ଏନଆର୍‌ସି ତାଲିକାରେ ସ୍ତ୍ରୀ, ୩ ସନ୍ତାନଙ୍କ ସହ ଅବସରପ୍ରାପ୍ତ ସେନା ଅଧିକାରୀ ବାଦ

ଗୌହାଟି: ଭାରତୀୟ ସେନାର ଅବସରପ୍ରାପ୍ତ ଅଧିକାରୀ ମହମ୍ମଦ ସନାଉଲ୍ଲା ଏନଆରସି ତାଲିକାରେ ବିଦେଶୀ ବୋଲି ଘୋଷିତ ହୋଇଛନ୍ତି। ତାଙ୍କର ଦୁଇ ଝିଅ ଓ ଗୋଟିଏ ପୁଅ ମଧ୍ୟ ବିଦେଶୀ ବୋଲି ଘୋଷିତ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ କିନ୍ତୁ ଏନଆରସି ତାଲିକାରେ ରହିଛନ୍ତି। ପୂର୍ବରୁ ମଧ୍ୟ ଏ ନେଇ ଆସାମ ସରକାରଙ୍କ ବିଦେଶୀ ଟ୍ରିବ୍ୟୁନାଲଙ୍କ ଦ୍ୱାରସ୍ଥ ହୋଇଥିଲେ ଏହି ଅବସରପ୍ରାପ୍ତ ସେନା ଅଧିକାରୀ। ହେଲେ କିଛି ସୁଫଳ ନମିଳିବାରୁ ସେ ଆସାମ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ […]

Mohammad Sanaullah

Mohammad Sanaullah

Subhransu Sekhar
  • Published: Saturday, 31 August 2019
  • Updated: 31 August 2019, 05:57 PM IST

Sports

Latest News

ଗୌହାଟି: ଭାରତୀୟ ସେନାର ଅବସରପ୍ରାପ୍ତ ଅଧିକାରୀ ମହମ୍ମଦ ସନାଉଲ୍ଲା ଏନଆରସି ତାଲିକାରେ ବିଦେଶୀ ବୋଲି ଘୋଷିତ ହୋଇଛନ୍ତି। ତାଙ୍କର ଦୁଇ ଝିଅ ଓ ଗୋଟିଏ ପୁଅ ମଧ୍ୟ ବିଦେଶୀ ବୋଲି ଘୋଷିତ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ କିନ୍ତୁ ଏନଆରସି ତାଲିକାରେ ରହିଛନ୍ତି।

ପୂର୍ବରୁ ମଧ୍ୟ ଏ ନେଇ ଆସାମ ସରକାରଙ୍କ ବିଦେଶୀ ଟ୍ରିବ୍ୟୁନାଲଙ୍କ ଦ୍ୱାରସ୍ଥ ହୋଇଥିଲେ ଏହି ଅବସରପ୍ରାପ୍ତ ସେନା ଅଧିକାରୀ। ହେଲେ କିଛି ସୁଫଳ ନମିଳିବାରୁ ସେ ଆସାମ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଏଯାଏ ଶୁଣାଣି ହୋଇନାହିଁ। ଏନଆରସି ନିୟମ ଅନୁଯାୟୀ ଯଦି ବାପ ବିଦେଶୀ ତାହେଲେ ତାଙ୍କର ପିଲାଛୁଆ ମାନେ ମଧ୍ୟ ବିଦେଶୀ ବୋଲି ବିବେଚିତ ହେବେ। ତେଣୁ ଏହି ଆଧାରରେ ମହମ୍ମଦ ସନାଉଲ୍ଲାଙ୍କ ପିଲାଛୁଆ ଏନଆରସିରେ ସାମିଲ୍ ହୋଇପାରି ନାହାନ୍ତି। ୧୯୯୯ କାର୍ଗିଲ ଯୁଦ୍ଧ ଲଢ଼ି ରାଷ୍ଟ୍ରପତି ପଦକ ହାସଲ କରିଥିଲେ ସନାଉଲ୍ଲା ।

୧୯୮୭ ମସିହାରେ ସେ ଭାରତୀୟ ସେନାରେ ଯୋଗ ଦେଇଥିଲେ । ଚନ୍ଦ୍ରମାଲ ଦାସ ନାମକ ବ୍ୟକ୍ତି ତାଙ୍କ ବିରୋଧରେ ତଦନ୍ତ କରି ଦର୍ଶାଇଥିଲେ ଯେ ମହମ୍ମଦ ବିଦେଶୀ ବୋଲି। ୨୦୦୮ରେ ଏହାକୁ ନେଇ ମହମ୍ମଦଙ୍କୁ ଜାରି ହୋଇଥିଲା ନୋଟିସ୍ । ୨୦୧୮ ମେ ୨୩ରେ ବିଦେଶୀ ଟ୍ରିବ୍ୟୁନାଲ ତାଙ୍କୁ ବିଦେଶୀ ବୋଲି ଘୋଷଣା କରିବା ପରେ ସେ ଗିରଫ ହୋଇଥିଲେ । ଏହାପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଯାହାର ଶୁଣାଣି ଏଯାଏ ହୋଇନାହିଁ। ୫୨ ବର୍ଷୀୟ ମହମ୍ମଦ ଯଦି ବିଦେଶୀ ସେ ଭାରତୀୟ ସେନାରେ କିଭଳି ସାମିଲ୍ ହେଲେ ଏବଂ ୩୦ ବର୍ଷ ଦେଶର ସେବା କିଭଳି କଲେ ତାହା ଏବେ ପ୍ରଶ୍ନଘେରରେ।

ସୂଚନାଯୋଗ୍ୟ, ଗୃହ ମନ୍ତ୍ରଣାଳୟ ଆଜି ଏନ୍ଆରସି ତାଲିକା ପ୍ରକାଶ କରିଛି ଯେଉଁ ତାଲିକାରେ ୩ କୋଟି ୧୧ ଲକ୍ଷ ୨୧ ହଜାର ୪ ଜଣ ବ୍ୟକ୍ତି ରହିଥିବା ବେଳେ ୧୯ ଲକ୍ଷ ୬ ହଜାର ୬୫୭ ଜଣ ବିଦେଶୀ ବୋଲି ଜଣାପଡ଼ିଛି। ଯେଉଁମାନେ ଏହି ତାଲିକାକୁ ନେଇ ସନ୍ତୁଷ୍ଟ ନାହାନ୍ତି ସେମାନେ ଚାହିଁଲେ ଆସାମ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ୪୦୦ ବିଦେଶୀ ଟ୍ରିବ୍ୟୁନାଲରେ ୧୨୦ ଦିନ ମଧ୍ୟରେ ଆବେଦନ କରିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos