ହ୍ୟାକରଙ୍କ ଦାବି: ୨୦୧୪ ନିର୍ବାଚନରେ ହୋଇଥିଲା ରିଗିଂ

ଲଣ୍ଡନ୍‌: ଦୁଇଦିନ ତଳେ ମମତା ବାନାର୍ଜୀଙ୍କ କୋଲକାତା ରାଲିରେ ଇଭିଏମ ବିରୋଧରେ ଅଧିକାଂଶ ବିରୋଧୀ ଦଳ ବିଷୋଦଗାର କରିବା ପରେ ଆଜି ହଠାତ ଆମେରିକାର ଜଣେ ତଥାକଥିତ ହ୍ୟାକର ବୋଲି ଦାବି କରୁଥିବା ସୟିଦ ଶୁଜା ନାମକ ଜଣେ ବ୍ୟକ୍ତି ସମସ୍ତଙ୍କୁ ଚକିତ କରିବା ଭଳି ତଥ୍ୟ ଉପସ୍ଥାପନ କରିଛନ୍ତି। ଆଜି ଲଣ୍ଡନ ଠାରେ ଭିଡିଓ କନଫରେନ୍ସିଂ ଜରିଆରେ ଅନେକ ସାମ୍ବାଦିକ ଓ କିଛି ରାଜନୀତିକ ଦଳ ପ୍ରତିନିଧିଙ୍କୁ ଇଭିଏମ୍‌ ହ୍ୟାକିଂ ବିଷୟରେ ସୂଚନା ଦେବାକୁ ଡାକିଥିବା […]

df

df

Hemant Lenka
  • Published: Monday, 21 January 2019
  • Updated: 21 January 2019, 09:24 PM IST

ଲଣ୍ଡନ୍‌: ଦୁଇଦିନ ତଳେ ମମତା ବାନାର୍ଜୀଙ୍କ କୋଲକାତା ରାଲିରେ ଇଭିଏମ ବିରୋଧରେ ଅଧିକାଂଶ ବିରୋଧୀ ଦଳ ବିଷୋଦଗାର କରିବା ପରେ ଆଜି ହଠାତ ଆମେରିକାର ଜଣେ ତଥାକଥିତ ହ୍ୟାକର ବୋଲି ଦାବି କରୁଥିବା ସୟିଦ ଶୁଜା ନାମକ ଜଣେ ବ୍ୟକ୍ତି ସମସ୍ତଙ୍କୁ ଚକିତ କରିବା ଭଳି ତଥ୍ୟ ଉପସ୍ଥାପନ କରିଛନ୍ତି।

ଆଜି ଲଣ୍ଡନ ଠାରେ ଭିଡିଓ କନଫରେନ୍ସିଂ ଜରିଆରେ ଅନେକ ସାମ୍ବାଦିକ ଓ କିଛି ରାଜନୀତିକ ଦଳ ପ୍ରତିନିଧିଙ୍କୁ ଇଭିଏମ୍‌ ହ୍ୟାକିଂ ବିଷୟରେ ସୂଚନା ଦେବାକୁ ଡାକିଥିବା ଶୁଜା ଭାରତରେ ଅନୁଷ୍ଠିତ ୨୦୧୪ ସାଧାରଣ ନିର୍ବାଚନଠାରୁ ଆରମ୍ଭ କରି ନିକଟରେ ଶେଷ ହୋଇଥିବାର ୩ ରାଜ୍ୟର ବିଧାନସଭା ନିର୍ବାଚନରେ ଇଭିଏମ୍‌କୁ କେମିତି ବ୍ୟବହାର କରାଯାଇଥିଲା, ସେ ସମ୍ପର୍କରେ ମତ ରଖିଛନ୍ତି। ହେଲେ ଇଭିଏମ୍‌ କେମିତି ହ୍ୟାକ୍‌ ବା ଟାମ୍ପରିଂ ହୁଏ, ସେ ସମ୍ପର୍କରେ ସେ କୌଣସି ପ୍ରାମାଣିକ ତଥ୍ୟ ଦେଇ ନାହାନ୍ତି।

ଶୁଜା ମୁହଁରେ କପଡ଼ା ବାନ୍ଧି ଆଜି ସାମ୍ବାଦିକ ତଥା ବିଶ୍ୱବାସୀଙ୍କୁ ସୂଚନା ଦେଇ କହିଛନ୍ତି,“୨୦୧୪ ସାଧାରଣ ନିର୍ବାଚନରେ ବିଜେପି ବାଜିମାତ କରିଥିଲା। କିନ୍ତୁ ଏହା ଇଭିଏମ୍‌ ଟାମ୍ପରିଂ ବା ହ୍ୟାକ୍‌ ବା ରିଗିଂ ଯୋଗୁ ସମ୍ଭବ ହୋଇଥିଲା।

ଇଭିଏମ୍‌ ଜାଲିଆତି ଯୋଗୁ କଂଗ୍ରେସ ୨୦୧ଟି ଲୋକସଭା ଆସନ ହରାଇଥିଲା। ମୋଦି ସରକାରଙ୍କ କ୍ୟାବିନେଟ୍‌ରେ ସାମିଲ ହୋଇଥିବା ଗୋପିନାଥ ମୁଣ୍ଡେ କୁଆଡ଼େ ଏହି ଇଭିଏମ୍‌ ଟାମ୍ପରିଂ କଥା ଜାଣିଥିଲେ। ଯେଉଁଥିପାଇଁ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏନ୍‌ଆଇଏ ଅଫିସର ତନଜିଲ ଅହମ୍ମଦ ମୁଣ୍ଡେଙ୍କ ମୃତ୍ୟୁକୁ ନେଇ ଏଫ୍‌ଆଇଆର୍‌ ରୁଜୁ କରିବାକୁ ଚାହୁଁଥିଲେ। କିନ୍ତୁ ସେ ମଧ୍ୟ ପ୍ରାଣ ହରାଇଥିଲେ। ଆମ ଟିମ୍‌ ୨୦୧୫ରେ ଇଭିଏମ୍‌ ହ୍ୟାକ୍‌ ନକରିବାରୁ ଆପ୍‌ ଦିଲ୍ଲୀରେ ବିପୁଳ ସଂଖ୍ୟାରେ ଜିତିଲା।”

ଏହି ସମୟରେ ଏସ୍‌ପି, ବିଏସ୍‌ପି,ଆପ୍‌ ଓ କଂଗ୍ରେସ ଇଭିଏମ୍‌ ହ୍ୟାକ୍‌ ହୋଇପାରେ କି ନାହିଁ ଜାଣିବାକୁ ଚାହିଁଥିଲେ। ଆପ୍‌ ଇଭିଏମ୍‌ ହ୍ୟାକ୍‌ ହୋଇପାରେ ବୋଲି ଦୃଶ୍ୟକୁ ସମଗ୍ର ବିଶ୍ୱ ଦେଖନ୍ତୁ ବୋଲି କହିଥିଲେ।

ଶୁଜା କହିଥିଲେ,“ ଯିଦି ଆମେ ଇଭିଏମ୍‌ ଟାମ୍ପରିଂ କରିଥାଆନ୍ତୁ, ତା’ହେଲେ ବିଜେପି ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନ ନିର୍ବାଚନ ଜିତିଥାଆନ୍ତା। ବିଜେପି ପାଇଁ ରିଲାଏନ୍ସ କମ୍ୟୁନିକେସନ୍‌ ବିଜେପି ପାଇଁ ଇଭିଏମ୍‌ ହ୍ୟାକ୍‌ କରୁଛି। ଦିବଂଗତ ସାମ୍ବାଦିକ ଗୌରୀ ଲଙ୍କେଶ ଏହି ସମ୍ପର୍କରେ ସ୍ତମ୍ଭ ଲେଖିବାକୁ ଆଗ୍ରହ ପ୍ରକାଶ କରିବା ସହ ଆର୍‌ଟିଆଇରେ ତଥ୍ୟ ମଗାଇଥିଲେ। କିନ୍ତୁ ଏହାପୂର୍ବରୁ ତାଙ୍କୁ ହତ୍ୟା କରାଯାଇଥିଲା।”

ଇଭିଏମ୍‌ ହ୍ୟାକ୍‌ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି,“ବ୍ଲୁ ଟୁଥ୍ ଦ୍ୱାରା ମେସିନ୍‌ ହ୍ୟାକ୍‌ କରିବା ସହଜ ନୁହେଁ। ତେବେ ଗ୍ରାଫାଇଟ୍‌ ଯୁକ୍ତ ଏକ ଟ୍ରାନ୍ସମିଟର ଇଭିଏମ୍‌ ମଧ୍ୟରେ ରଖିଲେ ଏହା ହ୍ୟାକ୍‌ ହୋଇଯିବ। ୨୦୧୪ରେ ଏହି ଟ୍ରାନ୍ସମିଟରର ବ୍ୟବହାର ହୋଇଥିଲା। ୭ ହର୍ସ ପାୱାର ମଡୁଲେଟର ଦ୍ୱାରା ଇଭିଏମ୍‌ରେ ଜାଲିଆତି କରିହେବ। ଭାରତରେ ବ୍ୟବହୃତ ଇଭିଏମ୍‌ ଡିଜାଇନ୍‌ ଆମ ଟିମ୍‌ କରିଥିଲା। ମୁଁ ଇସିଆଇଏଲ୍‌ର ପୂର୍ବତନ କର୍ମଚାରୀ।”

ଅନ୍ୟପକ୍ଷରେ ନିର୍ବାଚନ କମିଶନ ପକ୍ଷରୁ ଏହାକୁ ଦୃଢ଼ ଖଣ୍ଡନ କରାଯାଇଛି ଏବଂ ବିଭ୍ରାନ୍ତିକର ତଥ୍ୟ ଦେଇଥିବାରୁ ଶୁଜାଙ୍କ ବିରୋଧରେ ଆଇନ୍‌ଗତ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି।
ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି, ନିଜକୁ ସାଇବର ଏକ୍ସପର୍ଟ ବୋଲି ଦାବି କରୁଥିବା ଏହି ବ୍ୟକ୍ତିଙ୍କ ପ୍ରେସମିଟ୍‌ ପ୍ରାୟୋଜିତ ଓ ଉଦ୍ଦେଶ୍ୟମୂଳକ। ଇଭିଏମ୍ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ଓ ଏହା ପ୍ରମାଣସିଦ୍ଧ।

ଇସିଆଇଏଲ୍‌ ପକ୍ଷରୁ କଡ଼ା ତଦାରଖ ତଥା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଇଭିଏମ ପ୍ରସ୍ତୁତ କରାଯାଉଛି। ଏଥିପାଇଁ ଅତି କଠିନ ନିୟମାବଳୀ ବା SOP ପାଳନ କରାଯାଉଥିବା ବେଳେ ୨୦୧୯ରେ ଗଠନ ହୋଇଥିବା ଏକ ଦକ୍ଷ ବିଶେଷଜ୍ଞ କମିଟି ପ୍ରତି ପର୍ଯ୍ୟାୟରେ ଏହି କାର୍ଯ୍ୟର ଅନୁଧ୍ୟାନ କରିଥାନ୍ତି। ନିର୍ବାଚନରେ ରିଗିଂ ସମ୍ପୂର୍ଣ୍ଣ ଭାବେ ଅମୂଳକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story