କ’ଣ ଶରଦ ପାୱାର ହେବେ ୟୁପିଏ ଅଧ୍ୟକ୍ଷ? ଜବାବ ରଖିଲେ କଂଗ୍ରେସ ଓ ଏନସିପି

ନୂଆଦିଲ୍ଲୀ: ସୋନିଆ ଗାନ୍ଧିଙ୍କ ପରେ ୟୁପିଏର ନେତୃତ୍ୱ ଏନସିପି ସୁପ୍ରିମୋ ଶରଦ ପାୱାର ନେବେ ବୋଲି ଯେଉଁ ଚର୍ଚ୍ଚା ଆରମ୍ଭ ହୋଇଥିଲା, ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ଅସୁସ୍ଥ ରହୁଥିବାରୁ ୟୁପିଏର ମଙ୍ଗ ଶରଦ ପାୱାର ସମ୍ଭାଳିବେ ବୋଲି କୁହାଯାଉଥିଲା। କିନ୍ତୁ ଏହି ରିପୋର୍ଟରେ କୌଣସି ସତ୍ୟତା ନଥିବା ଉଭୟ କଂଗ୍ରେସ ଓ ଏନସିପି ପକ୍ଷରୁ ସ୍ପଷ୍ଟ କରାଯାଇଛି। କଂଗ୍ରେସର ସାଧାରଣ ସମ୍ପାଦକ ତାରିକ ଅନୱର କହିଛନ୍ତି, “ଶରଦ ପାୱାର ୟୁପିଏର […]

r

r

Hemant Lenka
  • Published: Friday, 11 December 2020
  • Updated: 11 December 2020, 07:43 AM IST

Sports

Latest News

ନୂଆଦିଲ୍ଲୀ: ସୋନିଆ ଗାନ୍ଧିଙ୍କ ପରେ ୟୁପିଏର ନେତୃତ୍ୱ ଏନସିପି ସୁପ୍ରିମୋ ଶରଦ ପାୱାର ନେବେ ବୋଲି ଯେଉଁ ଚର୍ଚ୍ଚା ଆରମ୍ଭ ହୋଇଥିଲା, ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ଅସୁସ୍ଥ ରହୁଥିବାରୁ ୟୁପିଏର ମଙ୍ଗ ଶରଦ ପାୱାର ସମ୍ଭାଳିବେ ବୋଲି କୁହାଯାଉଥିଲା। କିନ୍ତୁ ଏହି ରିପୋର୍ଟରେ କୌଣସି ସତ୍ୟତା ନଥିବା ଉଭୟ କଂଗ୍ରେସ ଓ ଏନସିପି ପକ୍ଷରୁ ସ୍ପଷ୍ଟ କରାଯାଇଛି।

କଂଗ୍ରେସର ସାଧାରଣ ସମ୍ପାଦକ ତାରିକ ଅନୱର କହିଛନ୍ତି, “ଶରଦ ପାୱାର ୟୁପିଏର ଅଧ୍ୟକ୍ଷ ହେବା ଖବରର କୌଣସି ସତ୍ୟତା ନାହିଁ। କେବଳ ବିରୋଧୀଙ୍କୁ ଦ୍ୱନ୍ଦ୍ୱରେ ପକାଇବା ଓ ମେଣ୍ଟ ମଧ୍ୟରେ ଫାଟ ସୃଷ୍ଟି କରିବା ପାଇଁ ଏଭଳି ରିପୋର୍ଟ ପ୍ରକାଶ କରାଯାଉଛି। ବର୍ତ୍ତମାନ ଚାଷୀ ଆନ୍ଦୋଳନକୁ ନେଇ ବିରୋଧୀ ଏକାଠି ହୋଇଛନ୍ତି। ସେମାନଙ୍କ ମଧ୍ୟରେ ମତାନ୍ତର ସୃଷ୍ଟି କରି ଫାଇଦା ଉଠାଇବା ପାଇଁ ଷଡ଼ଯନ୍ତ୍ର କରାଯାଇଛି।”

ଏନସିପି ପକ୍ଷରୁ ମଧ୍ୟ ଖବରରେ କୌଣସି ସତ୍ୟତା ନଥିବା ମଧ୍ୟ କୁହାଯାଇଛି। ପ୍ରଥମେ ଗୋଟିଏ ଖବରକାଗଜରେ ପ୍ରକାଶିତ ସ୍ତମ୍ଭରେ କୁହାଯାଇଥିଲା ଯେ ପାୱାରଙ୍କ ଏନସିପି ଖୁବଶୀଘ୍ର କଂଗ୍ରେସରେ ମିଶିଯିବ। ଏହାପରେ ଶରଦ ପାୱାର କଂଗ୍ରେସର ନେତୃତ୍ୱ ନେବେ। ଖାଲି ସେତିକି ନୁହେଁ, ମିଳିତ ବିରୋଧୀ ମେଣ୍ଟ ୟୁପିଏର ମଧ୍ୟ ମଙ୍ଗ ସମ୍ଭାଳିବେ।

ଏହାକୁ ଆଧାର କରି ଗୋଟିଏ ଟିଭି ଚ୍ୟାନେଲ୍‌ ଗୁରୁବାର ଲଗାତର ଏହି ପ୍ରସଙ୍ଗରେ ଖବର ପ୍ରକାଶ କରି ଚାଲିଥିଲା। ଉକ୍ତ ଟିଭି ଚ୍ୟାନେଲର ଖବରକୁ ଆଧାର କରି ଅନ୍ୟ ଗଣମାଧ୍ୟମଗୁଡ଼ିକ ମଧ୍ୟ ଏ ବିଷୟରେ ଖବର ପ୍ରକାଶ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story