ବରଯାତ୍ରୀ ଗାଡ଼ିକୁ ଧକ୍କା ଦେଲା ଟ୍ରକ, ୬ ମୃତ

କୋଲକାତା: ବରଯାତ୍ରୀ ଯିବା ପାଇଁ ଏକ ଏସୟୁଭି କାର ରାସ୍ତାରେ ଛିଡ଼ା ହୋଇଥିବା ବେଳେ ପଛପଟୁ ଏକ ଟ୍ରକ ଆସି ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି। ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ ଆଜି ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଜାତୀୟ ରାଜପଥ ୩୪ଏର ରାସ୍ତା ପାର୍ଶ୍ୱରେ ଏସୟୁଭି କାରଟି ପଛରେ ଆସୁଥିବା ଅନ୍ୟ ବରଯାତ୍ରୀ ଗାଡ଼ିକୁ ଅପେକ୍ଷା କରିଥିଲା। କିନ୍ତୁ ଏହି ସମୟରେ କାର […]

accident

accident

Subhransu Sekhar
  • Published: Thursday, 15 August 2019
  • Updated: 15 August 2019, 07:46 PM IST

Sports

Latest News

କୋଲକାତା: ବରଯାତ୍ରୀ ଯିବା ପାଇଁ ଏକ ଏସୟୁଭି କାର ରାସ୍ତାରେ ଛିଡ଼ା ହୋଇଥିବା ବେଳେ ପଛପଟୁ ଏକ ଟ୍ରକ ଆସି ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି। ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ ଆଜି ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।

ଜାତୀୟ ରାଜପଥ ୩୪ଏର ରାସ୍ତା ପାର୍ଶ୍ୱରେ ଏସୟୁଭି କାରଟି ପଛରେ ଆସୁଥିବା ଅନ୍ୟ ବରଯାତ୍ରୀ ଗାଡ଼ିକୁ ଅପେକ୍ଷା କରିଥିଲା। କିନ୍ତୁ ଏହି ସମୟରେ କାର ପଛପଟୁ ଗୋଟିଏ ଟ୍ରକ ଆସି ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ  ଆଉ ୩ ଜଣଙ୍କର ମୃତ୍ୟୁ ମାଲଦା ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଘଟିଛି।

ଏବେ ୫ ଜଣ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ଅନ୍ୟ ୬ ଜଣଙ୍କ ଅବସ୍ଥା ଅଧିକ ଗୁରୁତର ଥିବାରୁ ସେମାନଙ୍କୁ କୋଲକାତା ହସ୍ପିଟାଲକୁ ପଠାଇ ଦିଆଯାଇଛି। ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଥିବା ଟ୍ରକର ଡ୍ରାଇଭରକୁ ଗିରଫ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos