ବିଶାଖାପାଟଣା: ପଲିଟିବୁ୍ୟରୋ ସଦସ୍ୟ ସୀତାରାମ ୟେଚୁରୀଙ୍କୁ ମାର୍କସବାଦୀ କମୁ୍ୟନିଷ୍ଟ ପାର୍ଟି (ସିପିଏମ୍)ର ନୂଆ ସାଧାରଣ ସଂପାଦକ ଭାବେ ନିର୍ବାଚିତ କରାଯାଇଛି। ଏଠାରେ ଦଳର ୨୧ ତମ ଅଧିବେଶନର ଶେଷ ଦିନରେ ନବଗଠିତ କେନ୍ଦ୍ରୀୟ କମିଟି ଏହି ନିଷ୍ପତ୍ତି ନେଇଥିଲେ। ୟେଚୁରୀ ହେଲେ ଦଳର ୫ମ ସାଧାରଣ ସଂପାଦକ।
ଏସ୍. ରାମଚନ୍ଦ୍ରନ ପିଲାଇ ମଧ୍ୟ ଏହି ପଦବୀ ଦୌଡ଼ରେ ରହିଥିଲେ। ତେବେ ସେ ନିଜ ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ନେଇଥିଲେ। ନବଗଠିତ କେନ୍ଦ୍ରୀୟ କମିଟି ଆଗରେ ସାଧାରଣ ସଂପାଦକ ପାଇଁ ୟେଚୁରୀଙ୍କ ନାମ ପ୍ରସ୍ତାବ ରଖିଥିଲେ ପ୍ରକାଶ କରାତ। ସର୍ବସମ୍ମତିରେ ୟେଚୁରୀଙ୍କ ନାଁ ଉପରେ ମୋହର ବାଜିଥିଲା। ସୂଚନାଯୋଗ୍ୟ, ଦଳର ନବଗଠିତ କେନ୍ଦ୍ରୀୟ କମିଟିରେ ୯୧ ଜଣ ସଦସ୍ୟଙ୍କୁ ସ୍ଥାନିତ କରାଯାଇଛି। ଏହା ସହିତ ୫ ଜଣ ଆମନ୍ତ୍ରିତ ସଦସ୍ୟ ଓ ଆଉ ୫ ଜଣ ସ୍ଥାୟୀ ଆମନ୍ତ୍ରିତ ସଦସ୍ୟ ରହିଛନ୍ତି। ସେ ପ୍ରକାଶ କରାତଙ୍କଠାରୁ ଏହି ଦାୟିତ୍ୱ ଗ୍ରହଣ କରିବେ। କରାତ ତିନି ଥର ଏହି ଦାୟିତ୍ୱରେ ରହିଥିଲେ।
ସୂଚନାଯୋଗ୍ୟ, ସିପିଏମ୍ ସଦାବେଳେ ସର୍ବସମ୍ମତିରେ ତା’ର ନେତା ଚୟନ କରିଥାଏ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।