ପରଲୋକରେ ରେଳମନ୍ତ୍ରୀଙ୍କ ମା’
ନୂଆଦିଲ୍ଲୀ: କେନ୍ଦ୍ର ରେଳମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ପୀୟୁଷ ଗୋଏଲଙ୍କ ମା’ ଚନ୍ଦ୍ରକାନ୍ତ ଗୋଏଲଙ୍କ ବିୟୋଗ ହୋଇଛି। ବାର୍ଦ୍ଧକ୍ୟ ଜନିତ ରୋଗରେ ତାଙ୍କର ମୃତ୍ୟୁ ହୋଇଛି। ଶନିବାର ସକାଳେ ତାଙ୍କର ବିୟୋଗ ହୋଇଥିବା ରେଳମନ୍ତ୍ରୀ ଟୁଇଟ୍ କରି ସୂଚନା ଦେଇଛନ୍ତି। ଏହାପରେ ତାଙ୍କର ଶେଷକୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ବିଜେପି ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବିନୋଦ ତାଓ୍ୱଡେ।
अपने स्नेह, और प्रेम से मुझे हमेशा राह दिखाने वाली मेरी पूज्य माता जी का आज सुबह स्वर्गवास हो गया।
उन्होंने अपना पूरा जीवन सेवा करते हुए बिताया, और हमें भी सेवाभाव से जीवन बिताने को प्रेरित किया। ईश्वर उन्हें अपने श्री चरणों मे स्थान दें। ॐ शांतिः pic.twitter.com/mwlIks6TBJ
— Piyush Goyal (@PiyushGoyal) June 6, 2020
ଦେଶରେ ଜରୁରୀକାଳୀନ ପରିସ୍ଥିତି ପରେ ଚନ୍ଦ୍ରକାନ୍ତ ଗାଏଲ ମୁମ୍ୱାଇରୁ ଥରେ କର୍ପୋରେଟର ଭାବରେ ନିର୍ବାଚିତ ହୋଇଥିଲେ। ଏହାପରେ ସେ ମହାରାଷ୍ଟ୍ରର ମତୁଙ୍ଗା ବିଧାନସଭା ଆସନରୁ ବିଜେପିରୁ ତିନି ଥର ବିଧାୟକ ଭାବରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।
ଚନ୍ଦ୍ରକାନ୍ତଙ୍କ ସ୍ୱାମୀ ତଥା ପୀୟୁଷ ଗୋଏଲଙ୍କ ବାପା ସ୍ୱର୍ଗତ ବେଦ୍ ପ୍ରକାଶ ଗୋଏଲ ବିଜେପିର ଦୀର୍ଘ ସମୟ ପାଇଁ କୋଷାଧ୍ୟକ୍ଷ ଥିଲେ। ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ସେ ଜାହାଜ ଚଳାଚଳ ମନ୍ତ୍ରୀ ଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।