ରତଲାମ: ମଧ୍ୟ ପ୍ରଦେଶର ଗୋଧରା ଓ ରତଲାମ୍ ମଧ୍ୟରେ ଏକ ଟ୍ରକ୍ ସହିତ ଧକ୍କା ହେବା ପରେ ଲାଇନ୍ଚ୍ୟୁତ ହୋଇଛି ତ୍ରିଭେନ୍ଦ୍ରମ୍ ରାଜଧାନୀ ଏକ୍ସପ୍ରେସ୍।
ଚାନ୍ଦଲା ଷ୍ଟେସନ୍ ନିକଟରେ ସମପାର ଫାଟକରେ ଏହି ଦୁର୍ଘଟଣା ଘଟିଛି। ଟ୍ରକ୍ଟି ପିଟି ହେବା ପରେ ରାଜଧାନୀ ଏକ୍ସପ୍ରେସ୍ର ଦୁଇଟି କୋଚ୍ ଲାଇନ୍ଚ୍ୟୁତ୍ ହୋଇଛି। ଏଥିରେ ଟ୍ରେନ୍ରେ ଥିବା କୌଣସି ଯାତ୍ରୀ ହତାହତ ହୋଇଥିବା ସୂଚନା ମିଳିନାହିଁ।
ଦୁର୍ଘଟଣାରେ ଟ୍ରକ୍ଟି ଭାଙ୍ଗିରୁଜି ଯାଇଥିବା ବେଳେ ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି।
ଆଜି ସକାଳ ପ୍ରାୟ ୬ଟା ୪୫ ମିନିଟ୍ରେ ଏହି ଘଟଣା ଘଟିଛି। ଟ୍ରେନ୍ ଆସୁଥିବା ଯୋଗୁ ଫାଟକର ଗେଟ୍ ବନ୍ଦ ଥିଲା। କିନ୍ତୁ ଟ୍ରକ୍ଟି ଫାଟକର ଗେଟ୍ ଭାଙ୍ଗି ଚାଲି ଯାଇଥିଲା ଏବଂ ଟ୍ରେନ୍ ସହିତ ଧକ୍କା ହୋଇଥିଲା। ଟ୍ରେନ୍ର କୋଚ୍ ନମ୍ବର ୭ ଓ ୮ ମଝିରେ ଟ୍ରକ୍ଟି ବାଡ଼େଇ ହୋଇଥିଲା।
ଲାଇନ୍ଚ୍ୟୁତ୍ ହୋଇଥିବା ଦୁଇଟି କୋଚ୍ର ଯାତ୍ରୀଙ୍କୁ ଅନ୍ୟ କୋଚ୍ରେ ବସାଯାଇଥିଲା ଓ ଟ୍ରେନ୍ ପୁଣି ଯାତ୍ରା ଆରମ୍ଭ କରିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Viral
ଶୀତ ରାତିରେ ପ୍ଲାଟଫର୍ମରେ ଶୋଇଥିଲେ ଲୋକେ, ପାଣି ମାଡ଼ କଲେ ସଫେଇ କର୍ମଚାରୀ
ବିଳମ୍ବିତ ରାତିରେ ସଫେଇ କର୍ମଚାରୀମାନେ କେମିତି ପାଣି ପକାଇ ସଫା ନାଁରେ ଲୋକଙ୍କୁ ହଇରାଣ କରୁଛନ୍ତି, ତା’ର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।
Crime
ଚୋରି ବିଦ୍ୟା ପାଇଁ ଖୋଲିଥିଲା ସ୍କୁଲ! ତାଲିମ ପରେ ଦିଆଯାଉଥିଲା ଚାକିରି, ମିଳୁଥିଲା ଦରମା
ଚୋରିରେ ଯିଏ ଯେତେ ସଫଳତା ହାସଲ କରୁଥିଲେ, ସେହି ଅନୁସାରେ ତାଙ୍କ ଦରମା ବୃଦ୍ଧି ବି ହେଉଥିଲା। ଏପରି ଗୋଟିଏ ମୋବାଇଲ ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ ହୋଇଛି।
National
କ୍ଲାସ୍ ରୁମ୍ରେ ପର୍ଣ୍ଣ ଫିଲ୍ମ ଦେଖୁଥିଲେ ଶିକ୍ଷକ, ଧରାପଡ଼ିବାରୁ ଛାତ୍ରଙ୍କୁ ନିର୍ଧୁମ ପିଟିଲେ
ପୁଲିସ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି।
National
ଗଞ୍ଜେଇ ସହ ଧରାପଡ଼ିଲେ ବିଧାୟିକାଙ୍କ ପୁଅ, ଅଭିଯୋଗକୁ ଖଣ୍ଡନ କଲେ ମା'
ଥାକଜୀ ବ୍ରିଜ ତଳୁ ଏକ ଗୋଷ୍ଠୀର ସଦସ୍ୟଙ୍କ ଠାରୁ ଗଞ୍ଜେଇ ଜବତ ହୋଇଥିଲା। ଏହି ମାମଲାରେ ସିପିଏମ୍ ବିଧାୟିକା ୟୁ ପ୍ରତିଭାଙ୍କ ପୁଅ ସମେତ ୯ ଜଣଙ୍କୁ ଗିରଫ କରାଯାଇଥିଲା।
National
ଜହ୍ଲାଦ ପାଲଟିଲା ସ୍ୱାମୀ, ତୃତୀୟ ଝିଅ ଜନ୍ମ ହେବାରୁ ସ୍ତ୍ରୀକୁ ଜୀଅନ୍ତା ଜାଳିଦେଲା
ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି।