ଜଗନଙ୍କ ବିଜୟ ପଛରେ ପିକେ

ହାଇଦ୍ରାବାଦ୍‌: କ୍ଷମତାସୀନ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପିକୁ ମାତ୍‌ ଦେଇ ଆନ୍ଧ୍ର ପ୍ରଦେଶ ବିଧାନସଭାରେ ୱାଇଏସ୍‌ଆର କଂଗ୍ରେସ ବାଜିମାତ୍‌ କରିଛି। ଜଗନ ମୋହନ ରେଡ୍ଡୀଙ୍କ ୱାଇଏସ୍‌ଆର କଂଗ୍ରେସ ୧୭୫ଟି ବିଧାନସଭା ଆସନରୁ ୧୫୧ଟିରେ ଏକପାଖିଆ ଭାବେ ବିଜୟ ଲାଭ କରିଛି। ସେହିପରି ୨୫ଟି ଲୋକସଭା ଆସନରୁ ୱାଇଏସ୍‌ଆର କଂଗ୍ରେସ ହାତକୁ ୨୨ଟି ଯାଇଛି। ୨୦୧୧ରେ କଂଗ୍ରେସ ଠାରୁ ଅଲଗା ହୋଇ ଜଗନ ମୋହନ ନୂଆ ଦଳ ଗଠନ କରିଥିଲେ। ଏବେ ସେ ଆସନ୍ତା ୩୦ ତାରିଖରେ ଆନ୍ଧ୍ରର ନୂଆ […]

e

e

Hemant Lenka
  • Published: Friday, 24 May 2019
  • Updated: 24 May 2019, 04:45 PM IST

Sports

Latest News

ହାଇଦ୍ରାବାଦ୍‌: କ୍ଷମତାସୀନ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପିକୁ ମାତ୍‌ ଦେଇ ଆନ୍ଧ୍ର ପ୍ରଦେଶ ବିଧାନସଭାରେ ୱାଇଏସ୍‌ଆର କଂଗ୍ରେସ ବାଜିମାତ୍‌ କରିଛି। ଜଗନ ମୋହନ ରେଡ୍ଡୀଙ୍କ ୱାଇଏସ୍‌ଆର କଂଗ୍ରେସ ୧୭୫ଟି ବିଧାନସଭା ଆସନରୁ ୧୫୧ଟିରେ ଏକପାଖିଆ ଭାବେ ବିଜୟ ଲାଭ କରିଛି।

ସେହିପରି ୨୫ଟି ଲୋକସଭା ଆସନରୁ ୱାଇଏସ୍‌ଆର କଂଗ୍ରେସ ହାତକୁ ୨୨ଟି ଯାଇଛି। ୨୦୧୧ରେ କଂଗ୍ରେସ ଠାରୁ ଅଲଗା ହୋଇ ଜଗନ ମୋହନ ନୂଆ ଦଳ ଗଠନ କରିଥିଲେ। ଏବେ ସେ ଆସନ୍ତା ୩୦ ତାରିଖରେ ଆନ୍ଧ୍ରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ତେବେ ଜଗନଙ୍କ ଏହି ବିଜୟ ପଛରେ ନିର୍ବାଚନ ରଣକୌଶଳ ପ୍ରସ୍ତୁତିରେ ମାହିର କୁହାଯାଉଥିବା ପ୍ରଶାନ୍ତ କିଶୋର ବା ପିକେ ରହିଛନ୍ତି। ପିକେ ହିଁ ଜଗନଙ୍କ ପ୍ରଚାରର ରାସ୍ତା ପ୍ରସ୍ତୁତ କରିଥିଲେ।

