ସ୍କୁଲରେ ସିଏଏ ବିରୋଧୀ ଡ୍ରାମା, ପିଲାଙ୍କ ମୁହଁରେ କୁହାଉଥିଲେ ଏହିସବୁ ସଂଳାପ

ବେଙ୍ଗାଲୁରୁ: କର୍ଣ୍ଣାଟକାର ଏକ ସ୍କୁଲ ପରିସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସିଏଏ ଏବଂ ଏନ୍‌ଆରସି ବିରୋଧରେ ନାଟକ ଆୟୋଜନ କରିବା ଅଭିଯୋଗରେ ସ୍କୁଲ ମ୍ୟାନେଜମେଣ୍ଟ ନାମରେ ମାମଲା ରୁଜୁ ହୋଇଛି। କର୍ଣ୍ଣାଟକା ପୁଲିସ୍‌ କହିବା ଅନୁଯାୟୀ, ଗଣତନ୍ତ୍ର ଦିବସରେ ସିଏଏ ଓ ଏନ୍‌ଆରସି ବିରୋଧରେ ନାଟକ ଆୟୋଜିତ ହେଉଥିଲା। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଅପମାନଜନକ ଶବ୍ଦ ବ୍ୟବହାର କରାଯାଇଥିଲା ବୋଲି ଅଭିଯୋଗ ହୋଇଛି। ଏଥିରେ ଅଭିନୟ କରୁଥିବା କିଛି ପିଲା କହୁଛନ୍ତି, କାଗଜ ମାଗିଲେ ସେମାନେ […]

CAA

CAA

Subrat Kumar Nayak
  • Published: Tuesday, 28 January 2020
  • Updated: 28 January 2020, 06:23 PM IST

Sports

Latest News

ବେଙ୍ଗାଲୁରୁ: କର୍ଣ୍ଣାଟକାର ଏକ ସ୍କୁଲ ପରିସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସିଏଏ ଏବଂ ଏନ୍‌ଆରସି ବିରୋଧରେ ନାଟକ ଆୟୋଜନ କରିବା ଅଭିଯୋଗରେ ସ୍କୁଲ ମ୍ୟାନେଜମେଣ୍ଟ ନାମରେ ମାମଲା ରୁଜୁ ହୋଇଛି।

କର୍ଣ୍ଣାଟକା ପୁଲିସ୍‌ କହିବା ଅନୁଯାୟୀ, ଗଣତନ୍ତ୍ର ଦିବସରେ ସିଏଏ ଓ ଏନ୍‌ଆରସି ବିରୋଧରେ ନାଟକ ଆୟୋଜିତ ହେଉଥିଲା। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଅପମାନଜନକ ଶବ୍ଦ ବ୍ୟବହାର କରାଯାଇଥିଲା ବୋଲି ଅଭିଯୋଗ ହୋଇଛି। ଏଥିରେ ଅଭିନୟ କରୁଥିବା କିଛି ପିଲା କହୁଛନ୍ତି, କାଗଜ ମାଗିଲେ ସେମାନେ ଚପଲରେ ଶେକିବେ।

ତେବେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସ୍ଥାନୀୟ ଏସ୍‌ପି କହିଛନ୍ତି, ପୁଲିସ୍‌ ସେମାନଙ୍କୁ ବର୍ତ୍ତମାନ ପଚରାଉଚରା କରୁଛି। ସେମାନଙ୍କୁ ଏପରି କରିବାକୁ କିଏ କହିଲା ଜାଣିବାକୁ ଚେଷ୍ଟା କରଯାଉଛି। ତେବେ ଶାହୀନ୍‌ ସ୍କୁଲ ନାମକ ଏହି ବିଦ୍ୟାଳୟର ପରିଚାଳନା ମୁଖ୍ୟଙ୍କ ନାମରେ ଏବଂ ଅନ୍ୟ ଜଣଙ୍କ ବର୍ତ୍ତମାନ ମାମଲା ରୁଜୁ ହୋଇଛି। ଏହା ପୂର୍ବରୁ ଏବିଭିପି ଛାତ୍ର ସଂଗଠନ ପକ୍ଷରୁ ଏହି ନାଟକକୁ ପ୍ରବଳ ବିରୋଧ କରାଯାଇଥିଲା। ଏହା ଆପତ୍ତିଜନକ ବୋଲି କୁହାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos