ନୂଆଦିଲ୍ଲୀ: ୨୦ ବର୍ଷ ଧରି କଂଗ୍ରେସର ସଭାପତି ଥିବା ସୋନିଆ ଗାନ୍ଧିଙ୍କଠାରୁ ରାହୁଲ ଦାୟିତ୍ୱ ନେବାର ସମୟ ଉପନୀତ ହୋଇଛି। ରାହୁଲ ଗାନ୍ଧି କଂଗ୍ରେସର ଦାୟିତ୍ୱ ନେବା ଦରକାର। ତାଙ୍କ ସହ ପ୍ରିୟଙ୍କା ପ୍ରତ୍ୟକ୍ଷ ରାଜନୀତିକୁ ଫେରିବା ଉଚିତ। ବୁଧବାର ଏହା କହିଛନ୍ତି ପଞ୍ଜାବ କଂଗ୍ରେସ ମୁଖ୍ୟ କ୍ୟାପଟେନ୍ ଅମ୍ରିନ୍ଦର ସିଂହ। ତାଙ୍କର ଏହି ମନ୍ତବ୍ୟ ପରେ ଜାତୀୟ ରାଜନୀତି ସରମଗରମ ହୋଇଛି।
ସେ କହିଛନ୍ତି,“ସୋନିଆ ଗାନ୍ଧି ଜଣେ ଦୀପ୍ତିମାନ ନେତ୍ରୀ। ସେ ଦୀର୍ଘ ୨୦ ବର୍ଷ ହେବ କଂଗ୍ରେସର ସଭାପତି ଭାବେ ଦାୟିତ୍ୱ ତୁଲାଉଛନ୍ତି। ମୁଁ ଭାବୁଛି ଏବେ ରାହୁଲଙ୍କୁ କଂଗ୍ରସର ସଭାପତି କରାଯିବାର ଉପଯୁକ୍ତ ସମୟ ଉପନୀତ ହୋଇଛି। ଯୁବ ଚପଳତା ସହ ବରିଷ୍ଠ ନେତାଙ୍କ ପରାମର୍ଶ କ୍ରମେ କାର୍ଯ୍ୟ କରିବେ। ଦଳକୁ ଆଗକୁ ନେବେ।”
ରାହୁଲ ସଭାପତି ହେବା ପରେ ଉପସଭାପତି ଭାବେ କଂଗ୍ରେସର କିଏ ଦାୟିତ୍ୱ ସମ୍ଭାଳିବା ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି,“ ପ୍ରିୟଙ୍କା ମଧ୍ୟ ଜଣେ ଉଚ୍ଚଶିକ୍ଷିତ ନାରୀ। ସେ ଯଦି ପ୍ରତ୍ୟକ୍ଷ ରାଜନୀତିକୁ ଫେରନ୍ତି ତେବେ କଂଗ୍ରେସରେ ଉତ୍ସାହ ବଢନ୍ତା।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
NIA ପଞ୍ଝାରେ ରାୱଣ୍ଡାରେ ଗିରଫ ହୋଇଥିବା କୁଖ୍ୟାତ ଲସ୍କର ଆତଙ୍କବାଦୀ
ରାୱଣ୍ଡା ତଦନ୍ତକାରୀ ବ୍ୟୁରୋ(ଆରଆଇବି), ଇଣ୍ଟରପୋଲ ଓ ନ୍ୟାଶନାଲ ସେଣ୍ଟ୍ରାଲ ବ୍ୟୁରୋ(ଏନସିବି)ର ମିଳିତ ଉଦ୍ୟମରେ ସଲମାନକୁ ଗତକାଲି ରାୱଣ୍ଡାର ରାଜଧାନୀ କିଗାଲିକୁ ଗିରଫ କରାଯାଇଥିଲା।
National
ବଦଳିଲା ମମତାଙ୍କ ସ୍ୱର: କହିଲେ- ଆମେ କେନ୍ଦ୍ର ସହ ଅଛୁ
ସବୁ ପ୍ରସଙ୍ଗରେ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରଙ୍କୁ ଟାର୍ଗେଟ କରୁଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସ୍ୱର ହଠାତ ବଦଳିଛି।
National
ମୁଖ୍ୟମନ୍ତ୍ରୀ ପଦ ବଦଳରେ ଏକନାଥଙ୍କୁ ମିଳିବ ତିନୋଟି ମନ୍ତ୍ରଣାଳୟ!
ମିଳିଥିବା ସୂତ୍ରରୁ ସୂଚନା ଅନୁସାରେ ଏକନାଥ ସିନ୍ଦେଙ୍କୁ ନଗର ଉନ୍ନୟନ ମନ୍ତ୍ରଣାଳୟ, ଜନସମ୍ପର୍କ ମନ୍ତ୍ରଣାଳୟ ଏବଂ ଜଳ ସମ୍ପଦ ମନ୍ତ୍ରଣାଳୟ ଦେଇପାରନ୍ତି କେନ୍ଦ୍ର ସରକାର।
National
ରାଜଧାନୀରେ ଭୟଙ୍କର ବିସ୍ଫୋରଣ, PVR ସିନେମା ନିକଟରେ ବ୍ଲାଷ୍ଟ
ଲୋକେ ଭୟଭୀତ ହୋଇ ପଡିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି।
National
ହାତରେ ସମ୍ବିଧାନ ଧରି ଶପଥ ନେଲେ ପ୍ରିୟଙ୍କା ଗାନ୍ଧି
ଶପଥ ଗ୍ରହଣ ସମୟରେ ପ୍ରିୟଙ୍କା ଗାନ୍ଧି କେରଳର ପାରମ୍ପରିକ କାସାଭୁ ଶାଢ଼ୀ ପିନ୍ଧିଥିବା ନଜର ଆସିଛନ୍ତି।