ନିଲାମ ହେଉଛି ଗଣତନ୍ତ୍ର, ସରପଞ୍ଚ ପଦବୀ ୨ କୋଟିରେ ବିକ୍ରି

ନାସିକ: ଲୋକଙ୍କ ନେତା ହେବା ପାଇଁ ନିର୍ବାଚନ ହୁଏ। ଏଥିପାଇଁ ଭୋଟିଂ ହୁଏ। ହେଲେ ଭାରତ ଭଳି ଗଣତାନ୍ତ୍ରିକ ଦେଶରେ ସରପଞ୍ଚ ପଦ ନିଲାମ ହୋଇଛି। ଏହା ପୁଣି ଲକ୍ଷେ ଦି’ ଲକ୍ଷ ଟଙ୍କାରେ ନୁହେଁ, ଦୁଇ କୋଟି ଟଙ୍କାରେ। ହେଲେ ଗଣତନ୍ତ୍ରକୁ ଅସମ୍ମାନ କରୁଥିବା ଏହି ସରପଞ୍ଚଙ୍କ ଉଦ୍ଦେଶ୍ୟ ସଫଳ ହୋଇନି। କାରଣ ନିର୍ବାଚନ କମିଶନଙ୍କ ନଜରକୁ ଏହି ଘଟଣା ସାମ୍ନାକୁ ଆସିବା ପରେ ଦୁଇଟି ସ୍ଥାନରେ ନିର୍ବାଚନ ବାତିଲ ହୋଇଛି। ମହାରାଷ୍ଟ୍ରର ସରପଞ୍ଚ ତଥା […]

sarpanch-election-auction

sarpanch-election-auction

Subhransu Sekhar
  • Published: Thursday, 14 January 2021
  • Updated: 14 January 2021, 06:52 PM IST

Sports

Latest News

ନାସିକ: ଲୋକଙ୍କ ନେତା ହେବା ପାଇଁ ନିର୍ବାଚନ ହୁଏ। ଏଥିପାଇଁ ଭୋଟିଂ ହୁଏ। ହେଲେ ଭାରତ ଭଳି ଗଣତାନ୍ତ୍ରିକ ଦେଶରେ ସରପଞ୍ଚ ପଦ ନିଲାମ ହୋଇଛି। ଏହା ପୁଣି ଲକ୍ଷେ ଦି’ ଲକ୍ଷ ଟଙ୍କାରେ ନୁହେଁ, ଦୁଇ କୋଟି ଟଙ୍କାରେ। ହେଲେ ଗଣତନ୍ତ୍ରକୁ ଅସମ୍ମାନ କରୁଥିବା ଏହି ସରପଞ୍ଚଙ୍କ ଉଦ୍ଦେଶ୍ୟ ସଫଳ ହୋଇନି। କାରଣ ନିର୍ବାଚନ କମିଶନଙ୍କ ନଜରକୁ ଏହି ଘଟଣା ସାମ୍ନାକୁ ଆସିବା ପରେ ଦୁଇଟି ସ୍ଥାନରେ ନିର୍ବାଚନ ବାତିଲ ହୋଇଛି।

ମହାରାଷ୍ଟ୍ରର ସରପଞ୍ଚ ତଥା ଗ୍ରାମ ପଞ୍ଚାୟତ ସଦସ୍ୟ ପଦବୀ ନିଲାମ ହୋଇଥିବା ଅଭିଯୋଗ ପରେ ମହାରାଷ୍ଟ୍ର ରାଜ୍ୟ ନିର୍ବାଚନ କମିଶନର ୟୁପିଏସ ମଦନ ନାଶିକ ଜିଲ୍ଲାର ଉମରାନେ ଗାଁ ଏବଂ ନନ୍ଦୁରବର ଜିଲ୍ଲାର ଖୋଣ୍ଡାମାଲି ଗାଁରେ ନିର୍ବାଚନ ବାତିଲ କରିବାକୁ ପ୍ରେସ ବିଜ୍ଞପ୍ତି ଜାରି କରି କହିଛନ୍ତି।

ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟକୁ ଆଧାର କରି ନିର୍ବାଚନ କମିଶନର ତହସିଲଦାର, ନିର୍ବାଚନ ପର୍ଯ୍ୟବେକ୍ଷକ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କୁ ରିପୋର୍ଟ ତଲବ କରିଥିଲେ। ଯେଉଁଥିରେ ଏକ ଭିଡ଼ିଓ ସାମ୍ନାକୁ ଆସିଥିଲା। ଯାହାକୁ ଆଧାର କରି ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏଥିସହ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା ସୂଚନା ରହିଛି।

ଗାଁ ଲୋକଙ୍କ ଚାପ ଯୋଗୁଁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଇଚ୍ଛୁକ ବ୍ୟକ୍ତି ସୁଯୋଗରୁ ବଞ୍ଚିତ ହୋଇଥିଲେ ଏବଂ ସେହି ସମୟରେ ଭୋଟରମାନେ ନିଜ ପସନ୍ଦର ବ୍ୟକ୍ତିଙ୍କ ସପକ୍ଷରେ ଭୋଟ୍ ଦେବାରୁ ବଞ୍ଚିତ ହୋଇଥିଲେ। ଯେଉଁ ଭିଡିଓ ନିର୍ବାଚନ ଅଧିକାରୀଙ୍କ ପାଖରେ ଦାଖଲ ହୋଇଛି ସେଥିରେ ଉମରାନେରେ ସରପଞ୍ଚ ପଦବୀ ନିଲାମୀ ହେଉଥିବା ଦେଖିବାକୁ ମିଳିଛି। ଡିସେମ୍ବର ୨୭ରେ ଏହି ନିଲାମୀ ଡକାଯାଇଥିବା ଜଣାପଡ଼ିଛି। ଏହି ସରପଞ୍ଚ ପଦବୀ ୧.୧ କୋଟିରୁ ନିଲାମୀ ଆରମ୍ଭ ହୋଇଥିଲା ଏବଂ ଅନ୍ତିମ ନିଲାମୀ ୨ କୋଟିରେ ପହଞ୍ଚିଥିଲା। ସରପଞ୍ଚ ନିଲାମ ହେଲା ପରେ ଅନ୍ୟ କୌଣସି ପ୍ରାର୍ଥୀ ପ୍ରତିଯୋଗିତ କରି ନଥିଲେ।

ସୋଶାଲ ମିଡିଆରେ ଭାଇରାଲ ହୋଇଥିବା ଭିଡ଼ିଓକୁ ଆଧାର କରି ନାସିକ ଜିଲ୍ଲାପାଳ ସୁରଜ ମାଣ୍ଡେ ରାଜ୍ୟ ନିର୍ବାଚନ କମିଶନଙ୍କୁ ଏକ ରିପୋର୍ଟ ଦେଇଥିଲେ। ଯାହାକୁ ଆଧାର କରି ନିର୍ବାଚନ କମିଶନ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଖୋଣ୍ଡାମାଲିର ମଧ୍ୟ ସମାନ ଭିଡିଓ ସାମ୍ନାକୁ ଆସିଛି। ଏହି ମାମଲାରେ ସରପଞ୍ଚ ପଦବୀ ନିଲାମ କରାଯାଇଥିଲା।

ସରପଞ୍ଚ ପଦବୀ ପାଇଁ ୪୨ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଥିଲା ନିଲାମୀ। ନନ୍ଦୁରବର ଜିଲ୍ଲାପାଳ ରାଜେନ୍ଦ୍ର ଭାରୁଦ ତଦନ୍ତ କରି ରାଜ୍ୟ ନିର୍ବାଚନ କମିଶନଙ୍କୁ ଏ ନେଇ ରିପୋର୍ଟ ଦେଇଥିଲେ।

ଏ ଦୁଇଟି ପଞ୍ଚାୟତର ନିର୍ବାଚନକୁ ରଦ୍ଦ କରି ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos