଷ୍ନୌ ସହିତ ସିଧାସଳଖ ଯୋଡ଼ି ହେବ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯଦି ସମଗ୍ର ବିଶ୍ୱର ୟୁପି ଲୋକଙ୍କ ଦକ୍ଷତା ଉପରେ ସନ୍ଦେହ ଥାଏ, ତେବେ ସେମାନେ ସୁଲତାନପୁରକୁ ଆସି ସେମାନଙ୍କ କ୍ଷମତା ଦେଖି ପାରିବେ।

ମୋଦି କହିଥିଲେ ଯେ, ମୁଁ ୨୦୧୮ରେ ଯେତେବେଳେ ଏହାର ଶିଳାନ୍ୟାସ କରିଥିଲି  ମୁଁ ଭାବି ନଥିଲି ଯେ ମୁଁ ଏହା ଉପରେ ବିମାନରୁ ଓହ୍ଲାଇବି | ଏହି ଏକ୍ସପ୍ରେସୱେ ପ୍ରତିବଦ୍ଧତାର ଏକ ଜୀବନ୍ତ ପ୍ରମାଣ। ଏହା ହେଉଛି  ଉତ୍ତରପ୍ରଦେ ଗର୍ବ ବୋଲି ମୋଦି କହିଥିଲେ।  ପୂର୍ବ ସରକାରକୁ ମୋଦି 'ମାଫିଆବାଦ' ସହ ତୁଳନା କରି ୟୁପିକୁ ଦାରିଦ୍ର୍ୟ ହାତକୁ ଟେକି ଦେଇଥିଲେ ବୋଲି ମୋଦି କରିଛନ୍ତି।  ବିଜେପି ସରକାର ବର୍ତ୍ତମାନ ବିକାଶର ଏକ ନୂତନ ଅଧ୍ୟାୟ ଲେଖୁଛି ବୋଲି ମୋଦି କହିଥିଲେ। ଏହି ଏକ୍ସପ୍ରେସୱେ ଗରିବ, ମଧ୍ୟବିତ୍ତ ଏବଂ କୃଷକମାନଙ୍କ ପାଇଁ ଲାଭଦାୟକ ହେବ ବୋଲି ମୋଦି କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos