ଦେଶବାସୀଙ୍କ ସେବା ପାଇଁ ସୁଯୋଗ ଦେଇଥିବାରୁ ଧନ୍ୟବାଦ : ସ୍ମୃତି ଇରାନୀ

ନୂଆଦିଲ୍ଲୀ : ମଙ୍ଗଳବାର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପଦରୁ ବିଦା ହେବା ପରେ ବୁଧବାର ପ୍ରଥମ ଥର ପାଇଁ ସ୍ମୃତି ଇରାନୀ ପତିକ୍ରିୟା ରଖିଛନ୍ତି । ସେ କରିଥିବା ପ୍ରଥମ ଟ୍ୱିଟରେ ପ୍ରକାଶ ଜାବେଡକରଙ୍କୁ ମାନବ ସମ୍ବଳ ବିକାଶ ମନ୍ତ୍ରୀ ପଦ ପାଇଁ ଧନ୍ୟବାଦ ଦେଇଛନ୍ତି । ଏହା ସହ ୨ ବର୍ଷର ନିଜ କାର୍ଯ୍ୟକାଳ ମଧ୍ୟରେ ତାଙ୍କ ମନ୍ତ୍ରାଳୟ ନେଇଥିବା ବିଭିନ୍ନ ପଦକ୍ଷେପ ଠିକ୍ ଥିଲା ବୋଲି ସେ ଦର୍ଶାଇଛନ୍ତି । ସେ ଟ୍ୱିଟ […]

smriti-jubin-irani

smriti-jubin-irani

Rakesh Mallick
  • Published: Wednesday, 06 July 2016
  • Updated: 06 July 2016, 05:57 PM IST

Sports

Latest News

ନୂଆଦିଲ୍ଲୀ : ମଙ୍ଗଳବାର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପଦରୁ ବିଦା ହେବା ପରେ ବୁଧବାର ପ୍ରଥମ ଥର ପାଇଁ ସ୍ମୃତି ଇରାନୀ ପତିକ୍ରିୟା ରଖିଛନ୍ତି । ସେ କରିଥିବା ପ୍ରଥମ ଟ୍ୱିଟରେ ପ୍ରକାଶ ଜାବେଡକରଙ୍କୁ ମାନବ ସମ୍ବଳ ବିକାଶ ମନ୍ତ୍ରୀ ପଦ ପାଇଁ ଧନ୍ୟବାଦ ଦେଇଛନ୍ତି । ଏହା ସହ ୨ ବର୍ଷର ନିଜ କାର୍ଯ୍ୟକାଳ ମଧ୍ୟରେ ତାଙ୍କ ମନ୍ତ୍ରାଳୟ ନେଇଥିବା ବିଭିନ୍ନ ପଦକ୍ଷେପ ଠିକ୍ ଥିଲା ବୋଲି ସେ ଦର୍ଶାଇଛନ୍ତି ।

ସେ ଟ୍ୱିଟ କରି କହିଛନ୍ତି,ଦେଶବାଶୀଙ୍କ ରାୟ ଓ ବହୁ ବିଚାରବିମର୍ଶ ପରେ ଜାତୀୟ ଶିକ୍ଷା ଯୋଜନା-୨୦୧୬ ଶୀଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି । ସେ କହିଛନ୍ତି ‘‘ସ୍ୱୟଂ ଯୋଜନାରେ ଛାତ୍ର ମାନେ ଅନ୍‌ଲାଇନ୍‌ରେ ୫୦୦ କୋର୍ସରୁ ନିଜ ପସନ୍ଦର ବିଷୟ ବାଛି ପଢିବାର ସୁବିଧା ପାଇଛନ୍ତି ।ଏହି ୨ ବର୍ଷ ମଧ୍ୟରେ ମାନବ ସମ୍ବଳ ବିକାଶ ମନ୍ତ୍ରୀ ଭାବେ ମୁଁ ଯାହା ବି ନିଷ୍ପତି ନେଇଛ, ଶିକ୍ଷା କ୍ଷେତ୍ରର ଉନ୍ନତି ପାଇଁ ନେଇଛି ।”

ଦେଶର ସେବା ପାଇଁ ସୁଯୋଗ ମିଳିଥିବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏବେ ସେ ବୟନ ଶିଳ୍ପ ମନ୍ତ୍ରୀ ପଦରେ ଭଲ କାମ କରିବା ପାଇଁ ଚେଷ୍ଟା କରିବେ ବୋଲି କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos