ବାଜପେୟୀଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଠୋ ଠୋ ହସିଲେ ବିଜେପିର ଦୁଇ ମନ୍ତ୍ରୀ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମକୁ ବିସର୍ଜନ ପାଇଁ ଦେଶର ବିଭିନ୍ନ ସ୍ଥାନକୁ ପଠାଯାଉଛି। ଏହି କ୍ରମରେ ବୁଧବାର ତାଙ୍କ ଚିତାଭସ୍ମ ଛତିଶଗଡ଼ର ରାୟପୁରରେ ପହଞ୍ଚିଥିଲା। ଏହି ଅବସରରେ ସେଠାରେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା। ଏଥିରେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ରମଣ ସିଂହ ଓ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟ ଯୋଗ ଦେଇଥିଲେ। ତେବେ ସଭାରେ ଏପରି ଏକ ଘଟଣା ଘଟିଥିଲା, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା। ଶ୍ରଦ୍ଧାଞ୍ଜଳି ସଭା ଚାଲିଥିବା ବେଳେ […]

minister....

minister....

Tapaswini Nayak
  • Published: Thursday, 23 August 2018
  • Updated: 23 August 2018, 07:11 AM IST

Sports

Latest News

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମକୁ ବିସର୍ଜନ ପାଇଁ ଦେଶର ବିଭିନ୍ନ ସ୍ଥାନକୁ ପଠାଯାଉଛି। ଏହି କ୍ରମରେ ବୁଧବାର ତାଙ୍କ ଚିତାଭସ୍ମ ଛତିଶଗଡ଼ର ରାୟପୁରରେ ପହଞ୍ଚିଥିଲା।

ଏହି ଅବସରରେ ସେଠାରେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା। ଏଥିରେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ରମଣ ସିଂହ ଓ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟ ଯୋଗ ଦେଇଥିଲେ।

ତେବେ ସଭାରେ ଏପରି ଏକ ଘଟଣା ଘଟିଥିଲା, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା।

ଶ୍ରଦ୍ଧାଞ୍ଜଳି ସଭା ଚାଲିଥିବା ବେଳେ ଛତିଶଗଡ଼ ସରକାରଙ୍କର ଦୁଇ ଜଣ ମନ୍ତ୍ରୀ ଅଜୟ ଚନ୍ଦ୍ରାକାର ଓ ବ୍ରଜ୍‌ ମୋହନ ଅଗ୍ରୱାଲ କୌଣସି କଥାକୁ ନେଇ ଜୋରରେ ହସୁଥିବା ଦେଖିବାକୁ ମିଳିଥିଲା।

ସମସ୍ତେ ଚୁପଚାପ୍‌ ହୋଇ ଶୋକ ପାଳନ କରୁଥିବା ବେଳେ ଦୁଇ ମନ୍ତ୍ରୀଙ୍କ ହସର ଶବ୍ଦ ବିଜେପି ପ୍ରଦେଶ ଅଧ୍ୟକ୍ଷ ଧରମ ଲାଲ କୌଶିକଙ୍କ କାନରେ ପଡ଼ିଥିଲା। ସେ ତୁରନ୍ତ ନିଜ ସିଟ୍‌ରୁ ଉଠିଯାଇ ଦୁଇ ମନ୍ତ୍ରୀଙ୍କୁ ଗାଳି ଦେଇଥିଲେ।

ବିଜେପିର ଜଣେ ବରିଷ୍ଠ ନେତା କହିଛନ୍ତି,“ଅଟଳ ବିହାରୀ ବାଜପେୟୀ ଚିତାଭସ୍ମକୁ ଦିଲ୍ଲୀରୁ ପ୍ରଦେଶ ବିଜେପି ଅଧ୍ୟକ୍ଷ ଧରମଲାଲ କୌଶିକ ବୁଧବାର ରାୟପୁର ଧରି ଆସିଥିଲେ। ବିମାନବନ୍ଦରରେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ରମଣ ସିଂହ ଓ ତାଙ୍କ ମନ୍ତ୍ରିମଣ୍ଡଳ ସଦସ୍ୟ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ବିମାନ ବନ୍ଦରରେ ଉପସ୍ଥିତ ଥିଲେ। ବିମାନବନ୍ଦରରୁ ଚିତାଭସ୍ମକୁ କଳସକୁ ଅଟଳ ପ୍ରାର୍ଥନା ରଥରେ ବିଜେପି କାର୍ଯ୍ୟାଳୟକୁ ନିଆଯାଇଥିଲା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos