ପଙ୍ଗପାଳ ଆକ୍ରମଣକୁ ଜାତୀୟ ବିପତ୍ତି ଘୋଷଣା କରିବାକୁ କହିଲେ ମନ୍ତ୍ରୀ

ଜୟପୁର: ଦେଶର କିଛି ରାଜ୍ୟରେ ଲକ୍ଷ ଲକ୍ଷ ପଙ୍ଗପାଳ ଏକର ଏକର ଫସଲ ଖାଇ ଯାଉଛନ୍ତି। ଏଥିଯୋଗୁ ଚାଷୀମାନଙ୍କର ବ୍ୟାପକ କ୍ଷତି ହୋଇଛି। ଏହାକୁ ଦୃଷ୍ଟିରେ ରଖି ରାଜସ୍ଥାନର କୃଷି ମନ୍ତ୍ରୀ ଲାଲଚାନ୍ଦ କଟାରିଆ ପଙ୍ଗପାଳ ଆକ୍ରମଣକୁ ଜାତୀୟ ବିପତ୍ତି ଘୋଷଣା ପାଇଁ ଦାବି ଜଣାଇଛନ୍ତି। କେନ୍ଦ୍ର ସରକାର ତୁରନ୍ତ ଏନେଇ ନିଷ୍ପତ୍ତି ନିଅନ୍ତୁ ବୋଲି ସେ କହିଛନ୍ତି।

ଏଥିସହ ଯଥାଶୀଘ୍ର କେନ୍ଦ୍ରୀୟ ଯୋଜନାଗୁଡ଼ିକର ପ୍ରଥମ ଇନଷ୍ଟଲମେଣ୍ଟ ପାଉଣା ଦେବାକୁ ସେ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି। ଏ ନେଇ ଶ୍ରୀ କଟାରିଆ ଭିଡିଓ କନ୍ଫରେନ୍ସଂ ଜରିଆରେ କେନ୍ଦ୍ର କୃଷିମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି।

ଶ୍ରୀ କଟାରିଆଙ୍କ ବ୍ୟତୀତ ନାଗାଉର ସାଂସଦ ତଥା ରାଷ୍ଟ୍ରୀୟ ଲୋକ ତାନ୍ତ୍ରିକ ଦଳର ଆବାହକ ହନୁମାନ ବେନୁୱାଲ ପଙ୍ଗପାଳ ହମଲାକୁ ଜାତୀୟ ବିପତ୍ତି ଘୋଷଣା କରିବାଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିକୁ ଚିଠି ଲେଖିଛନ୍ତି।

ଖରିଫ ଋତୁ ୨୦୧୯ରେ କୃଷି ବୀମା କମ୍ପାନୀର ବାକି ଥିବା ୩୮୦ କୋଟି ଟଙ୍କା ଶୀଘ୍ର ଚାଷୀଙ୍କୁ ଦେବା ଲାଗି ଶ୍ରୀ କଟାରିଆ ନିର୍ଦ୍ଦେଶ ଦେଇଛନ୍ତି ।

କଟାରିଆ କହିଛନ୍ତି ଯେ ଚାଷୀଙ୍କ ପାଇଁ କେନ୍ଦ୍ର ସରକାର ଏକାଧିକ ଯୋଜନା କରିଛନ୍ତି। ହେଲେ ଅଧିକାଂଶ ଯୋଜନାର ଇନଷ୍ଟଲମେଣ୍ଟ ଏଯାଏ ରାଜ୍ୟ ପାଖକୁ ଆସିନାହିଁ। ତେଣୁ ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ତୁରନ୍ତ ଅର୍ଥ ମଞ୍ଜୁର କରନ୍ତୁ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ

ହ୍ୱାଇଟ୍ ହାଉସ୍ ବାହାରେ ଫୁଟିଲା ଗୁଳି

ଅସନ୍ତୋଷ ବଢ଼ିବା ପରେ ଆସିଲା ବିଜେଡିର ସାନି ତାଲିକା

ଭୟଙ୍କର ବିସ୍ଫୋରଣ, ମାଟିରେ ମିଶିଗଲା ଶତାଧିକ ଘର

ଲୋକଙ୍କ ସୁରକ୍ଷା ପାଇଁ ଢୁଢୁ ବର୍ଷାରେ ଗାତ ପାଖରେ ୭ ଘଣ୍ଟା ଛିଡ଼ା ହେଲେ ମହିଳା

୮ ଦିନରେ ସୁସ୍ଥ ହୋଇ ଘରକୁ ଫେରିଲେ କରୋନାରେ ଆକ୍ରାନ୍ତ ମୁଖ୍ୟମନ୍ତ୍ରୀ

୪୮ରେ ପହଞ୍ଚିଲା ଭୂସ୍ଖଳନ ମୃତ୍ୟୁସଂଖ୍ୟା, ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ଦୁଇ ଦିନ ପରେ ହସ୍ପିଟାଲରୁ ଡିସଚାର୍ଜ ହେଲେ ସଞ୍ଜୟ ଦତ୍ତ

ମିଡିଆ ଟ୍ରାଏଲ ବିରୋଧରେ ସୁପ୍ରିମକୋର୍ଟରେ ପହଞ୍ଚିଲେ ରିୟା ଚକ୍ରବର୍ତ୍ତୀ

କରୋନାରେ ମୃତ ବାପାଙ୍କ ଶବ ଦେଖିବାକୁ ପୁଅକୁ ମାଗିଲେ ୫୧ ହଜାର, କିନ୍ତୁ…

ଚାଇନା ନୀତିକୁ ବିରୋଧ କରୁଥିବା ହଂକଂ ମିଡିଆ ଟାଇକୁନ ଗିରଫ

ସାରୁ ପତ୍ରରେ ଦୁଇମୁଣ୍ଡିଆ ସାପ

ସାମ୍ନାକୁ ଆସିଲା ରିୟାଙ୍କ ଆଇଟିଆର୍‌ ଡିଟେଲ୍‌ସ‌, ଇନ୍‌କମ୍‌ଠୁ ଇନ୍‌ଭେଷ୍ଟ୍ ଅଧିକ