ଦିଲ୍ଲୀ ହିଂସାକୁ ଯୋଜନାବଦ୍ଧ ଷଡ଼ଯନ୍ତ୍ର କହିଲେ ସୋନିଆ, ଶାହଙ୍କ ଇସ୍ତଫା ଦାବି

ନୂଆଦିଲ୍ଲୀ: ସିଏଏ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ରକ୍ତାକ୍ତ ସଂଘର୍ଷକୁ ନେଇ ଦିଲ୍ଲୀର ସ୍ଥିତି ସାଂଘାତିକ ହୋଇପଡ଼ିଛି। ଏହାକୁ ନେଇ ରାଜନୀତିକ ବୟାନବାଜି ମଧ୍ୟ ଆରମ୍ଭ ହୋଇଛି। ଆଜି କଂଗ୍ରେସ ପକ୍ଷରୁ ଦଳର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ଦିଲ୍ଲୀରେ ସୃଷ୍ଟି ହୋଇଥିବା ହିଂସାକାଣ୍ଡକୁ ଦୃଢ଼ ନିନ୍ଦା କରିଛନ୍ତି। ଏଥିସହ ସେ ହିଂସାକାଣ୍ଡକୁ ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର ବୋଲି କହିବା ସହ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା ଦାବି କରିଛନ୍ତି। ହେଲେ […]

yt

yt

Hemant Lenka
  • Published: Wednesday, 26 February 2020
  • Updated: 26 February 2020, 02:41 PM IST

Sports

Latest News

ନୂଆଦିଲ୍ଲୀ: ସିଏଏ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ରକ୍ତାକ୍ତ ସଂଘର୍ଷକୁ ନେଇ ଦିଲ୍ଲୀର ସ୍ଥିତି ସାଂଘାତିକ ହୋଇପଡ଼ିଛି। ଏହାକୁ ନେଇ ରାଜନୀତିକ ବୟାନବାଜି ମଧ୍ୟ ଆରମ୍ଭ ହୋଇଛି।

ଆଜି କଂଗ୍ରେସ ପକ୍ଷରୁ ଦଳର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ଦିଲ୍ଲୀରେ ସୃଷ୍ଟି ହୋଇଥିବା ହିଂସାକାଣ୍ଡକୁ ଦୃଢ଼ ନିନ୍ଦା କରିଛନ୍ତି। ଏଥିସହ ସେ ହିଂସାକାଣ୍ଡକୁ ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର ବୋଲି କହିବା ସହ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା ଦାବି କରିଛନ୍ତି। ହେଲେ ସେ ଶାହଙ୍କ ନାଁକୁ ଉଚ୍ଚାରଣ କରିନାହାନ୍ତି।

ଆଜି ଦଳୀୟ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୋନିଆ କହିଛନ୍ତି, “ସ୍ୱରାଷ୍ଟ୍ର ମନ୍ତ୍ରୀ ଦିଲ୍ଲୀ ହିଂସା ପାଇଁ ଉତ୍ତରଦାୟିତ୍ୱ ଗ୍ରହଣ କରିବା ଦରକାର ଏବଂ ନିଜ ପଦରୁ ଇସ୍ତଫା ଦେବା ଦରକାର। ଜାଣିଶୁଣି ଦେଶର ରାଜଧାନୀରେ ଏମିତି ଏକ ହିଂସା ଓ ଘୃଣାର ପରିବେଶ ସୃଷ୍ଟି କରାଯାଇଛି।

ହଂସା ପଛରେ ସାଂଘାତିକ ଷଡ଼ଯନ୍ତ୍ର ରହିଛି। ଦିଲ୍ଲୀ ନିର୍ବାଚନ ବେଳେ ମଧ୍ୟ ଏଭଳି ହିଂସା ସୃଷ୍ଟି କରାଯାଇଥିଲା। କିଛି ବିଜେପି ନେତା ନିଜର ଭାଷଣ ମାଧ୍ୟମରେ ଭୟ ଓ ଘୃଣାର ପରିବେଶ ସୃଷ୍ଟି କରୁଛନ୍ତି। ଏଭଳି ସ୍ଥିତି ପାଇଁ ବିଜେପି ଦାୟୀ।

ଦିଲ୍ଲୀ ପୁଲିସ୍‌ କିଛି ଦିନ ହେଲା ଚୁପ ରହିବାରୁ ୨୦ ଜଣଙ୍କ ଲୋକଙ୍କ ଜୀବନ ଗଲାଣି। ଜଣେ ପୁଲିସ୍ କନଷ୍ଟେବଲଙ୍କର ମଧ୍ୟ ମୃତ୍ୟୁ ହୋଇଛି। ୭୨ ଘଣ୍ଟା ହେଲାଣି ଦିଲ୍ଲୀ ପୁଲିସ୍‌ ପଙ୍ଗୁ ପାଲଟି ଯାଇଛି। ୨୦ ଜଣଙ୍କ ଜୀବନ ଗଲା ପରେ ବି ପୁଲିସ୍ ଚୁପ।

ଏବେ ବି ଦିଲ୍ଲୀ ରାସ୍ତାରେ ନିଆଁ ଜଳୁଛି। ହେଲେ ପୁଲିସ୍ କେବଳ ନୀରବତା ଅବଲମ୍ବନ କରୁଛି। ଦିଲ୍ଲୀରେ ନିଆଁ ଜଳିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କୁଆଡ଼େ ଯାଇଥିଲେ?”

ଏହି ସାମ୍ବାଦିକ ସମ୍ମିଳନୀ ପୂର୍ବରୁ କଂଗ୍ରେସର ୱାର୍କିଂ କମିଟି ବୈଠକ ବସିଥିଲା। ଏଥିରେ ଦିଲ୍ଲୀ ହିଂସା ସମ୍ପର୍କରେ ଆଲୋଚନା କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story