ଏଲଏସିରେ ତିକ୍ତତା ବେଳେ ଚୀନର ବୈଦେଶିକ ମନ୍ତ୍ରୀଙ୍କୁ ଭେଟିଲେ ଏସ ଜୟଶଙ୍କର

ମୋସ୍କୋ: ଗୁରୁବାର ଋଷିଆର ରାଜଧାନୀ ମସ୍କୋରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ତାଙ୍କର ଚୀନ୍ ପ୍ରତିପକ୍ଷ ୱାଙ୍ଗ ୟିଙ୍କୁ ଭେଟିଛନ୍ତି। ମୋସ୍କୋରେ ଏସସିଓ ଦେଶର ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଏହି ଦୁଇ ନେତା ପରସ୍ପରକୁ ଭେଟିଛନ୍ତି। ଗୋଟିଏ ପଟେ ଉଭୟ ଦେଶର ସୀମାରେ ଦୁଇ ଦେଶ ମଧ୍ୟରେ ଚିକ୍ତତା ଚାଲିଥିବା ବେଳେ ଭାରତ ଏବଂ ଚୀନ୍‌ର ବୈଦେଶିକ ମନ୍ତ୍ରୀ ପରସ୍ପରକୁ ଭେଟିବା ଆଗାମୀ ଦିନରେ ସମସ୍ୟାର ସମାଧାନ ହୋଇପାରେ ବୋଲି ଆକଳନ କରାଯାଉଛି। ଏହି ଭେଟଘାଟର ଗୋଟିଏ […]

India-china

India-china

Subhransu Sekhar
  • Published: Friday, 11 September 2020
  • Updated: 11 September 2020, 12:08 AM IST

Sports

Latest News

ମୋସ୍କୋ: ଗୁରୁବାର ଋଷିଆର ରାଜଧାନୀ ମସ୍କୋରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ତାଙ୍କର ଚୀନ୍ ପ୍ରତିପକ୍ଷ ୱାଙ୍ଗ ୟିଙ୍କୁ ଭେଟିଛନ୍ତି। ମୋସ୍କୋରେ ଏସସିଓ ଦେଶର ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଏହି ଦୁଇ ନେତା ପରସ୍ପରକୁ ଭେଟିଛନ୍ତି। ଗୋଟିଏ ପଟେ ଉଭୟ ଦେଶର ସୀମାରେ ଦୁଇ ଦେଶ ମଧ୍ୟରେ ଚିକ୍ତତା ଚାଲିଥିବା ବେଳେ ଭାରତ ଏବଂ ଚୀନ୍‌ର ବୈଦେଶିକ ମନ୍ତ୍ରୀ ପରସ୍ପରକୁ ଭେଟିବା ଆଗାମୀ ଦିନରେ ସମସ୍ୟାର ସମାଧାନ ହୋଇପାରେ ବୋଲି ଆକଳନ କରାଯାଉଛି।

ଏହି ଭେଟଘାଟର ଗୋଟିଏ ସପ୍ତାହ ପୂର୍ବରୁ ଭାରତ ଏବଂ ଚୀନ୍‌ର ପ୍ରତିରକ୍ଷା ମନ୍ତ୍ରୀ ଏସସିଓ ବୈଠକରେ ପରସ୍ପରକୁ ଭେଟିଥିଲେ। ଏହି ସମୟରେ ଏଲଏସିରେ ତିକ୍ତତା ହ୍ରାସ କରିବାକୁ ଆଲୋଚନା ହୋଇଥିଲା। ଉଭୟ ଦେଶର ପ୍ରତିରକ୍ଷା ମନ୍ତ୍ରୀଙ୍କ ଆଲୋଚନା ପରେ ଏବେ ବୈଦେଶିକ ସ୍ତରରେ ମନ୍ତ୍ରୀ ଏକାଠି ହୋଇ ଆଲୋଚନା କରିବେ ବୋଲି ଜଣାପଡ଼ିଛି।

ଗୋଟିଏ ପଟେ କୂଟନୀତିକ ତଥା ସାମରିକ ସ୍ତରରେ ଭାରତ ଏବଂ ଚୀନ୍ ମଧ୍ୟରେ କଥାବାର୍ତ୍ତା ଜାରି ରହିଥିବା ବେଳେ ଅନ୍ୟ ପଟେ ପୂର୍ବ ଲଦାଖରେ ଚୀନ୍ ସେନା କ୍ରମାଗତ ଭାବରେ ଉତ୍ତେଜନାମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଚୀନ୍ ସେନା କ୍ରମାଗତ ଭାବରେ ଭାରତୀୟ ସୀମାରେ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି। କେତେକ ବିଶେଷଜ୍ଞ ଏପରିକି କହିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇଛି।

ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ଜାରି ବିବୃତ୍ତି ଅନୁଯାୟୀ ଏହି ପରିସ୍ଥିତିର ସମାଧାନ ପାଇଁ କୂଟନୀତିକ ଏବଂ ସାମରିକ ସ୍ତରରେ ଭାରତ ଏବଂ ଚୀନ୍ ପରସ୍ପର ସହ ଯୋଗାଯୋଗ କରୁଛନ୍ତି। ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକରେ ଏହା ଉପରେ ସହମତି ପ୍ରକାଶ ପାଇଛି। ଖୁବ୍ ଶୀଘ୍ର ଚୀନ୍ ବୈଦେଶିକ ମନ୍ତ୍ରୀଙ୍କୁ ଭେଟିବେ ଏବଂ ଅଧିକ ଆଲୋଚନା ହେବ। ସୀମାରେ ଦେଖାଦେଇଥିବା ଉତ୍ତେଜନାକୁ ସମାଧାନ କରିବାକୁ ଭାରତ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି।

ଏସସିଓ କ'ଣ?

ସୂଚନାଯୋଗ୍ୟ, ଯେଉଁ ବୈଠକରେ ଭରାତ ଏବଂ ଚୀନର ବୈଦେଶିକ ମନ୍ତ୍ରୀ ସାମିଲ୍ ହୋଇଛନ୍ତି ତାହା ସାଂଘାଇ କର୍ପୋରେସନ୍ ସଂଗଠନ (SCO)। ଏହା 2001 ରେ ସାଂଘାଇରେ ଆରମ୍ଭ ହୋଇଥିଲା | ଋଷିଆ, ଚୀନ୍, କିର୍ଗିଜ୍ ରିପବ୍ଲିକ୍, କାଜାଖସ୍ତାନ, ତାଜିକିସ୍ତାନ ଏବଂ ଉଜବେକିସ୍ତାନର ରାଷ୍ଟ୍ରପତିମାନେ ମିଳିତ ଭାବେ ଏହି ଗ୍ରୁପ ତିଆରି କରିଥିଲେ। 2005 ରେ ଭାରତ ଏବଂ ପାକିସ୍ଥାନ ପର୍ଯ୍ୟବେକ୍ଷକ ଭାବରେ ଏହି ଦଳରେ ଅନ୍ତର୍ଭୁକ୍ତ ହୋଇଥିଲେ। 2017 ରେ ଉଭୟ ଦେଶ ପୂର୍ଣ୍ଣ ସଦସ୍ୟତା ପାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story