କଙ୍ଗନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଇ ଏକୁଟିଆ ହୋଇଗଲେ ଉଦ୍ଧବ!

ମୁମ୍ୱାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ମହାରାଷ୍ଟ୍ର ସରକାର ଓ ପୁଲିସକୁ ସମାଲୋଚନା କରିଥିଲେ ବଲିଉଡ କୁଇନ୍ କଙ୍ଗନା ରଣାଓ୍ୱତ। ଏବେ ସ୍ଥିତି ଏମିତି ଯେ ମେଣ୍ଟ ସରକାରର ସହଯୋଗୀ ଦଳର ନେତା ହିଁ ଶିବସେନା ଉପରେ ପ୍ରଶ୍ନ ଉଠାଇଛନ୍ତି। ଯଦିଓ ନାଁ ନେଇ ନାହାନ୍ତି କିନ୍ତୁ ବିଏମସି ନାଁ ନେଇ କଡା ସମାଲୋଚନା କରିଛନ୍ତି। କଙ୍ଗନାଙ୍କ ବିରୋଧରେ ବିଏମସି ଯେଉଁ ନିଷ୍ପତ୍ତି ନେଇଛି ତାହାକୁ ମେଣ୍ଟ ସରକାରର ସହଯୋଗୀ ଦଳ ସମର୍ଥନ କରୁନାହାନ୍ତି ବୋଲି […]

KANGNA UDHAV FADNAVIS

KANGNA UDHAV FADNAVIS

Subhransu Sekhar
  • Published: Wednesday, 09 September 2020
  • Updated: 09 September 2020, 04:57 PM IST

Sports

Latest News

ମୁମ୍ୱାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ମହାରାଷ୍ଟ୍ର ସରକାର ଓ ପୁଲିସକୁ ସମାଲୋଚନା କରିଥିଲେ ବଲିଉଡ କୁଇନ୍ କଙ୍ଗନା ରଣାଓ୍ୱତ। ଏବେ ସ୍ଥିତି ଏମିତି ଯେ ମେଣ୍ଟ ସରକାରର ସହଯୋଗୀ ଦଳର ନେତା ହିଁ ଶିବସେନା ଉପରେ ପ୍ରଶ୍ନ ଉଠାଇଛନ୍ତି। ଯଦିଓ ନାଁ ନେଇ ନାହାନ୍ତି କିନ୍ତୁ ବିଏମସି ନାଁ ନେଇ କଡା ସମାଲୋଚନା କରିଛନ୍ତି। କଙ୍ଗନାଙ୍କ ବିରୋଧରେ ବିଏମସି ଯେଉଁ ନିଷ୍ପତ୍ତି ନେଇଛି ତାହାକୁ ମେଣ୍ଟ ସରକାରର ସହଯୋଗୀ ଦଳ ସମର୍ଥନ କରୁନାହାନ୍ତି ବୋଲି ଏନିସିପି, କଂଗ୍ରେସ ପରୋକ୍ଷରେ ବାର୍ତ୍ତା ଦେଇଛନ୍ତି।

କଙ୍ଗନାଙ୍କ ସରକାର ବିରୋଧୀ ମନ୍ତବ୍ୟ ଏବଂ ମହାରାଷ୍ଟ୍ରକୁ ପିଓକେ ସହିତ ତୁଳନା କରିବା ମନ୍ତବ୍ୟକୁ ଶିବସେନା ସହଜରେ ଗ୍ରହଣ କରିପାରିନି। ଆଜି ଚଣ୍ଡିଗଡରୁ ମୁମ୍ୱାଇ କଙ୍ଗନା ଆସୁଥିବା ବେଳେ ତାଙ୍କ ଅଫିସ ‘ମଣିକର୍ଣ୍ଣିକା ଫିଲ୍ମସ୍‌’କୁ ବିଏମ୍‌ସି (ବ୍ରିହାମ୍‌ମୁମ୍ବାଇ ମହାନଗର ନିଗମ) ଭାଙ୍ଗିଦେଇଥିବାର ଦେଖିବାକୁ ମିଳିଛି। ତେବେ ଅଫିସ ବେଆଇନ୍ ଭାବରେ ହୋଇନି ବୋଲି କଙ୍ଗନା ଟ୍ୱିଟ୍ କରି କହିଥିଲେ। କଙ୍ଗନା ରଣାଓ୍ୱତ ମୁମ୍ୱାଇ ସ୍ଥିତ ତାଙ୍କ ବାସଭବନରେ ପହଞ୍ଚିଛନ୍ତି। ଏହାପରେ ସେ ଟ୍ୱିଟ୍ କରି ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ତାଙ୍କ ଅଫିସ ଭାଙ୍ଗିଦେଇଥିବାର ଦେଖିବାକୁ ମିଳିଛି। ଏହାପରେ ମୁଖ୍ୟମନ୍ତ୍ରୀ ତଥା ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେଙ୍କୁ ସେ ସମାଲୋଚନା କରିଛନ୍ତି।