୨୦୧୪ ବିଧାନସଭା ନିର୍ବାଚନରେ ୱାଇଏସ୍‌ଆର କଂଗ୍ରେସ ସଂଗଠନ ଅଭାବରୁ ପରାସ୍ତ ହୋଇଥିଲା। ୱାଇଏସ୍‌ଆର ୬୬ଟି ସିଟ୍‌ ପାଇଥିବା ବେଳେ ଟିଡିପି ୧୦୩ଟି ଆସନ ପାଇଥିଲା। ଏହାର ୫ ବର୍ଷ ପରେ ପ୍ରଶାନ୍ତ କିଶୋର ଏବଂ ତାଙ୍କ ଇଣ୍ଡିଆ ପଲଟିକାଲ ଆକ୍ସନ କମିଟି ପରାଜୟର କାରଣ ଖୋଜିବା ଆରମ୍ଭ କରିଥିଲା। ଏହି ସମୟରେ ଜଗନ ମୋହନଙ୍କୁ ପିକେ ଆଣ୍ଡ ତାଙ୍କ କୋ ବୁଥ ସ୍ତରରେ ସଂଗଠନ ଆରମ୍ଭ କରିବାକୁ କହିଥିଲେ। ପିକେଙ୍କ ଯୋଜନାବଦ୍ଧ ରଣନୀତି କାମ ଦେଇଥିଲା ଏବଂ ଜଗନ ମୋହନଙ୍କୁ ମୁଖ୍ୟମନ୍ତ୍ରୀ ଚୌକି ପାଇଁ ଯୋଗ୍ୟ କରିଥିଲା।

ପିକେ ଜେଡିୟୁରେ ଥିଲା ବେଳେ ଜଗନ ମୋହନ ତାଙ୍କ ସାହାଯ୍ୟ ଲୋଡ଼ିଥିଲେ। ଜଗନ ମୋହନଙ୍କ ଡାକରା ଶୁଣି ପ୍ରଶାନ୍ତ ତୁରନ୍ତ ଆନ୍ଧ୍ରରେ ପହଞ୍ଚି ରଣନୀତି ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରିଥିଲେ। ପିକେ ଏବଂ ତାଙ୍କ ଟିମ୍‌ ଆନ୍ଧ୍ର ପ୍ରଦେଶର ଭୋଟ୍‌ରଙ୍କ ପାଖରେ ସିଧାସଳଖ ଜଗନ ମୋହନ ଓ ତାଙ୍କ ଟିମ୍‌ କେମିତି ପହଞ୍ଚି ପାରିବ, ତା'ର ବ୍ୟବସ୍ଥା କରିଥିଲେ। ଏଥିପାଇଁ ପିକେ ଜଗନ ମୋହନଙ୍କୁ ୧୫ ମାସ ଧରି ପ୍ରଜା ସଂକଳ୍ପ ପଦଯାତ୍ରା କରିବାକୁ କହିଥିଲେ। ଏଥିସହ ପିକେ ଜଗନ ମୋହନଙ୍କ ପାଇଁ ଏକାଧିକ ଗୀତ ଓ ପ୍ରଚାର କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଟିଡିପି ଏହାକୁ କାଉଣ୍ଟର କରିବାକୁ ଚାହିଁଥିଲେ ହେଁ ପିକେ ସବୁଥିରେ ଆଗରେ ରହିଥିଲେ। ଶେଷରେ ପିକେଙ୍କ ରଣନୀତି ଆଗରେ ଟିଡିପି ଫେଲ ମାରିଥିଲା।

୨୦୧୨ ଗୁଜରାଟ ନିର୍ବାଚନ ବେଳେ ପ୍ରଶାନ୍ତ କିଶୋର ମୋଦିଙ୍କ ପାଇଁ କାମ କରି ଚର୍ଚ୍ଚାକୁ ଆସିଥିଲେ। ଏହାପରେ ୨୦୧୪ରେ ବିଜେପିକୁ ସାଧାରଣ ନିର୍ବାଚନରେ ବିଜୟୀ କରାଇବାରେ ବଡ଼ ଭୂମିକା ଗ୍ରହଣ କରିଥିଲେ। ପଞ୍ଜାବକୁ କଂଗ୍ରେସରେ କ୍ଷମତାସୀନ କରାଇବାରେ ପ୍ରଶାନ୍ତଙ୍କର ମଧ୍ୟ ଭୂମିକା ରହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story