ନୂଆଦିଲ୍ଲୀ: ପଞ୍ଚଭୂତରେ ବିଲୀନ ହେଲେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ। ଲୋଧି ରୋଡ ସ୍ଥିତ ଶ୍ମଶାନ ଘାଟରେ ତାଙ୍କୁ ରାଜକୀୟ ସମ୍ମାନ ସହିତ ବିଦାୟୀ ଦିଆଯାଇଛି। ପୁଅ ଅଭିଜିତ୍ ମୁଖାର୍ଜୀ ମୁଖାଗ୍ନୀ ଦେଇଥିଲେ। କରୋନା ମହାମାରୀ ପାଇଁ ଉଭୟ ଅଭିଜିତ ଏବଂ ପରିବାର ଲୋକେ ପିପିଏ କିଟ୍ ପିନ୍ଧିଥିବାର ନଜର ଆସିଥିଲେ।
https://twitter.com/ANI/status/1300713804758568962
ଅନ୍ୟେଷ୍ଟି ପୂର୍ବରୁ ପ୍ରଣବଙ୍କ ପ୍ରାର୍ଥୀବ ଶରୀରକୁ ତାଙ୍କ ସରକାରୀ ବାସଭବନ ୧୦ ରାଜଜୀ ମାର୍ଗରେ ରଖାଯାଇଥିଲା ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଅନ୍ୟାନ୍ୟ ନେତା ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ଗତକାଲି ତାଙ୍କର ବିୟୋଗ ହୋଇଥିଲା। ଅଗଷ୍ଟ ୧୦ ତାରିଖରୁ ଆର୍ମିର ରିସର୍ଚ୍ଚ ଆଣ୍ଡ ରେଫରାଲ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ବ୍ରେନ ସର୍ଜରୀ ପରେ ଭେଣ୍ଟିଲେଟରରେ ଥିଲେ ପ୍ରଣବ ମୁଖାର୍ଜୀ। ଏଥିସହିତ ସେ କରୋନାରେ ଆକ୍ରାନ୍ତ ଥିଲେ। ମୃତ୍ୟୁ ବେଳକୁ ପ୍ରଣବ ଦା’ଙ୍କୁ ୮୪ ବର୍ଷ ବୟସ ହୋଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।