"ଆଜି ମୋର ଘର ଭାଙ୍ଗିଛି। ଆସନ୍ତାକାଲି ତୋର ଗର୍ବ ଅହଂକାର ଭାଙ୍ଗିବ। ଆଗାମୀ ଦିନରେ କଶ୍ମୀର, ଅଯୋଧ୍ୟାକୁ ନେଇ ମଧ୍ୟ ସିନେମା ତିଆରି କରିବି। ଦେଶବାସୀକୁ ଜାଗୃତ କରିବି। ମୋ ସହିତ ଏଭଳି ହେବାର ପଛର କାରଣ ରହିଛି" ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ବମ୍ବେ ହାଇକୋର୍ଟ ବିଏମସିର କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇଛନ୍ତି। ଏଥିସହ ବିଏମସିକୁ ଜବାବ ତଲବ କରିଛନ୍ତି। ଆସନ୍ତାକାଲି ଅପରାହ୍ନ ତିନିଟାରେ ଏହି ମାମଲାର ଶୁଣାଣି ହେବ ବୋଲି ଜଣାପଡ଼ିଛି।

ମହାରାଷ୍ଟ୍ରରେ ଶିବସେନା, ଏନସିପି ଏବଂ କଂଗ୍ରେସ ମେଣ୍ଟ ସରକାର ରହିଛି। ବିଏମସି ଶିବସେନା ଦଖଲରେ ରହିଛି। ବିଏମସିର ଏଭଳି ଆଭିମୁଖ୍ୟକୁ କିନ୍ତୁ ବିଜେପି, ଆରଏସଏସ, ଏନସିପି ସୁପ୍ରିମୋ, କଂଗ୍ରେସ ନେତା ସମାଲୋଚନା କରିଛନ୍ତି।

କଂଗ୍ରେସ ନେତା ସଞ୍ଜୟ ନିରୁପୂମ କହିଛନ୍ତି, କଙ୍ଗନାଙ୍କ ଅଫିସ ବିରୋଧରେ ବିଏମସି ନେଇଥିବା ପଦକ୍ଷେପ ବେଆଇନ୍। ହାଇକୋର୍ଟ ମଧ୍ୟ ରୋକ୍ ଲଗାଇଛନ୍ତି। ପ୍ରତିଶୋଧମୂଳକ ରାଜନୀତିର ଅବଧି ବହୁତ କମ୍ ସମୟ। ଗୋଟିଏ ଅଫିସକୁ ଟାର୍ଗେଟ କରିବା ଆଳରେ ଶିବସେନା ଧ୍ୱଂସ ହୋଇଯିବନି ତ ବୋଲି ସଞ୍ଜୟ କହିଛନ୍ତି।

https://twitter.com/sanjaynirupam/status/1303631526500814850

ଶିବସେନା ସାଂସଦ ସଞ୍ଜୟ ରାଉତ କହିଛନ୍ତି, କାର୍ଯ୍ୟାନୁଷ୍ଠାନ ସରକାର ନେଇଛନ୍ତି। ମୋର କୌଣସି ଭୂମିକା ନାହିଁ। କାହିଁକି ଭଙ୍ଗାହେଲା ଏହାର ଜବାବ ବିଏମସି କମିଶନର ହିଁ ଦେଇପାରିବେ ବୋଲି ସଞ୍ଜୟ କହିଛନ୍ତି। ଯିଏ ବି ବେଆଇନ କାମ କରିବ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେଥିପାଇଁ ଦଳ ଦାୟୀ ନୁହେଁ ବୋଲି ସଞ୍ଜୟ କହିଛନ୍ତି।

ଏନସିପି ସୁପ୍ରିମୋ ଶରଦ ପାଓ୍ୱାର କହିଛନ୍ତି, ମୁମ୍ୱାଇରେ ଅନେକ ବେଆଇନ୍ କୋଠା ଅଛି ସେଗୁଡିକ ଉପରେ ଧ୍ୟାନ ଦେବାର ଅଛି। ଏଭଳି ନିଷ୍ପତ୍ତି ନେଇ କଙ୍ଗନାଙ୍କୁ କହିବାକୁ ସୁଯୋଗ ଦିଆଯାଉଛି। କଙ୍ଗନାଙ୍କ ଅଫିସ ଭାଙ୍ଗିବାର ଆବଶ୍ୟକ ନଥିଲା ବୋଲି ପାଓ୍ୱାର କହିଛନ୍ତି।

ସେହିପରି ମହାରାଷ୍ଟ୍ରରେ ଏଭଳି କେବେ ହୋଇନଥିଲା। ଯଦି ଜଣେ ବିରୋଧରେ କହିବ ତାହେଲେ ହତ୍ୟା କରିଦିଆଯିବ କି ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ କହିଛନ୍ତି। ମହାରାଷ୍ଟ୍ରର ଅନ୍ୟତମ ଦଳ ଆରଆଇପି ମଧ୍ୟ କଙ୍ଗନାଙ୍କ ସମର୍ଥନରେ ବାହାରିଛି। ଆରଆଇପି କେନ୍ଦ୍ର ସରକାରରେ ସାମିଲ୍ ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story