ଅଗଷ୍ଟ ୧୪ରେ ବିଧାନସଭା ଅଧିବେଶନ ଡାକିବାକୁ ଗେହଲଟଙ୍କ ପ୍ରସ୍ତାବ

ଜୟପୁର: ରାଜସ୍ଥାନ ରାଜନୀତିରେ ଘଡ଼ିବେ ଘୋଡ଼ା ଛୁଟିବାରେ ଲାଗିଛି। ଜୁଲାଇ ୩୧ରେ ବିଧାନସଭା ଅଧିବେଶନ ଡାକିବାକୁ ରାଜ୍ୟପାଳ କଲାରାଜ ମିଶ୍ରଙ୍କୁ ୩ ଥର ପ୍ରସ୍ତାବ ପଠାଇ ନିରାଶ ହୋଇଥିବା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବେ ଆଭିମୁଖ୍ୟ ବଦଳାଇଛନ୍ତି। ଏବେ ଜୁଲାଇ ୩୧ ବଦଳରେ ଅଗଷ୍ଟ ୧୪ରେ ବିଧାନସଭା ଅଧିବେଶନ ଡାକିବାକୁ ସେ ରାଜ୍ୟପାଳଙ୍କ ପାଖକୁ ସାନି ପ୍ରସ୍ତାବ ପଠାଇଛନ୍ତି।

ନୂଆ ତାରିଖ ସ୍ଥିର କରିବାକୁ ଆଜି ଗେହଲଟଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିଥିଲା। ସର୍ବସମ୍ମତିକ୍ରମେ ନୂଆ ତାରିଖ ସଂପର୍କିତ ନିଷ୍ପତ୍ତି ପାରିତ ହୋଇଥିଲା। ଏହାପରେ ଏହି ପ୍ରସ୍ତାବକୁ ରାଜ୍ୟପାଳଙ୍କ ପାଖକୁ ପଠା ଯାଇଛି।

ପୂର୍ବରୁ ଗେହଲଟ ବିଧାନସଭା ଅଧିବେଶନ ଡାକିବାକୁ କହୁଥିଲେ ହେଁ ରାଜ୍ୟପାଳ ମିଶ୍ର ବିଧାୟକମାନଙ୍କୁ ଅତିକମରେ ୨୧ ଦିନର ନୋଟିସ୍‌ ପଠାଇବାକୁ ପରାମର୍ଶ ଦେଇଥିଲେ। ୨୧ ଦିନ ପରେ ହିଁ ବିଧାନସଭା ଅଧିବେଶନ ଡକା ଯାଇପାରିବ ବୋଲି ସେ ସର୍ତ୍ତ ରଖିଥିଲେ।

ଏହାକୁ ଦୃଷ୍ଟିରେ ଗେହଲଟ ସକରାର ୧୪ ତାରିଖରେ ବିଧାନସଭା ଅଧିବେଶନ ଡାକିବାକୁ ପ୍ରସ୍ତାବ ଦେଇଛନ୍ତି। ତେବେ ରାଜ୍ୟପାଳ ଏହାର ଉପରେ କ’ଣ ନିଷ୍ପତ୍ତି ନେବେ, ତା’ ଉପରେ ସମସ୍ତଙ୍କ ନଜର ରହିଛି।

ଆହୁରି ପଢ଼ନ୍ତୁ

ଅକାଳୀଙ୍କ ପଦକ୍ଷେପ ପରେ ବିଜେପିର ହରିୟାଣା ସହଯୋଗୀ ଜେଜେପି ଉପରେ ଚାପ

୧୮ସେପ୍ଟେମ୍ବର, ଶୁକ୍ରବାର: ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ

ରାଜନୀତିର ଋତୁ ବସନ୍ତ ନୁହେଁ, ହନ୍ତସନ୍ତ

‘ଚୀନର କଥା ଏବଂ କାମରେ ପାର୍ଥକ୍ୟ ରହିଛି’

ବିଜେପି ନେତା ଅଶୋକ ସାହୁଙ୍କ ପରଲୋକ

୧୭ ସେପ୍ଟେମ୍ବର,ଗୁରୁବାର; ସନ୍ତାନଙ୍କ ଉନ୍ନତିରେ ଖୁସି ହେବେ

ସ୍ୱତନ୍ତ୍ର କୋର୍ଟରେ ବିଚାର ହେବ ପୂର୍ବତନ ସାଂସଦ ଓ ବିଧାୟକଙ୍କ ଅପରାଧିକ ମାମଲା !

ଜୈବିକ ଯୁଦ୍ଧ ପାଇଁ ହାତ ମିଳାଇଛନ୍ତି ଚୀନ୍ ଆଉ ପାକିସ୍ତାନ!

ସ୍ୱଦେଶୀ ଆନ୍ଦୋଳନ ୨.୦ ର ନେତୃତ୍ୱ ନେବ ଅମୁଲ୍‌

୧୬ ସେପ୍ଟେମ୍ବର, ବୁଧବାର: ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ

ପରିବା ବିକ୍ରି କରୁଥିବା ମହିଳା ଇନଫୋସିସର ସହ ପ୍ରତିଷ୍ଠାତା ନୁହନ୍ତି, ସତ କ’ଣ?

ସଂସଦରେ ବଲିଉଡ୍ ଝଡ଼, ଜୟା ବଚ୍ଚନଙ୍କ ଟାର୍ଗେଟରେ କଙ୍ଗନା ଓ ରବି କିଶନ୍