ଦୀନ ଦୟାଲ ସ୍ପର୍ଶ ଯୋଜନା: ବାର୍ଷିକ ୬ ହଜାର ଟଙ୍କା ଛାତ୍ରବୃତ୍ତି ଦେବ ଡାକ ବିଭାଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଡାକ ଟିକଟ ସଂଗ୍ରହ ରୁଚିକୁ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ଡାକ ବିଭାଗ ଦୀନ ଦୟାଲ ସ୍ପର୍ଶ ଯୋଜନା – ୨୦୧୮ ନାମକ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି। ୬ଷ୍ଠରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ ଯେଉଁ ମେଧାବୀ ଛାତ୍ରମାନଙ୍କର ଡାକ ଟିକଟ ସଂଗ୍ରହରେ ରୁଚି ରହିଥିବ ସେମାନେ ଏହି ପ୍ରତିଯୋଗିତାରେ ଭାଗ ନେଇପାରିବେ। ଏହି ପ୍ରତିଯୋଗିତାକୁ ୨ ଭାଗରେ ବିଭକ୍ତ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଡାକ ଟିକଟ ସମ୍ପର୍କିତ […]

po

po

Rakesh Mallick
  • Published: Friday, 20 July 2018
  • Updated: 20 July 2018, 06:29 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଡାକ ଟିକଟ ସଂଗ୍ରହ ରୁଚିକୁ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ଡାକ ବିଭାଗ ଦୀନ ଦୟାଲ ସ୍ପର୍ଶ ଯୋଜନା - ୨୦୧୮ ନାମକ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି। ୬ଷ୍ଠରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ ଯେଉଁ ମେଧାବୀ ଛାତ୍ରମାନଙ୍କର ଡାକ ଟିକଟ ସଂଗ୍ରହରେ ରୁଚି ରହିଥିବ ସେମାନେ ଏହି ପ୍ରତିଯୋଗିତାରେ ଭାଗ ନେଇପାରିବେ।

ଏହି ପ୍ରତିଯୋଗିତାକୁ ୨ ଭାଗରେ ବିଭକ୍ତ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଡାକ ଟିକଟ ସମ୍ପର୍କିତ ଏକ କୁଇଜ୍ ପ୍ରତିଯୋଗିତା ହେବ। ଦ୍ୱିତୀୟ ପର୍ଯ୍ୟାୟରେ ପ୍ରତିଯୋଗୀମାନଙ୍କୁ ଡାକ ଟିକଟ ସଂଗ୍ରହ ସମ୍ପର୍କିତ ପ୍ରକଳ୍ପ ଉପସ୍ଥାପନ କରିବାକୁ ପଡ଼ିିବ। ଏହି ପ୍ରତିଯୋଗିତାରେ ବିଜୟୀ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୬ ହଜାର ଟଙ୍କା ବୃତ୍ତି ପ୍ରଦାନ କରାଯିବ। ପ୍ରତିଯୋଗିତା ପାଇଁ ଆବେଦନ କରିବାର ଶେଷ ତାରିଖ ୧୬ ଅଗଷ୍ଟ ୨୦୧୮ ରଖାଯାଇଛି।  ପ୍ରତିଯୋଗୀମାନେ ସୂଚନା ପାଇଁ ମୁଖ୍ୟ ଡାକ ମହାପ୍ରବନ୍ଧକ, ଭୁବନେଶ୍ୱର, ଡାକ ମହାପ୍ରବନ୍ଧକ ସମ୍ୱଲପୁର ଓ ବ୍ରହ୍ମପୁର ଏବଂ ନିକଟସ୍ଥ ଡାକ ବିଭାଗର ଅଧୀକ୍ଷକ ଓ ବରିଷ୍ଠ ଅଧୀକ୍ଷକଙ୍କୁ ଯୋଗାଯୋଗ କରିପାରିବେ। ପ୍ରତିଯୋଗିତା ସମ୍ପର୍କିତ ବିସ୍ତୃତ ତଥ୍ୟ ଡାକ ବିଭାଗର ୱେବସାଇଟ୍‌ରେ ଉପଲବ୍ଧ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos