ସୁପ୍ରିମକୋର୍ଟ ନୁହେଁ, ଚାଷୀଙ୍କ ଇଚ୍ଛାରେ ହେବ କମିଟି !

ନୂଆଦିଲ୍ଲୀ: କେନ୍ଦ୍ର ଓ ଆନ୍ଦୋଳନରତ ଚାଷୀଙ୍କ ମଧ୍ୟରେ ବିବାଦ ବଢ଼ିବା ପରେ ସମାଧାନ ପାଇଁ ସୁପ୍ରିମକୋର୍ଟ ଏକ ଚାରି ଜଣିଆ କମିଟି ଗଠନ କରିଥିଲେ। ହେଲେ ସେଥିମଧ୍ୟରୁ ଜଣେ ଓହରିବା ପରେ ବାକି ତିନି ସଦସ୍ୟଙ୍କୁ ହଟାଇବାକୁ ଦାବି କରିଛି ଭାରତୀୟ କିଷାନ ୟୁନିଅନ (ଲୋକଶକ୍ତି)। ଏହି ସଦସ୍ୟ ନ୍ୟାୟ ଦେଇପାରିବେ ନାହିଁ ବୋଲି ଏହି ଚାଷୀ ସଂଗଠନ କହିଛି। ତିନି କୃଷି ଆଇନକୁ ବିରୋଧ କରି ଆନ୍ଦୋଳନରେ ବସିଥିବା ୪୦ ସଦସ୍ୟଙ୍କ ମଧ୍ୟରୁ ଏହି ସଂଗଠନ […]

farmer-strike-on-Sc

farmer-strike-on-Sc

Subhransu Sekhar
  • Published: Saturday, 16 January 2021
  • Updated: 16 January 2021, 09:23 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ର ଓ ଆନ୍ଦୋଳନରତ ଚାଷୀଙ୍କ ମଧ୍ୟରେ ବିବାଦ ବଢ଼ିବା ପରେ ସମାଧାନ ପାଇଁ ସୁପ୍ରିମକୋର୍ଟ ଏକ ଚାରି ଜଣିଆ କମିଟି ଗଠନ କରିଥିଲେ। ହେଲେ ସେଥିମଧ୍ୟରୁ ଜଣେ ଓହରିବା ପରେ ବାକି ତିନି ସଦସ୍ୟଙ୍କୁ ହଟାଇବାକୁ ଦାବି କରିଛି ଭାରତୀୟ କିଷାନ ୟୁନିଅନ (ଲୋକଶକ୍ତି)। ଏହି ସଦସ୍ୟ ନ୍ୟାୟ ଦେଇପାରିବେ ନାହିଁ ବୋଲି ଏହି ଚାଷୀ ସଂଗଠନ କହିଛି। ତିନି କୃଷି ଆଇନକୁ ବିରୋଧ କରି ଆନ୍ଦୋଳନରେ ବସିଥିବା ୪୦ ସଦସ୍ୟଙ୍କ ମଧ୍ୟରୁ ଏହି ସଂଗଠନ ଅନ୍ୟତମ। ପୂର୍ବରୁ ଚାଷୀ ନେତା ତଥା ପୂର୍ବତନ ବାମପନ୍ଥୀ ନେତା ରାକେଶ ଟିକାଇତ ମଧ୍ୟ ଏହି କମିଟିକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ।

ବିକେୟୁ ଲୋକଶକ୍ତି କହିଛି ଯେ ସୁପ୍ରିମକୋର୍ଟ ଯେଉଁ କମିଟି ଗଠନ କରିଛନ୍ତି ତାହା ଚାଷୀଙ୍କୁ ନ୍ୟାୟ ଦେଇପାରିବ ନାହିଁ। ପୂର୍ବରୁ ଏହି ତିନି କୃଷି ଆଇନକୁ ସମର୍ଥନ କରିଛନ୍ତି। ତେଣୁ ସୁପ୍ରିମକୋର୍ଟ କମିଟିରୁ ଜଣେ ସଦସ୍ୟ ଓହରିବା ପରେ ବାକି ତିନି ଜଣଙ୍କୁ ହଟାଇବାକୁ ଦାବି କରିଛି ଏହି ସଂଘ। ଏଥିସହ କମିଟି କିଭଳି ହେବା ଦରକାର ସେ ନେଇ ପରାମର୍ଶ ଦେଇଛି ବିକେୟୁ।

ସୁପ୍ରିମକୋର୍ଟ ଏଭଳି କମିଟି ଗଠନ କରିବା ଦରକାର ଯେଉଁ କମିଟି ନ୍ୟାୟ ଦେଇପାରିବ। ଏଭଳି ନିବେଦନ କରିଛି ବିକେୟୁ। ଯଦି ଏହି ବ୍ୟକ୍ତି କମିଟିର ସଦସ୍ୟ ରହିବେ ତାହେଲେ ନ୍ୟାୟ ନୀତି ଉଲ୍ଲଂଘନ ହେବ। ବିକେୟୁ (ଲୋକଶକ୍ତି)ର ଓକିଲ ଏହା କହିଛନ୍ତି।

ସୂଚନାଯୋଗ୍ୟ, ଚାରି ଜଣିଆ କମିଟିର ଅନ୍ୟତମ ସଦସ୍ୟ ଭୁପିନ୍ଦର ସିଂ ମାନ୍ ଜାନୁଆରୀ ୧୪ରେ ଓହରି ଯାଇଥିଲେ। ମାନ ହେଉଛନ୍ତି ଭାରତୀୟ କିସାନ ୟୁନିଅନର ଜାତୀୟ ସଭାପତି। ଅନ୍ୟ ସଦସ୍ୟମାନେ ହେଲେ ଅନ୍ତର୍ଜାତୀୟ ଖାଦ୍ୟ ନୀତି ଅନୁସନ୍ଧାନ ପ୍ରତିଷ୍ଠାନର ଦକ୍ଷିଣ ଏସିଆର ନିର୍ଦ୍ଦେଶକ ଡକ୍ଚର ପ୍ରମୋଦ କୁମାର ଯୋଶୀ, କୃଷି ଅର୍ଥନୀତିଜ୍ଞ ଅଶୋକ ଗୁଲାଟି ଏବଂ ଶେଟକାରି ସଂଗଠନର ସଭାପତି ଅନୀଲ ଧନୱନ୍ତ।

ପ୍ରଧାନ ବିଚାରପତି ଏସ୍ ଏ ବୋବଡେଙ୍କ ନେତୃତ୍ୱରେ ଗଠିତ ତିନିଜଣିଆ ଖଣ୍ଡପୀଠ ଏହି ମାମଲାରେ ଶୁଣାଣି କରି କମିଟି ଗଠନ କରିଥିଲେ। ତେବେ ସୁପ୍ରିମକୋର୍ଟରେ ଏହି ପ୍ରସଙ୍ଗରେ ମଧ୍ୟ ପ୍ରଧାନବିଚାରପତି ପ୍ରତିକ୍ରିୟା ରଖି କହିଥିଲେ ସମାଧାନ କେମିତି ହେବ ମୂଳ ଉଦ୍ଦେଶ୍ୟ। ଯେଉଁ କମିଟି ଗଠନ ହୋଇଛି ସିଏ କେନ୍ଦ୍ର ଓ ଆନ୍ଦୋଳନରତ ଚାଷୀ ଓ ଆଇନ ସପକ୍ଷରେ କହୁଥିବା ଚାଷୀଙ୍କ ମତ ଶୁଣି ରିପୋର୍ଟ ଦେବ। ଏହାପରେ ଖଣ୍ଡପୀଠ ରାୟ ଶୁଣାଇବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos